Advertisment

ରାଜଧାନୀରେ ତାଣ୍ଡବ ରଚିଲା ଧୂଳି ଝଡ଼; ୨ ମୃତ, ୨୩ ଆହତ

ହଠାତ୍‌ ବଦଳିଲା ରାଜଧାନୀ ଦିଲ୍ଲୀର ପାଗର ମିଜାଜ । ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍‌ ଧୂଳି ଝଡ଼ ଆରମ୍ଭ ହୋଇଗଲା। ଲୋକଙ୍କୁ କଲବଲ କଲା ଧୂଳି ଝଡ଼ ।

author-image
Niharika Rout
Dust, thunderstorm in Delhi,

Dust, thunderstorm in Delhi,

ହଠାତ୍‌ ବଦଳିଲା ରାଜଧାନୀ ଦିଲ୍ଲୀର ପାଗର ମିଜାଜ । ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍‌ ଝଡ଼ ଆରମ୍ଭ ହୋଇଗଲା। ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ଏଥିଯୋଗୁ ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି।

Advertisment

ଗତକାଲି ଦିଲ୍ଲୀରେ ହଠାତ୍‌ ୬୦ରୁ ୭୦ କିମି ବେଗରେ ପବନ ବହିଥିଲା। ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଗତ ରାତିରେ ଦିଲ୍ଲୀ ପୁଲିସ୍‌ ପାଖକୁ ଗଛ ଉପୁଡ଼ିଥିବା ନେଇ ୧୫୨ଟି କଲ୍‌ ଆସିଥିବା ବେଳେ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫୫ଟି କଲ୍‌ ଆସିଥିଲା ।

ଦିଲ୍ଲୀର ଦ୍ୱାରକାରେ ଏକ ବାଇକ୍‌ ଓ ଆମ୍ବୁଲାନ୍ସ ଉପରେ ଏକ ସାଇନବୋର୍ଡ ପଡ଼ିଯାଇଥିଲା। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ଦୁଇ ଜଣ ଓ ଜଣେ ଅଟୋ ଡ୍ରାଇଭର ଗୁରୁତର ହୋଇଥିଲେ। ତୁନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପରିସ୍ଥିତି ଏପରି ହେଲା ଯେ, ଦିଲ୍ଲୀରେ ଅବତରଣ କରିବାକୁ ଥିବା ବହୁ ବିମାନର ଦିଗ ପରିବର୍ତ୍ତନ କରାଯାଇ ରାଜସ୍ଥାନର ଜୟପୁରରେ ଲ୍ୟାଣ୍ଡିଂ କରାଗଲା।

ରାସ୍ତା ଉପରେ ଗଛ ପଡ଼ିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କ୍ରେନ୍‌ ସାହାଯ୍ୟରେ ଗଛଗୁଡ଼ିକୁ ରାସ୍ତାରୁ ହଟାଯାଉଛି। ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛି।

Delhi Thunderstorm Death