Advertisment

ଟାଇଟାନିକ୍ ଦେଖିବା ପାଇଁ ଯାତ୍ରୀଙ୍କୁ ନେଇ ଯାଇଥିବା ବୁଡ଼ା ଜାହାଜ ନିଖୋଜ

ଅଟଲାଣ୍ଟିକ ସମୁଦ୍ରରେ ଧ୍ୱଂସ ହୋଇ ପଡ଼ିଥିବା ଟାଇଟାନିକ୍‌ ଜାହାଜକୁ ଦେଖିବା ନିମନ୍ତ କିଛି ଯାତ୍ରୀଙ୍କୁ ନେଇ ଯାଇଥିବା ଏକ ବୁଡ଼ା ଜାହାଜ(ସବ୍‌ମରିନ୍) ନିଖୋଜ ହୋଇଯାଇଛି।

author-image
Niranjan Mishra
representational image

representational image

ଅଟଲାଣ୍ଟିକ ସମୁଦ୍ରରେ ଧ୍ୱଂସ ହୋଇ ପଡ଼ିଥିବା ଟାଇଟାନିକ୍‌ ଜାହାଜକୁ ଦେଖିବା ନିମନ୍ତ କିଛି ଯାତ୍ରୀଙ୍କୁ ନେଇ ଯାଇଥିବା ଏକ ବୁଡ଼ା ଜାହାଜ(ସବ୍‌ମରିନ୍) ନିଖୋଜ ହୋଇଯାଇଛି। ଅଟଲାଣ୍ଟିକ୍‌ ସମୁଦ୍ରରେ ଏହି ବୁଡ଼ା ଜାହାଜ ନିଖୋଜ ହୋଇଯାଇଥିବା ନେଇ ବିବିସି ରିପୋର୍ଟ ପ୍ରକାଶ କରିଛି।

Advertisment

ଏହି ଘଟଣା ପରେ ଏହି ବୁଡ଼ା ଜାହାଜକୁ ଠାବ କରିବା ଓ ଉଦ୍ଧାର କାର୍ଯ୍ୟନିମନ୍ତେ ଅପରେସନ ଆରମ୍ଭ ହୋଇଯାଇଛି। ସୂଚନା ଥାଉକି, ୧୯୧୨ ମସିହାରେ ଟାଇଟାନେକି ଅଟଲାଣ୍ଟିକ୍‌ରେ ଦୁର୍ଘଟଣା ହେବା ପରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ପରେ ସମୁଦ୍ରରେ ବୁଡ଼ି ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜକୁ ୧୯୮୫ରେ ଠାବ କରାଯାଇଥିଲା।

Boat Accident Missing