Advertisment

ସୁକେଶକୁ କଏଦୀଙ୍କ ଚିନ୍ତା, ଜେଲ୍ ଡିଜିଙ୍କୁ ଲେଖିଲା ଚିଠି

କଏଦୀଙ୍କୁ ଆର୍ଥିକ ରୂପେ ସହାୟତା କରିବାକୁ ଚାହୁଁଛି ମହାଠକ ସୁକେଶ।

author-image
Madhupriya Mistry
Sukesh Chandra Sekhar

Sukesh Chandra Sekhar

ପୁଣି ଚର୍ଚ୍ଚାରେ ମହାଠକ ସୁକେଶ ଚନ୍ଦ୍ରଶେଖର। ୨୦୦ କୋଟି ଠକେଇ ମାମଲାରେ ଅଭିଯୁକ୍ତ ଥିବା ସୁକେଶଙ୍କୁ ଏବେ ଘାରିଛି କଏଦୀଙ୍କ ଚିନ୍ତା। ତାଙ୍କୁ ସହାୟତା କରିବାକୁ ସେ କରିଛି ଇଚ୍ଛା ପ୍ରକାଶ। ଏଥିପାଇଁ ଜେଲ୍ ଭିତରୁ ସେ ଲେଖିଛି ପୁଣି ଚିଠି। ଏଥର ଦିଲ୍ଲୀ ଏଲ୍‌ଜି ନୁହେଁ ଜେଲ୍ ଡିଜିଙ୍କ ପାଖକୁ ସେ ଚିଠି ଲେଖି ଅନୁରୋଧ କରିଛି। 

Advertisment

କଏଦୀଙ୍କୁ ଜାମିନ ପାଇବାରେ ଆର୍ଥିକ ରୂପେ ସହାୟତା କରିବାକୁ ଚାହୁଁଛି ମହାଠକ ସୁକେଶ। ଏଥିପାଇଁ ସେ ତିହାର ଜେଲ୍ ଡିଜିଙ୍କୁ ଚିଠି ଲେଖି ଜଣାଇଛି। ୫ କୋଟି ୧୧ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଦେଇ  ସେ ସେହି କଏଦୀମାନଙ୍କୁ ସାହାଯ୍ୟ କରିବାକୁ ଚାହାଁଛି, ଯେଉଁମାନେ ଜାମିନ ପାଇବା ପରେ ବି ଗିରବ ହୋଇଥିବା କାରଣରୁ ସେମାନଙ୍କର ଜାମିନ ବନ୍ଧକ ଦେଇ ପାରୁନାହାଁନ୍ତି। ଏହି କଏଦୀମାନେ ଜାମିନ ବାବଦକୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ପୈଠ କରି ନ ଥିବାରୁ ବର୍ଷ ବର୍ଷ ଧରି ତିହାରରେ ଜେଲରେ ବନ୍ଦୀ ଅଛନ୍ତି ବୋଲି ସୁକେଶ ଚିଠି ଲେଖି କହିଛି।

ଏହାପୂର୍ବରୁ ସୁକେଶ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଜେଲ୍ ଭିତରେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଭିଭିଆଇପି ଟ୍ରିଟ୍‌ମେଣ୍ଟ ମିଳୁଥିବା ଦାବି କରିଥିଲା। ଏହି ଭିଭିଆଇପି ଟ୍ରିଟ୍‌ମେଣ୍ଟର ଯାଞ୍ଚ କରିବାକୁ ସେ ଦାବି ମଧ୍ୟ କରିଥିଲା। ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନୀଷ ସିସୋଦିଆଙ୍କ ଜେଲ୍ ଭିତରେ ଅସୁରକ୍ଷିତ ଥିବା ନେଇ ମିଛ ଗୁଜବ କରୁଥିବା ଅଭିଯୋଗ ଆଣିଥିଲା ସୁକେଶ।

Advertisment

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଓ ତା ପତ୍ନୀ ଲୀନା ମାରି ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପୂର୍ବରୁ ଉଭୟ ତିହାର ଜେଲ୍‌ରେ ଥିଲେ।  

Delhi Sukesh Chandrasekhar