Advertisment

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପରଲୋକ

ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Subrat Roy

Subrat Roy

ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ।

Advertisment

ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ଗତ ରବିବାର ତାଙ୍କୁ କୋକିଳାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରକ୍ତଚାପ, ଡାଇବେଟିସ ଆଦି ରୋଗରେ ପୀଡ଼ିତ ଥିଲେ।  ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆସିଥିଲା । ଏହାପରେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।

Advertisment

ସୁବ୍ରତ ରୟଙ୍କ ଜୀବନ ଖୁବ ଘଟଣାବହୁଳ ଥିଲା। ସେ ଜୀବନରେ ବହୁ ଉତଥାନ, ପତନ ଦେଖିଛନ୍ତି। ସେ ଅନେକ କ୍ଷେତ୍ରରେ ନିଜର ସାମ୍ରାଜ୍ୟ ବିସ୍ତାର କରି ଜଣାଶୁଣା ଶିଳ୍ପପତି ଭାବରେ ନିଜକୁ ପ୍ରତିଷ୍ଠା କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ମନୋରଞ୍ଜନ, ପର୍ଯ୍ୟଟନ, ହୋଟେଲ ବ୍ୟବସାୟ, କ୍ରୀଡ଼ା ଓ ଗଣମାଧ୍ୟମ ଆଦି କ୍ଷେତ୍ରରେ ସେ ପାଦ ଦେଇଥିଲେ। ଅନେକ କ୍ଷତି ସହିବା ପରେ ସୁବ୍ରତ କିଛି ବର୍ଷ ତଳେ ସାହାରା ଏୟାରଲାଇନ୍ସକୁ ବିକ୍ରି କରି ଦେଇଥିଲେ।

ଏହି ଘଟଣାରେ ସୁବ୍ରତ ରୟ କୌଣସି ଭୁଲ୍ କରିନଥିବା ଦାବି କରିଥିଲେ। ସୁବ୍ରତ କୋର୍ଟ ଅବମାନନା ଅଭିଯୋଗରେ ୨୦୧୪ରେ ଗିରଫ ହୋଇଥିଲେ। ଦୁଇବର୍ଷ ପରେ ଅର୍ଥାତ ୨୦୧୬ ପରଠାରୁ ସେ ଜାମିନରେ ଥିଲେ ।

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ୨୦୧୨ ମସିହାରେ, ସୁବ୍ରତଙ୍କ ନାମରେ ଅଭିଯୋଗ ଆଣିଥିଲା | ଚିଟ୍ ଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କଠାରୁ ହଜାର ହଜାର କୋଟି ଟଙ୍କା ଜମା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ସୁବ୍ରତ। ପରେ ଏହି ମାମଲାରେ ସୁବ୍ରତ ରୟ ଦୀର୍ଘ ସମୟ ଜେଲରେ ବିତାଇଥିଲେ।

Delhi