representational image
ଅଟଲାଣ୍ଟିକ ସମୁଦ୍ରରେ ଧ୍ୱଂସ ହୋଇ ପଡ଼ିଥିବା ଟାଇଟାନିକ୍ ଜାହାଜକୁ ଦେଖିବା ନିମନ୍ତ କିଛି ଯାତ୍ରୀଙ୍କୁ ନେଇ ଯାଇଥିବା ଏକ ବୁଡ଼ା ଜାହାଜ(ସବ୍ମରିନ୍) ନିଖୋଜ ହୋଇଯାଇଛି। ଅଟଲାଣ୍ଟିକ୍ ସମୁଦ୍ରରେ ଏହି ବୁଡ଼ା ଜାହାଜ ନିଖୋଜ ହୋଇଯାଇଥିବା ନେଇ ବିବିସି ରିପୋର୍ଟ ପ୍ରକାଶ କରିଛି।
ଏହି ଘଟଣା ପରେ ଏହି ବୁଡ଼ା ଜାହାଜକୁ ଠାବ କରିବା ଓ ଉଦ୍ଧାର କାର୍ଯ୍ୟନିମନ୍ତେ ଅପରେସନ ଆରମ୍ଭ ହୋଇଯାଇଛି। ସୂଚନା ଥାଉକି, ୧୯୧୨ ମସିହାରେ ଟାଇଟାନେକି ଅଟଲାଣ୍ଟିକ୍ରେ ଦୁର୍ଘଟଣା ହେବା ପରେ ବୁଡ଼ି ଯାଇଥିଲା। ଦୁର୍ଘଟଣା ପରେ ସମୁଦ୍ରରେ ବୁଡ଼ି ପ୍ରାୟ ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଏହି ଜାହାଜକୁ ୧୯୮୫ରେ ଠାବ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us