Advertisment

୧୧ ଦିନ ପରେ ମିଳିଲେ ନି‌ଖୋଜ ଛାତ୍ର, କୋଟାରୁ ଯାଇ ହିମାଚଳରେ ରହିଥିଲେ

ଆଇଆଇଟି-ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଉତ୍ତର ପ୍ରଦେଶର ବୁଲନ୍ଦଶହରର ମୂଳବାସିନ୍ଦା ପୀୟୂଷ। ଏଥିପାଇଁ ସେ ୨ ବର୍ଷ ହେଲା କୋଟାର ଇନ୍ଦ୍ରା ବିହାରରେ ଥିବା ହଷ୍ଟେଲରେ ରହୁଥିଲେ।

Piyush

Piyush

Advertisment

ରାଜସ୍ଥାନର ଶିକ୍ଷା ହବ କୁହାଯାଉଥିବା କୋଟାରୁ ନିଖୋଜ ହୋଇଯାଇଥିବା ୧୭ ବର୍ଷୀୟ ଜେଇଇ ଆଶାୟୀଙ୍କ ପତ୍ତା ମିଳିଛି। ସେ ଫେବୃଆରୀ ୧୩ରେ ନିଖୋଜ ହୋଇ ଯାଇଥିଲେ। ୧୧ ଦିନ ପରେ ତାଙ୍କୁ ହିମାଚଳ ପ୍ରଦେଶର ଧର୍ମଶାଲାରୁ ଉଦ୍ଧାର କରାଯାଇଛି।

Advertisment

ଆଇଆଇଟି-ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଉତ୍ତର ପ୍ରଦେଶର ବୁଲନ୍ଦଶହରର ମୂଳବାସିନ୍ଦା ପୀୟୂଷ। ଏଥିପାଇଁ ସେ ୨ ବର୍ଷ ହେଲା କୋଟାର ଇନ୍ଦ୍ରା ବିହାରରେ ଥିବା ହଷ୍ଟେଲରେ ରହୁଥିଲେ। କିନ୍ତୁ ସେ ହଠାତ ଫେବୃଆରୀ ୧୩ରୁ ନିଖୋଜ ହୋଇଯିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ଏହାପରେ ପୀୟୂଷଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

ବରିଷ୍ଠ ପୁଲିସ୍‌ ଅଧିକାରୀ ଅମ୍ରିତା ଦୁହାନଙ୍କ କହିବା କଥା ଯେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏକାଧିକ ଟିମ ବିଭିନ୍ନ ସ୍ଥାନକୁ ଯାଇ ନିଖୋଜ ଛାତ୍ରଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିଥିଲେ। ଶେଷରେ ପୀୟୂଷ ଡେରାଡୁନରେ ଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ପୂର୍ବରୁ ହିଁ ପୁଲିସ୍‌ ଡେରାଡୁନ ଓ ହରିଦ୍ୱାର ଯାଇ ସାରିଥିଲା।

Advertisment

ସେଠାରେ ଯାଞ୍ଚ କରିବା ପରେ ପୀୟୂଷଙ୍କୁ ଧର୍ମଶାଲାରେ ଠାବ କରାଯାଇଥିଲା। ସ୍ଥାନୀୟ ଅଧିକାରୀ ଓ କୋଟା ପୁଲିସ୍‌ ମିଳିତ ଭାବେ ପୀୟୂଷଙ୍କୁ ଉଦ୍ଧାର କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୀୟୂଷଙ୍କ ପରିବାର ଲୋକ ମଧ୍ୟ ପୁଲିସ୍‌ ସହ ଧର୍ମଶାଲା ଯାଇଥିଲେ।

ଉଦ୍ଧାର ପରେ ମଧ୍ୟ ପୀୟୂଷଙ୍କ ମାନସିକ ଅବସ୍ଥା ସ୍ଥିର ନାହିଁ। ସେ ନିଖୋଜ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ପୁଲିସ୍‌ ତାଙ୍କୁ କୋଟା ଆଣି କାଉନସେଲିଂ କରିବ। ଏହାପରେ ସେ କେମିତି କୋଟାରୁ ହିମାଚଳର ଧର୍ମଶାଲା ଗଲେ, ସେ ବିଷୟରେ ଜଣାପଡ଼ିବ ବୋଲି ଅମ୍ରିତା କହିଛନ୍ତି।

ପୀୟୂଷଙ୍କ ବାପା ଶେଷ ଥର ପାଇଁ ପୁଅ ସହ ଫେବୃଆରୀ ୧୩ ତାରିଖ ସକାଳେ କଥା ହୋଇଥିଲେ। ଏହାପରେ ପୀୟୂଷ ଆଉ ଫୋନ ଉଠାଇ ନଥିଲେ। ତାଙ୍କ ଫୋନ ସୁଇଚ ଅଫ ହୋଇ ଯାଇଥିଲା। ପୁଅର ପତ୍ତା ନ ମିଳିବାରୁ ପରିବାର ଲୋକ ବାଧ୍ୟ ହୋଇ ନିଖୋଜ ଅଭିଯୋଗ ନେଇ ପୁଲିସ୍‌ ପାଖରେ ପହଞ୍ଚିଥିଲେ।

ପରିବାର ଲୋକ କୋଟାରେ ପହଞ୍ଚି ଜବାହର ନଗର ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ପୁଲିସ୍‌ ଅଭିଯୋଗ ପାଇବା ପରେ ଯାଞ୍ଚ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୀୟୂଷ ରାଜ୍ୟ ବାହାରକୁ ଚାଲି ଯାଇଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଗୁଇନ୍ଦା ସୂଚନା ଆଧାରରେ ପୀୟୂଷଙ୍କୁ ଉଦ୍ଧାର କରିଛି।

Rajasthan Kota News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe