Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘୋଷଣା: ହଠାତ୍‌ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢ଼ୁନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସ୍ପଷ୍ଟିକରଣ ରଖିଛନ୍ତି।

Covid vaccines

Covid vaccines

Advertisment

ଦେଶରେ ଦିନକୁ ଦିନ ହଠାତ୍‌ ମୃତ୍ୟୁ ହେବା ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ଯୁବପିଢ଼ିମାନେ ଏହାର ଅଧିକ ଶିକାର ହେଉଛନ୍ତି। ତେବେ ଆକସ୍ମାତ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାପଛରେ କରୋନା ଟିକାର କୌଣସି ଭୂମିକା ନାହିଁ। କରୋନା ଟିକାକୁ ନେଇ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହାକୁ ନେଇ ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି।

Advertisment

ଦେଶରେ କରୋନା ସଙ୍କଟ ପରେ ହଠାତ୍ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ଏବେ ଏହାକୁ ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ସରକାର ସଂସଦ ଏବଂ କୋର୍ଟରେ ଉପସ୍ଥାପନ କରିଛନ୍ତି। କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢ଼ୁନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସ୍ପଷ୍ଟିକରଣ ରଖିଛନ୍ତି।

ପୂର୍ବରୂ କୋଭିଡ ଟିକା ପାଇଁ ଯୁବପିଢିଙ୍କ ହଠାତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିଲା । କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା।

Advertisment

ଏହାପରେ ଆଇସିଏମ୍‌ଆର୍‌ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ନେଇ ରିସର୍ଚ୍ଚ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, କୋଭିଡ -୧୯ ଟିକାର ଅତି କମରେ ଗୋଟିଏ ଡୋଜ କିମ୍ବା ଦୁଇଟି ଡୋଜ ନେବା ବିନା କାରଣରେ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନାକୁ ହ୍ରାସ କରିଥାଏ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଭ୍ୟାକ୍‌ସିନ୍‌ର ସାଇଡ୍‌ ଇଫେକ୍ଟକୁ ଟ୍ରାକ୍‌ କରିବା ପାଇଁ 'ଆଡଭାନ୍ସ ଇଭେଣ୍ଟ ଫଲୋଇଂ ଇମ୍ୟୁନାଇଜେସନ' (AEFI) ନାମକ ଏକ ଦୃଢ଼ ସର୍ଭେଲେନ୍ସ ସିଷ୍ଟମ ତିଆରି କରାଯାଇଥିଲା। ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ଆନାଫାଇଲକ୍ସିସ୍ କିଟ୍ ଉପଲବ୍ଧ କରାଯାଏ ଏବଂ ଟିକାକରଣ ପରେ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ ୩୦ ମିନିଟ୍ ପର୍ଯ୍ୟନ୍ତ ନଜରରେ ରଖାଯାଏ।

AEFI ବିଷୟରେ ସଚେତନତା ସୃଷ୍ଟି କରିବାକୁ ନାଡ୍ଡା କହିଛନ୍ତି ଯେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସହ ଜଡିତ ମାମଲାଗୁଡ଼ିକର ରିପୋର୍ଟ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସଚେତନତା ପ୍ରସାର ପାଇଁ ସରକାର ସୋଶାଲ ମିଡିଆର ମଧ୍ୟ ବ୍ୟବହାର କରୁଛନ୍ତି।

Covid Vaccine Covid19 Sudden Death Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe