Advertisment

ସିନିୟର ଛାତ୍ର ପାଲଟିଲେ ପିଶାଚ; ଜୁନିୟର ଛାତ୍ରଙ୍କୁ ପ୍ରବଳ ପିଟିଲେ, ପ୍ରାଇଭେଟ ପାର୍ଟରେ ବାନ୍ଧି ଦେଲେ ଇଟା

ପ୍ରଥମେ ଅନଲାଇନ୍‌ ଗେମ୍‌ ଖେଳିବାକୁ ଜଣେ ନିରୀହ ଛାତ୍ରଙ୍କୁ ଫସାଇ ୨୦ ହଜାର ଦେଲେ। ଛାତ୍ରଜଣକ ସବୁ ଟଙ୍କା ହରାଇବା ପରେ ତାଙ୍କୁ ମାଗିଲେ ୨ ଲକ୍ଷ । ଏତେ ଟଙ୍କା ଦେବାକୁ ଛାତ୍ରଜଣକ ଅସମର୍ଥ ହେବାରରୁ ସିନିୟରମାନେ ଘଟାଇଲେ ପାଶବିକ ଅତ୍ୟାଚାର।

Arrest

Arrest

Advertisment

ପ୍ରଥମେ ଅନଲାଇନ୍‌ ଗେମ୍‌ ଖେଳିବାକୁ ଜଣେ ନିରୀହ ଛାତ୍ରଙ୍କୁ ଫସାଇ ୨୦ ହଜାର ଦେଲେ। ଛାତ୍ରଜଣକ ସବୁ ଟଙ୍କା ହରାଇବା ପରେ ତାଙ୍କୁ ମାଗିଲେ ୨ ଲକ୍ଷ । ଏତେ ଟଙ୍କା ଦେବାକୁ ଛାତ୍ରଜଣକ ଅସମର୍ଥ ହେବାରରୁ ସିନିୟରମାନେ ଘଟାଇଲେ ପାଶବିକ ଅତ୍ୟାଚାର। ଜୁନିୟର ଛାତ୍ରଙ୍କୁ ଏକ ରୁମ୍‌ରେ ବନ୍ଦ କରି ଦେଲେ ଅକଥନୀୟ ନିର୍ଯାତନା ।

Advertisment

ତାଙ୍କୁ ପ୍ରବଳ ମାରପିଟ କରିବା ସହ ତାଙ୍କ ଚୁଟିରେ ନିଆଁ ଲଗାଇ ଦେବାକୁ ଚେଷ୍ଟା କଲେ। ଏପରିକି ଉଲଗ୍ନ କରି ତାଙ୍କ ପ୍ରାଇଭେଟ ପାର୍ଟରେ ଇଟା ବାନ୍ଧିଦେଲେ। ଆଉ ଏହାର ଭିଡିଓ କରି ସୋଶାଲ ମିଡିଆରେ ପୋଷ୍ଟ କଲେ। ଏହା ଭାଇରାଲ ହେବା ପରେ ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଏକ  ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି।

ପୀଡ଼ିତ ଛାତ୍ରଜଣକ କମ୍ପିଟେଟେଭି ପରୀକ୍ଷା ନିମନ୍ତେ କୋଚିଂ ନେବାକୁ ଇଟୱାରୁ କାନପୁର ଆସିଥିଲେ। ସେଠାରେ ସେ କିଛି ସିନିୟର ଛାତ୍ରଙ୍କ ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନେ ତାଙ୍କୁ ଟ୍ରାପ୍‌ରେ ଫସାଇ ଅନଲାଇନ୍‌ ଗେମ୍‌ ଖେଳିବାକୁ ୨୦ ହଜାର ଟଙ୍କା ଦେଇଥିଲେ। ଛାତ୍ରଜଣକ ସବୁ ଟଙ୍କା ହାରିଯିବା ପରେ ସିନିୟରମାନେ ତାଙ୍କୁ ଧମକାଇ ୨ ଲକ୍ଷ ଫେରାଇବାକୁ କହିଥିଲେ।

Advertisment

ପୀଡ଼ିତ ଛାତ୍ରଜଣକ ଟଙ୍କା ଫେରାଇ ନ ପାରିବାରୁ ସିନିୟରମାନେ ତାଙ୍କୁ ଏକ ରୁମ୍‌ରେ ବନ୍ଦ କରି ପ୍ରବଳ ବିଧା, ଗୋଇଠା ମାରିଲେ। ଛାତ୍ରଜଣକ ଛାଡ଼ି ଦେବାକୁ ଯେତେ କାକୁତିମିନତି ହେଲେ ବି ସେମାନେ ତାହା ଶୁଣି ନ ଥିଲେ। ଏହାପରେ ବି ସେମାନେ ତାଙ୍କୁ ସାଂଘାତିକ ନିର୍ଯାତନା ଦେଇ ଚାଲିଲେ। ସେମାନେ ତାଙ୍କ ଚୁଟିରେ ନିଆଁ ଲଗାଇ ଦେବା ସହ ଉଲଗ୍ନ କରି ପିଟିଲେ। ଏହାପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ଇଟା ବାନ୍ଧି ଦେଲେ। ଛାତ୍ରଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସିନିୟରମାନେ ଏହାର ଭିଡିଓ କରିବାରେ ବ୍ୟସ୍ତ ଥିଲେ।

ନିର୍ଯାତନା ଅସହ୍ୟ ହେବାରୁ ଏନେଇ ପୀଡ଼ିତ ଛାତ୍ରଜଣକ ନିଜ ଘରେ ସବୁ କଥା କହିଥିଲେ। ଏହାପରେ ତୁରନ୍ତ ପରିବାର ପକ୍ଷରୁ ଇଟୱାରେ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା।

ମାତ୍ର ଏହାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଲା। ଏହାପରେ ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Uttar Pradesh Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe