Advertisment

ଫିଲ୍ମ ଶୁଟିଂ ବେଳେ ଭୁଲ ହୋଇଗଲା ଷ୍ଟଣ୍ଟ, ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ବିପଦପୂର୍ଣ୍ଣ କାର ଓଲଟିବାର ଦୃଶ୍ୟକୁ ନିର୍ଦ୍ଦେଶକ ପିଏ ରଣଜୀତ ଶୁଟ କରୁଥିବା ବେଳେ ଷ୍ଟଣ୍ଟରେ ତ୍ରୁଟି ହୋଇ ଯାଇଥିଲା। ଫଳରେ ଏସ୍‌ଏମ ରାଜୁ ଭୟଙ୍କର କାର ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଛନ୍ତି।

SM Raju

SM Raju

Advertisment

ଫିଲ୍ମ ପାଇଁ ଷ୍ଟଣ୍ଟ ସିନର ଶୁଟିଂ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ଷ୍ଟଣ୍ଟ ଭୁଲ ହୋଇଯିବାରୁ ଚାଲି ଯାଇଛି ଚର୍ଚ୍ଚିତ ଷ୍ଟଣ୍ଟ କଳାକାର ଏସ୍‌ଏମ ରାଜୁଙ୍କ ଜୀବନ। ତାମିଲ ଷ୍ଟାର ଆର୍ଯ୍ୟଙ୍କ ଆଗାମୀ ଫିଲ୍ମ ଭେଟ୍ଟୁବାନର ଶୁଟିଂ ତାମିଲନାଡୁରେ ଚାଲିଥିବା ବେଳେ ଏପରି ଦୁର୍ଘଟଣା ଘଟିଛି।

Advertisment

ବିପଦପୂର୍ଣ୍ଣ କାର ଓଲଟିବାର ଦୃଶ୍ୟକୁ ନିର୍ଦ୍ଦେଶକ ପିଏ ରଣଜୀତ ଶୁଟ କରୁଥିବା ବେଳେ ଷ୍ଟଣ୍ଟରେ ତ୍ରୁଟି ହୋଇ ଯାଇଥିଲା। ଫଳରେ ଏସ୍‌ଏମ ରାଜୁ ଭୟଙ୍କର କାର ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଛନ୍ତି।

ଏହି ଛାତିଥରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ଏଥିରେ ଦେଖିବାକୁ ମିଳୁଛି ଯେ ରାଜୁ ଦ୍ରୁତଗତିରେ କାର ନେଇ ଯାଉଛନ୍ତି। ହଠାତ୍‌ କାରଟି ଭାରସାମ୍ୟ ହରାଇ କିଛି ଉଚ୍ଚକୁ ଉଠିବା ସହ ଜୋରରେ ପିଟି ହୋଇ ତଳେ ପଡ଼ିଥିଲା। ଏହାକୁ ଦେଖି ଶୁଟିଂ ସେଟରେ ଥିବା ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଗାଡ଼ିଟି ଭାଙ୍ଗି ଯାଇଥିବା ବେଳେ ରାଜୁ ପ୍ରାଣ ହରାଇ ସାରିଥିଲେ। ଶୁଟିଂ ସେଟରେ ଉପସ୍ଥିତ ଥିବା ଲୋକମାନେ ଗାଡ଼ି ଭିତରୁ ରାଜୁଙ୍କୁ ବାହାର କରି ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ରାଜୁଙ୍କ ମୃତ୍ୟୁ ହୋଇ ସାରିଥିଲା। ଏତେ ବଡ଼ ଦୁର୍ଘଟଣା ଯୋଗୁ ଷ୍ଟଣ୍ଟ ଦୃଶ୍ୟର ଶୁଟିଂକୁ ଅଧାରେ ବନ୍ଦ କରି ଦିଆଯାଇଛି।

Advertisment

ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି ଖବର ଶୋକରଚ୍ଛାୟା ଖେଳାଇ ଦେଇଛି। ଅଭିନେତା ବିଶାଲ ନିଜର ବନ୍ଧୁ ଏସଏମ ରାଜୁଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଏଥିସହ ସେ ରାଜୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe