Advertisment

ହସଖୁସିରେ ମାତିଥିଲା ପୂରା ପରିବାର, ଭସାଇ ନେଲା ପ୍ରଖର ସ୍ରୋତ

ପୂରା ପରିବାର ଛୁଟି କାଟିବାକୁ ଯାଇଥିଲା ଲୋନାୱାଲା । ଛୁଟି ସାରି ପୁଣି ଘରକୁ ଫେରି ଆସିଥାନ୍ତେ। ମାତ୍ର ତା’ ପୂର୍ବରୁ ପୂରା ପରିବାରର ୫ ସଦସ୍ୟଙ୍କୁ ମୃତ୍ୟୁ ନିଜ କୋଳକୁ ଟାଣିନେଲା।

ଅଦ୍ୟତନ ହୋଇଛି
5-people-swept-away in sudden-flood

5-people-swept-away in sudden-flood

Advertisment

ପୂରା ପରିବାର ଛୁଟି କାଟିବାକୁ ଯାଇଥିଲା ଲୋନାୱାଲା । ଛୁଟି ସାରି ପୁଣି ଘରକୁ ଫେରି ଆସିଥାନ୍ତେ। ମାତ୍ର ତା’ ପୂର୍ବରୁ ଘୋଟି ଆସିଲା କଳା ବାଦଲ । ଆଉ ପୂରା ପରିବାରର ୫ ସଦସ୍ୟଙ୍କୁ ମୃତ୍ୟୁ ନିଜ କୋଳକୁ ଟାଣିନେଲା।

Advertisment

ଏପରି ଏକ ଛାତିଥରା ଘଟଣା ମହାରାଷ୍ଟ୍ରର ଲୋନାୱାଲାରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩୬ ବର୍ଷୀୟା ମହିଳା, ଓ ୪ ପିଲା ଅଛନ୍ତି। ସେମାନେ ମହାରାଷ୍ଟ୍ରର ହଡପସର ଅଞ୍ଚଳର ଅନସାରୀ ପରିବାର ସଦସ୍ୟ ବୋଲି ଜଣାଯାଇଛି।

ଭୁସି ଡ୍ୟାମ ବ୍ୟାକ ୱାଟର ନିକଟରେ ଏହି ଅଘଟଣ ହୋଇଛି । ଲୋନାୱାଲାକୁ ଛୁଟି କାଟିବାକୁ ଆସିଥିବା ଏକ ପରିବାର ଏକ ଝରଣା ନିକଟରେ ବୁଲୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ଫଳରେ ଝରଣାରେ ଫ୍ଲାସ ଫ୍ଲଡ୍ ଆସିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣ ଭାସିଯାଇଥିଲେ । ବଞ୍ଚିବା ପାଇଁ ସେମାନେ ଆର୍ତ୍ତ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।ଏପରି ଛାତି ଥରା ଘଟଣାର ସମସ୍ତ ଚିତ୍ର କ୍ୟାମେରାରେ କଏଦ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେଉଛି ।

Advertisment

ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଗତକାଲି ଦୁଇ ମୃତଦେହ ମିଳିଥିବା ବେଳେ ଆଜି ଆଉ ୩ଟି ମୃତଦେହ ଉଦ୍ଧାର ହୋଇଛି। 

Maharashtra Family Dead Natural Disaster
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe