Advertisment

ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି

୭୩ ବର୍ଷୀୟ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଅଟନ୍ତି।

Sudha Murty

Sudha Murty

Advertisment

ରାଜ୍ୟସଭାକୁ ମନୋନୀତ ହେଲେ ପ୍ରସିଦ୍ଧ ଉଦ୍ୟୋଗପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ତଥା ପ୍ରଖ୍ୟାତ୍‌ ଲେଖିକା ସୁଧା ମୂର୍ତ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି। ଏନେଇ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି।

Advertisment

ସୁଧା ମୂର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ' ମୁଁ ଖୁସି ଯେ, ଭାରତର ରାଷ୍ଟ୍ରପତି ସୁଧା ମୁର୍ତ୍ତିଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଛନ୍ତି। ସାମାଜିକ କାର୍ଯ୍ୟ, ପରୋପକାର ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ଜୀଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ। ରାଜ୍ୟ ସଭାରେ ତାଙ୍କର ଉପସ୍ଥିତି ଆମ ନାରୀ ଶକ୍ତିର ଏକ ଶକ୍ତିଶାଳି ପ୍ରମାଣ, ଯାହା ଆମ ଦେଶର ଭାଗ୍ୟ ଗଠନ କରିବାରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଏକ ଉଦାହରଣ ଅଟେ। ତାଙ୍କର ସଫଳ ସଂସଦୀୟ କାର୍ଯ୍ୟକାଳର ମୁଁ କାମନା କରୁଛି।'

୭୩ ବର୍ଷୀୟ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଅଟନ୍ତି। ସୁଧା ଲଗାତର ଭାବେ ମହିଳା ଏବଂ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। କେବଳ ସେତିକି ନୁହେଁ ସେ ଅନେକ ପ୍ରେରଣାଦାୟକ ପୁସ୍ତକ ମଧ୍ୟ ଲେଖିଛନ୍ତି। ୧୯୮୧ ମସିହାରେ ଇନଫୋସିସର ଆରମ୍ଭ ସମୟରେ ସୁଧା ମୂର୍ତ୍ତି ତାଙ୍କ ସ୍ୱାମୀ ଏନ.ଆର. ନାରାୟଣ ମୁର୍ତ୍ତିଙ୍କୁ ୧୦ ହଜାର ଟଙ୍କା ଋଣ ଦେଇଥିଲେ। ଏନେଇ ଏକ ଟିଭି ଇଣ୍ଟରଭ୍ୟୁରେ ସେ ଖୋଦ୍ ଖୁଲାସା କରିଥିଲେ।

Advertisment

PM Modi Rajya Sabha Sudha Murty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe