Advertisment

Donald Trump: ଟ୍ରମ୍ପଙ୍କ ଟାରିଫକୁ ବେଆଇନ କହିଲେ ଆମେରିକା ସୁପ୍ରିମକୋର୍ଟ, ଭାରତ ରଖିଲା ଏମିତି ଜବାବ

ସୁପ୍ରିମକୋର୍ଟକୁ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ହୋଇଥିବା ଦୁଇ ଜଣ ବିଚାରପତି ଏହାକୁ ବିରୋଧ କରିଥିଲେ। ସେ ଅତ୍ୟନ୍ତ ବିରକ୍ତ ଭାବ ପ୍ରକାଶ କରି କହିଥିଲେ ଯେ ବିନା ପ୍ରମାଣରେ କୋର୍ଟ କିଛି ବିଦେଶୀ ସ୍ୱାର୍ଥରେ ପ୍ରଭାବିତ ହୋଇଛନ୍ତି।

author-image
Hemant Lenka
Modi

ମୋଦି ଓ ଟ୍ରମ୍ପ (ଫାଇଲ ଫଟୋ)

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump) ବିଶ୍ୱର ବିଭିନ୍ନ ରାଷ୍ଟ୍ର ଉପରେ ଲାଗୁ କରିଥିବା ଟାରିଫ ବା ଶୁଳ୍କକୁ ବେଆଇନ କହିଛନ୍ତି ଆମେରିକା ସୁପ୍ରିମକୋର୍ଟ। ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ଏପରି ରାୟ ଦେବା ପରେ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଏହା ଉପରେ ବଡ଼ ବୟାନ ଦେଇଛି। ଏହି ରାୟର କାଯ୍ୟକାରିତା ଉପରେ ବର୍ତ୍ତମାନ ବିଚାର ଚାଲିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

Advertisment

ମନ୍ତ୍ରଣାଳୟ କହିଛି ଯେ “ଶୁକ୍ରବାର ଟାରିଫ ସମ୍ପର୍କରେ ଆମେରିକା ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଆମେ ଅବଗତ ରହିଛୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ ସମ୍ପର୍କରେ ନିଜର ବୟାନ ରଖିଛନ୍ତି। ଆମେରିକା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ଆମେ ସେସବୁର କାର୍ଯ୍ୟକାରିତାଗୁଡ଼ିକୁ ବିଚାର କରୁଛୁ।” 

କ’ଣ ଥିଲା ରୁଲିଂ? 

ଶୁକ୍ରବାର ସର୍ବୋଚ୍ଚ ନ୍ୟାୟଳୟ ୬-୩ ରାୟରେ କହିଥିଲେ ଯେ ୧୯୭୭ର ଆଇନ ଅନୁସାରେ ଟ୍ରମ୍ପ କିଛି ଦେଶ ଉପରେ ଅଚାନକ ଟାରିଫ ଲଗାଇଥିଲେ ଓ ବିଶ୍ୱସ୍ତରୀୟ ବ୍ୟବସାୟରେ ହଇଚଇ ସୃଷ୍ଟି କରିଥିଲେ। ହେଲେ ରାଷ୍ଟ୍ରପତିଙ୍କୁ ଟାରିଫ ଲାଗୁ କରିବାର ଅଧିକାର ମିଳିନାହିଁ।

Advertisment

ସୁପ୍ରିମକୋର୍ଟକୁ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ହୋଇଥିବା ଦୁଇ ଜଣ ବିଚାରପତି ଏହାକୁ ବିରୋଧ କରିଥିଲେ। ସେ ଅତ୍ୟନ୍ତ ବିରକ୍ତ ଭାବ ପ୍ରକାଶ କରି କହିଥିଲେ ଯେ ବିନା ପ୍ରମାଣରେ କୋର୍ଟ କିଛି ବିଦେଶୀ ସ୍ୱାର୍ଥରେ ପ୍ରଭାବିତ ହୋଇଛନ୍ତି। 

ଟ୍ରମ୍ପ ମଧ୍ୟ ରାୟ ପରେ କହିଛନ୍ତି ଯେ “କୋର୍ଟର କିଛି ସଦସ୍ୟଙ୍କୁ ଦେଖି ମୋତେ ଲାଜ ଲାଗୁଛି। ସଂପୂର୍ଣ୍ଣ ଲଜ୍ଜାଜନକ। କାରଣ ଆମକୁ ଆମ ଦେଶ ପାଇଁ ଉପଯୁକ୍ତ କାମ କରିବାର ସାହାସ କୋର୍ଟର ନାହିଁ। ନିଜ ଦେଶକୁ ସୁରକ୍ଷିତ କରିବା ପାଇଁ ଜଣେ ରାଷ୍ଟ୍ରପତି ଅଧିକ ଟାରିଫ ଲାଗୁ କରିପାରିବେ। ମୋ ଠାରୁ ଅଧିକ ଟାରିଫ ଚାର୍ଜ ପୂର୍ବରୁ ଲାଗୁ ହୋଇଥିଲା।” 

ଏହାପରେ ଟ୍ରମ୍ପ ୧୯୭୪ ଟ୍ରେଡ ଆଇନର ଧାରା ୧୨୨ର ବ୍ୟବହାର କରିଛନ୍ତି। ସେ ଗୋଟିଏ ନିର୍ଦ୍ଦେଶନାମାରେ ଦସ୍ତଖତ କରି ସବୁ ଦେଶ ଉପରେ ବାଧ୍ୟତାମୂଳକ ଭାବେ ୧୦% ଟାରିଫ ଲଗାଇଛନ୍ତି। ଏହା ମଧ୍ୟରେ ଭାରତ ମଧ୍ୟ ରହିଛି। ଅର୍ଥାତ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୧୦% ଟାରିଫ ଲାଗୁ ହେବ।

ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ କେବେ ବ୍ୟବହାର ହୋଇ ନଥିବା ଧାରା ୧୨୨କୁ ମଧ୍ୟ ସେ ବ୍ୟବହାର କରିଛନ୍ତି। ଏହି ଧାରାର ବ୍ୟବସ୍ଥା ଅନୁସାରେ ଆମେରିକାର ଯେକୌଣସି ରାଷ୍ଟ୍ରପତି ୧୫୦ ଦିନ ଯାଏ ବିଶ୍ୱର ସମସ୍ତ ରାଷ୍ଟ୍ର ଉପରେ ୧୫% ଯାଏ ଟାରିଫ ଲାଗୁ କରିପାରିବେ।

ଏହାପରେ ଏହି ନିଷ୍ପତ୍ତିକୁ ଆମେରିକା ସଂସଦ ବା କଂଗ୍ରେସର ଅନୁମତି ଆବଶ୍ୟକ ପଡ଼ିବ। ଯଦି ସଂସଦ ଅନୁମତି ଦେଲା, ତା’ହେଲେ ରାଷ୍ଟ୍ରପତି ନେଇଥିବା ଟାରିଫ ବ୍ୟବସ୍ଥା ବଳବତ୍ତର ରହିବ। ଟ୍ରମ୍ପ ସେହି ଅନୁସାରେ ୧୦% ଟାରିଫ ଲଗାଇଛନ୍ତି। ଏହି ନିର୍ଦ୍ଦେଶ ଫେବୃଆରୀ ୨୪ରୁ କାର୍ଯ୍ୟକାରୀ ହେବ।

Donald Trump