ଉମର
ଦିଲ୍ଲୀ ଆତ୍ମଘାତୀ କାର ବିସ୍ଫୋରଣକାରୀ ଡାକ୍ତର ଉମର ଉନ ନବିର ଗୋଟିଏ ଭିଡିଓ ଏବେ ସାମ୍ନାକୁ ଆସିଛି। ନଭେମ୍ବର ୧୦ ବିସ୍ଫୋରଣ(Blast In Delhi) ପୂର୍ବରୁ ଆତ୍ମଘାତୀ ହମଲାକୁ ନେଇ ଉମର ନବି ନିଜର ମତାମତ ଏହି ଭିଡିଓରେ ରଖିଛି। ଆତ୍ମଘାତୀ ବୋମା ବିସ୍ଫୋରଣକୁ କେମିତି ଅତ୍ୟନ୍ତ ଭୁଲ ଭାବେ ବୁଝାଯାଉଛି, ସେବିଷୟରେ ଉମର ଭିଡିଓରେ କହିଛି।
ଅତ୍ୟନ୍ତ ଚମତ୍କାର ଇଂରାଜୀରେ ନିଜ କଥାକୁ ଊପସ୍ଥାନ କରିବା ସହ ଉମର ଏହାକୁ ରେକର୍ଡ କରିଥିଲା। ଏଥିରେ ସେ କହିଛି ଯେ ଯାହାକୁ ଆତ୍ମଘାତୀ ବୋମା ବିସ୍ଫୋରଣ ବୋଲି କୁହାଯାଉଛି, ବାସ୍ତବରେ ତା’ହା ସହିଦ ହେବାର ଅପରେସନ। ଏଥିରୁ ଉମରର ଆତ୍ମଘାତୀ ଆତଙ୍କୀ ହେବାର ମାନସିକତା ସ୍ପଷ୍ଟ ଜଣାପଡ଼ୁଛି।
ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରୁଥିବା ଅଧିକାରୀଙ୍କ କହିବା କଥା ଯେ ନଭେମ୍ବର ୧୦ ବିସ୍ଫୋରଣ ଦୁର୍ଘଟଣାବଶତଃ ହୋଇଥିଲା। ଆତଙ୍କୀ ଉମର ନବି ପ୍ରକୃତରେ ବଡ଼ ଧରଣର ଆତ୍ମଘାତୀ ହମଲା ପାଇଁ ଯୋଜନା କରିଥିଲା। ଡାକ୍ତରରୁ ଆତଙ୍କବାଦୀ ସାଜିଥିବା ଉମର ଭିଡିଓରରେ କହିଛି ଯେ ଯାହାକୁ ଆତ୍ମଘାତୀ ବୋମା ବିସ୍ଫୋରଣ ବୋଲି କହି ଲାଞ୍ଛନା ଦିଆଯାଉଛି, ବାସ୍ତବରେ ସେଇଟା ଇସଲାମରେ ସହିଦ ଅପରେସନ।
ଉମର ଦାବି କରିଛି ଯେ ଏହା ସପକ୍ଷରେ ଓ ବିପକ୍ଷରେ ସବୁବେଳେ ଯୁକ୍ତି ରହିଛି। ଯେତେବେଳେ କୌଣସି ବ୍ୟକ୍ତି ଏକଥା ମାନି ନେଇଥାଏ ଯେ ତା’ର ମୃତ୍ୟୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ହେବ, ଏହାର ଅର୍ଥ ସେ ମୃତ୍ୟୁର ସ୍ୱାଭାବିକ ଧାରଣାର ବିରୋଧରେ କାର୍ଯ୍ୟ କରିଥାଏ। ଏହା ହିଁ ସହିଦ ଅପରେସନ।
ଉମର କହିଛି, “ଆତ୍ମଘାତୀ ବୋମା ବିସ୍ଫୋରଣକୁ ନେଇ ଅନେକ ସପକ୍ଷରେ ଓ ବିପକ୍ଷରେ ଯୁକ୍ତି ରହିଛି। ସହିଦ ଅପରେସନ ତା’କୁ କୁହାଯାଏ ଯେତେବେଳେ ଜଣେ ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନରେ ନିଶ୍ଚିତ ଭାବେ ମରିବ ବୋଲି ଭାବି ନେଇଥାଏ। ଏପରି କରି ସେ ସ୍ୱାଭବିକ ମୃତ୍ୟୁ ବିରୋଧରେ କାର୍ଯ୍ୟ କରିଥାଏ।”
ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ହ୍ୱାଇଟ କଲାର ଫରିଦାବାଦ ଟେରର ମଡ୍ୟୁଲରେ ସବଠାରୁ ଅଧିକ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିବା ସଦସ୍ୟ ହେଉଛି ଉମର। ସେ ନିଜ ନେଟୱର୍କରେ ଥିବା ଲୋକଙ୍କ ବ୍ରେନୱାଶ କରିବାକୁ ଏପରି ଭିଡିଓ ଜାରି କରିଥିଲା।
ଡାକ୍ତର ଉମରର ମୂଳ ଘର ପୁଲୱାମାର କୋଇଲ ଗାଁରେ। ସମ୍ପର୍କୀୟଙ୍କ କହିବା କଥା ଯେ ଉମର ସବୁବେଳେ ଶାନ୍ତ ରହିବା ସହ ବହି ପଢ଼ିବାରେ ଅଧିକ ସମୟ ବିତାଉଥିଲା। କିନ୍ତୁ ପୁଲିସ୍ ସୂତ୍ରରେ କୁହାଯାଇଛି ଯେ ଉମରର ବ୍ୟବହାର ବେଶ କିଛି ମାସ ହେଲା ବଦଳି ଯାଇଥିଲା। ସେ ଅକ୍ଟୋବର ୩୦ରୁ କାର୍ଯ୍ୟ କରୁଥିବା ଅଲ ଫଲାହ ବିଶ୍ୱବିଦ୍ୟାଳୟରୁ ନିୟମିତ ଛୁଟି ନେଉଥିଲା। ଡ୍ୟୁଟି ଛାଡ଼ି ସେ ଫରିଦାବାଦରୁ ଦିଲ୍ଲୀ ଯାଉଥିଲା। ରାମଲୀଳା ମୈଦାନ ନିକଟରେ ଥିବା ମସଜିଦ ଓ ସୁନେହରି ମସଜିଦକୁ ନିୟମିତ ଯାଉଥିଲା।
ନଭେମ୍ବର ୯ରେ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍ ଫରିଦାବାଦରେ ରେଡ କରିବା ସହ ୨୯୦୦ କେଜିର ବିସ୍ଫୋରକ ଠାବ କରିଥିଲେ। ବିସ୍ଫୋରକ ମିଳିବା ସହ ପୁଲିସ୍ ଉମରର କିଛି ସହଯୋଗୀଙ୍କୁ ଗିରଫ କରିଥିଲା। ଏଥିରେ ଡରି ଯାଇ ଭୟରେ ଫରିଦାବାଦ ଛାଡ଼ି ଦେଇଥିଲା ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୧୦ରେ ସେ ଲାଲକିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୫ ଜଶ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/18/umar-2025-11-18-14-20-15.jpg)