Advertisment

ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ

କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।

School

School

Advertisment

ସ୍କୁଲ କ୍ୟାମ୍ପସରେ ଥିବା ପାଇଖାନାକୁ ଜଣେ ଛାତ୍ରୀ ସଫା କରିବା ବେଳର ଭିଡିଓ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ଘଟଣା ପରେ ତାମିଲନାଡୁର ଗୋଟିଏ ସ୍କୁଲର ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି। ପାଲାକୋଡୁ ଅଞ୍ଚଳରେ ଥିବା ଏହି ସରକାରୀ ସ୍କୁଲରେ ଆଦିବାସୀ ସଂପ୍ରଦାୟର ପ୍ରାୟ ୧୫୦ ଜଣ ପିଲା ପାଠ ପଢ଼ନ୍ତି। ଏଠାରେ ପ୍ରଥମରୁ ୮ମ ଶ୍ରେଣୀ ଯାଏ ପାଠପଢ଼ା ଯାଏ।

Advertisment

ଭାଇରାଲ ଭିଡିଓ ପରେ ପିଲାମାନଙ୍କ ପରିବାର ଲୋକ ଦାବି କରିଛନ୍ତି ଯେ ସେମାନଙ୍କ ପୁଅଝିଅମାନଙ୍କୁ ସ୍କୁଲରେ ସବୁ ବେଳେ ସଫେଇ କାମରେ ନିୟୋଜିତ କରାଯାଏ। କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।

ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ପିଲାଙ୍କ ଶିକ୍ଷାଦାନରେ ବୁଝାମଣା କରାଯାଉଥିବା ଅଭିଯୋଗ କରିଛନ୍ତି। ଜଣେ ପିଲାର ମା’ କହିଛନ୍ତି, “ଆମେ ପିଲାଙ୍କୁ ସ୍କୁଲ ପଢ଼ିବା ପାଇଁ ଛାଡ଼ୁଛୁ, ସଫା କରିବା ପାଇଁ ନୁହେଁ। ସେମାନେ ଯେତେବେଳେ ଘରକୁ ଫେରନ୍ତି ପୂରା ହାଲିଆ ଭଳି ଅନୁଭବ କରନ୍ତି।

Advertisment

ସେମାନେ ହୋମୱାର୍କ କରିବାକୁ ମଧ୍ୟ ଆଗ୍ରହ ଦେଖାନ୍ତି ନାହିଁ। ଆମେ ଯେତେବେଳେ ସେମାନଙ୍କୁ ଏହାର କାରଣ ପଚାରୁ ସେତେବେଳେ ସେମାନେ ସ୍କୁଲ ଓ ପାଇଖାନା ସଫେଇ କଥା କୁହନ୍ତି। ଏକଥା ଶୁଣି ଆମକୁ ବେଶ କଷ୍ଟ ଲାଗେ। ସେଠାକାର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସେମାନଙ୍କ ପାଠପଢ଼ା ଦାୟିତ୍ୱକୁ ଠିକ ଭାବେ ପାଳନ କରୁ ନାହାନ୍ତି।”

ଭାଇରାଲ ଭିଡିଓ ଓ ଅଭିଭାବକମାନଙ୍କ ଅଭିଯୋଗ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ସ୍କୁଲର ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରି ତଦନ୍ତ ଆରମ୍ଭ କରିଛନ୍ତି।

Tamilnadu School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe