Advertisment

ପୂର୍ବତନ ଶିକ୍ଷକଙ୍କ ସହ କଥା ହେବା ପରେ ଗୁଳି ମାରି ଦେଲେ ଦୁଇ ଛାତ୍ର

ଦୁଇ ଛାତ୍ର ପ୍ରଥମେ କୋଚିଂ ସେଣ୍ଟର ଶିକ୍ଷକ ଗିରୱାର ସିଂହଙ୍କୁ ବାହାରକୁ ଡାକିଥିଲେ। ଦୁଇ ଛାତ୍ର ବାଇକରେ ଥିବା ବେଳେ ଶ୍ରୀ ସିଂହ ସେମାନଙ୍କ ପାଖକୁ ଆସିଥିଲେ।

Fire

Fire

Advertisment

୩ ବର୍ଷ ହେଲା ବାକି ରଖିଥିବା କୋଚିଂ ସେଣ୍ଟର ଫି’ ମାଗୁଥିବାରୁ ବେଶ ନାଟକୀୟ ଢଙ୍ଗରେ ଦୁଇ ଜଣ ଛାତ୍ର ସେମାନଙ୍କର ପୂର୍ବତନ ଶିକ୍ଷକଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଛନ୍ତି। ମଧ୍ୟପ୍ରଦେଶର ମୋରେନେ ଜିଲ୍ଲା ଅନ୍ତର୍ଗତ ଜୌରା ରୋଡ ଅଞ୍ଚଳରେ ଏପରି ଘଟଣା ଘଟିଛି।

Advertisment

ଦୁଇ ଛାତ୍ର ପ୍ରଥମେ କୋଚିଂ ସେଣ୍ଟର ଶିକ୍ଷକ ଗିରୱାର ସିଂହଙ୍କୁ ବାହାରକୁ ଡାକିଥିଲେ। ଦୁଇ ଛାତ୍ର ବାଇକରେ ଥିବା ବେଳେ ଶ୍ରୀ ସିଂହ ସେମାନଙ୍କ ପାଖକୁ ଆସିଥିଲେ। ଏହାପରେ ବେଶ ସ୍ୱାଭାବିକ ଭାବେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସବୁ କିଛି କେମିତି ଚାଲିଛି ଓ ଶିକ୍ଷକ ଭଲ ଅଛନ୍ତି କି ନାହିଁ, ଦୁଇ ଛାତ୍ର ପଚାରି ବୁଝିଥିଲେ।

ଏହି କଥାବାର୍ତ୍ତା ଭିତରେ ହଠାତ୍‌ ଗାଡ଼ିର ପଛ ସିଟ୍‌ରେ ବସିଥିବା ଛାତ୍ର ଜଣଙ୍କ ନିଜ ପାଖରେ ଥିବା ଦେଶୀ ବନ୍ଧୁକ ବାହାର କରିଥିଲେ। କେହି କିଛି ବୁଝିବା ଆଗରୁ ସେ ଶ୍ରୀ ସିଂହଙ୍କ ପେଟକୁ ଗୁଳିମାଡ଼ କରିଥିଲେ। ଏହାପରେ ଉଭୟ ବାଇକରେ ସେଠାରୁ ଚମ୍ପଟ ମାରିଥିଲେ।

Advertisment

ପୁଲିସ୍‌ କହିଛି ଯେ ଶ୍ରୀ ସିଂହ ଜଣେ ଶିକ୍ଷକ ଓ ସେ ଜୌରା ରୋଡ ଅଞ୍ଚଳରେ ଥିବା କୁଲେନ୍ଦ୍ର କୋଚିଂ ସେଣ୍ଟର ଚଳାଉଥିଲେ। ଏହି କୋଚିଂ ସେଣ୍ଟର୍‌ରେ ୩ ବର୍ଷ ପଢ଼ିବା ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ।

ତେବେ ପାଠପଢ଼ା ସମୟରେ ସେମାନେ କିଛି ଫି’ ବାକି ରଖିଥିଲେ। ତେଣୁ ଶ୍ରୀ ସିଂହ ବିଭିନ୍ନ ସମୟରେ ଉଭୟଙ୍କୁ ଟଙ୍କା ମଧ୍ୟ ମାଗୁଥିଲେ। ଏଥିରେ ରାଗି ଯାଇ ଦୁଇ ଛାତ୍ର ଏପରି କାଣ୍ଡ ଘଟାଇଛନ୍ତି।

ଗୁଳି ମାଡ଼ରେ ଆହତ ହୋଇଥିବା ଶ୍ରୀ ସିଂହଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଗ୍ୱାଲିୟର୍‌ରେ ସ୍ଥିତ ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। 

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe