Advertisment

ଦିଲ୍ଲୀ ସରକାର ବିରୋଧରେ ପୁଣି ବିଷ ଓଗାରିଲା ମହାଠକ ସୁକେଶ

ପିଲାଙ୍କ ପାଠ ପଢ଼ାରେ କେଜ୍ରିୱାଲ ସରକାର ଦୁର୍ନୀତି କରିଥିବା ସୁକେଶ ଜେଲ୍ ଭିତରୁ ଚିଠି ଲେଖି ଅଭିଯୋଗ ଆଣିଛି।

Arvind Kejriwal and Sukesh Chandrasekhar

Arvind Kejriwal and Sukesh Chandrasekhar

Advertisment

ପୁଣି ସଙ୍ଗୀନ ଅଭିଯୋଗ ଆଣିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଓଗାରିଲା ବିଷ। କେବଳ କେଜ୍ରିୱାଲ ନୁହନ୍ତି ଦୁଇ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମଧ୍ୟ ବଡ଼ ଅଭିଯୋଗ ଆଣିଛି ମହାଠକ।  ପିଲାଙ୍କ ପାଠ ପଢ଼ାରେ କେଜ୍ରିୱାଲ ସରକାର ଦୁର୍ନୀତି କରିଥିବା ସୁକେଶ ଜେଲ୍ ଭିତରୁ ଚିଠି ଲେଖି ଅଭିଯୋଗ ଆଣିଛି।

Advertisment

ଆପଣ ମୋତେ ଠକ କହୁଛନ୍ତି, କିନ୍ତୁ ଆପଣ ତ ସବୁଠାରୁ ବଡ ଠକ। ବିଭିନ୍ନ ଚୁକ୍ତିନାମା ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲ ପାଖାପାଖି ୧୦୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ମଧ୍ୟ ଗରିବ ପିଲାମାନଙ୍କ ଶିକ୍ଷାରେ ଠକେଇ କରିଛନ୍ତି। ସ୍କୁଲ ପିଲାଙ୍କ ଷ୍ଟେସନାରୀ ଜିନିଷରେ ‌ଠକେଇ କରିଥିବା ଅଭିଯୋଗରେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରୁଛି ବୋଲି ସୁକେଶ ଚିଠିରେ ଉଲ୍ଲେଖ କରିଛି।  

ସ୍କୁଲ ପିଲାମାନଙ୍କୁ ଟାବଲେଟ୍ ବଣ୍ଟନ ପାଇଁ ଚାଇନାର ଏକ କମ୍ପାନି ଠାରୁ ମୋ ମାଧ୍ୟମରେ ଟାବଲେଟ୍ କିଣାଯାଉଥିଲା, କିନ୍ତୁ ଅନ୍ୟ କମ୍ପାନୀ ୨୦ ପ୍ରତିଶତ ଅଧିକ ଲାଞ୍ଚ ଦେଇ ପ୍ରଲୋଭିତ କରିଥିଲା, ଏହାପରେ କେଜ୍ରିୱାଲ୍ ସରକାର ମୋତେ ଟେଣ୍ଡର ନ ଦେଇ ଅନ୍ୟ କାହାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସୁକେଶ କହିଛି।

Advertisment

ସୁକେଶ ଆହୁରି କହିଛି, ‘୨୦୧୭ ମାର୍ଚ୍ଚ ୨୫ରେ କେଜ୍ରିୱାଲ, ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ମୋ ଜନ୍ମଦିନରେ ଏକ ଗୀତ ଗାଇଥିଲେ, ‘ୟେ ଦୋସ୍ତି ହମ ନହି ତୋଡେଙ୍ଗେ ..।’ କିନ୍ତୁ ଟଙ୍କା ଲୋଭରେ ସେମାନେ ଦେଇଥିବା ପ୍ରତିଶ୍ରୁତି ଭାଙ୍ଗି ଦେଇଥିଲେ। ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ସରକାରଙ୍କୁ ପ୍ରଶଂସା କରି ଏକ ଆନ୍ତର୍ଜାତୀୟ ଖବରକାଗଜରେ ଯେଉଁ  ଆର୍ଟିକିଲ ଛପାଇଥି‌ଲେ ତାହା ବି ମୋ ଜରିଆରେ କରିଥିଲେ ବୋଲି ସୁକେଶ ଦାବି କରିଛି।’

ସୁକେଶ ଚନ୍ଦ୍ରଶେଖରଙ୍କ ଏହି ଚିଠି କେଜ୍ରିୱାଲଙ୍କ ପାଇଁ ଏକ ବଡ଼ ଝଟକା ଭଳି। ପୂର୍ବରୁ ହିଁ ଦୁର୍ନୀତି ଅଭିଯୋଗରେ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି। ଏଭଳି ପରିସ୍ଥିତିରେ ଏବେ ସୁକେଶ ଚନ୍ଦ୍ରଶେଖରଙ୍କ ଏହି ଚିଠି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମଧ୍ୟ ଦୁର୍ନୀତି ମାମଲାର ନୂଆ ରୂପେ ତଦନ୍ତ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।  

Delhi Arvind Kejriwal Sukesh Chandrasekhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe