Advertisment

College Horror: କଲେଜରେ ସାଂଘାତିକ ଘଟଣା: ୧୦ ଦିନ ହେଲା ମୃତଦେହ ପଡ଼ି ରହିଥିବା ଟାଙ୍କିରୁ ପାଣି ପିଉଥିଲେ ଶିକ୍ଷାର୍ଥୀ

୧୦ ଦିନ ହେଲା ପାଣିରେ ପଡ଼ି ମୃତଦେହଟି ପଚି ଯାଇଥିବା ବେଳେ ସେହି ପାଣିକୁ ପିଲାମାନେ ବ୍ୟବହାର କରି ଚାଲିଥିଲେ। ଉକ୍ତ ଟାଙ୍କିର ପାଣି ଓପିଡି ଓ ୱାର୍ଡ ବିଲଡିଂକୁ ମଧ୍ୟ ସପ୍ଲାଏ ହେଉଥିବା କଥା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି।

Water-Tank

representational image

Advertisment

ସାମ୍ନାକୁ ଆସିଛି ସାଂଘାତିକ ଘଟଣା। ଏହାକୁ ଜାଣି ସମସ୍ତେ ହୋଇଛନ୍ତି ସ୍ତବ୍ଧ। ଉତ୍ତର ପ୍ରଦେଶ(Uttar Pradesh)ର ଦେଓରିଆରେ ଥିବା ମହର୍ଷି ଦେବରହା ବାବା ମେଡିକାଲ କଲେଜ(College)ରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଘଟିଛି। କଲେଜର ପିଲାମାନେ ପିଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯେଉଁ ଟାଙ୍କି ପାଣିକୁ ବ୍ୟବହାର କରୁଥିଲେ, ସେଥିରେ ୧୦ ଦିନ ହେଲା ଗୋଟିଏ ମୃତଦେହ ପଡ଼ି ରହିଥିଲା।

Advertisment

୧୦ ଦିନ ହେଲା ପାଣିରେ ପଡ଼ି ମୃତଦେହଟି ପଚି ଯାଇଥିବା ବେଳେ ସେହି ପାଣିକୁ ପିଲାମାନେ ବ୍ୟବହାର କରି ଚାଲିଥିଲେ। ଉକ୍ତ ଟାଙ୍କିର ପାଣି ଓପିଡି ଓ ୱାର୍ଡ ବିଲଡିଂକୁ ମଧ୍ୟ ସପ୍ଲାଏ ହେଉଥିବା କଥା ଜଣାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। 

୧୦ ଦିନ ହେଲା ଟାଙ୍କିରେ ମୃତଦେହ ପଡ଼ିଥିଲେ ହେଁ ଏକଥା କାହାକୁ ଜଣା ନଥିଲା। କିନ୍ତୁ ପାଣିରୁ ଦୁର୍ଗନ୍ଧ ବାହାରୁ ଥିବା ପିଲାମାନେ ଅଭିଯୋଗ କରିଥିଲେ। ଏହାପରେ ୫ମ ମହଲାରେ ଥିବା ସିମେଣ୍ଟରେ ନିର୍ମିତ ଟାଙ୍କିକୁ ସଫା କରିବାକୁ ଯାଇଥିଲେ କର୍ମଚାରୀ। ଏହି ସମୟରେ ଟାଙ୍କିରୁ ଗୋଟିଏ ପଚି ସାରିଥିବା ମୃତଦେହ ମିଳିଛି।

Advertisment

ମୃତଦେହଟି ଏତେ ମାତ୍ରାରେ ପଚି ଯାଇଛି ଯେ ଏହାକୁ ଚିହ୍ନଟ କରିବା ମଧ୍ୟ ବେଶ କଷ୍ଟକର ହୋଇପଡ଼ିଛି। ପୁଲିସ୍‌ ଉପସ୍ଥିତିରେ ପାଣି ଟାଙ୍କିରୁ ମୃତଦେହକୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଟାଙ୍କିରୁ ଉଭୟ ଓପିଡି ଓ ୱାର୍ଡ ବିଲଡିଂକୁ ପାଣି ସପ୍ଲାଏ ହୋଇଥାଏ ବୋଲି ଅଧିକାରୀମାନେ କହିଛନ୍ତି। 

ପାଣି ଟାଙ୍କିରୁ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ପାଇଁ ଦେଓରିଆ ଜିଲ୍ଲା ମାଜିଷ୍ଟ୍ରେଟ ଦିବ୍ୟା ମିତ୍ତଲଙ୍କୁ ଦାୟିତ୍ୱ ଦିଆଯାଇଛି। କଲେଜର ପ୍ରିନ୍ସପାଲ ଡାକ୍ତର ରାଜେଶ କୁମାର ବର୍ଣ୍ଣୱାଲଙ୍କୁ ଅସ୍ଥାୟୀ ଭାବେ କାର୍ଯ୍ୟାନ୍ତର କରାଯାଇଛି। ତାଙ୍କ ବଦଳରେ ଇଟା ମେଡିକାଲ କଲେଜର ଆଣ୍ଟୋମୀ ବିଭାଗର ମୁଖ୍ୟ ଡାକ୍ତର ରାଜନୀଙ୍କୁ କଲେଜର କାର୍ଯ୍ୟକାରୀ ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦିଆଯାଇଛି। 

ମୃତଦେହ ମିଳିଥିବା ଟାଙ୍କିକୁ ସିଲ କରାଯାଇଛି। ଟ୍ୟାଙ୍କର ଦ୍ୱାରା ପାଣି ଯୋଗାଣ କରାଯାଉଛି। କଲେଜର ଆଭ୍ୟନ୍ତରୀଣ କମିଟି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ ମୃତଦେହ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। 

College Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe