Advertisment

ପୁଣି ଜେଲ ଭିତରୁ ଜ୍ୟାକ୍‌ଲିନଙ୍କୁ ଲଭ୍‌ ଲେଟର୍‌ ଲେଖିଲା ମହାଠକ ସୁକେଶ

ଜ୍ୟାକ୍‌ଲିନ୍‌ଙ୍କ ପାଇଁ ୯ ଦିନ ଉପବାସ କରିବ ମହାଠକ ସୁକେଶ।

ଅଦ୍ୟତନ ହୋଇଛି
Jacqueline Fernandez and Sukesh Chandrasekhar

Jacqueline Fernandez and Sukesh Chandrasekhar

Advertisment

ପୁଣି ଜେଲ ଭିତରୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ନିଜ ଲେଡି ଲଭ୍‌ ଜ୍ୟକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ପୁଣି ଲଭ୍‌ ଲେଟ୍‌ର ଜାରି କଲା ସୁକେଶ। ଏହି ଚିଠିରେ ଜ୍ୟାକ୍‌ଲିନ୍‌ଙ୍କୁ ' ବାଘୁଣୀ ବୋମ୍ମା ବେବି' କହିବା ସହ ୯ ଦିନର ନବରାତ୍ର ବ୍ରତ ରଖିବାକୁ କହିଛି ସୁକେଶ।

Advertisment

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ବନ୍ଦି ଥିବା ମହାଠକ ସୁକେଶ ଆସନ୍ତାକାଲି ଠାରୁ କରିବ ନବରାତ୍ରୀ ବ୍ରତ। ସେ ଜ୍ୟାକ୍‌ଲିନ୍‌ଙ୍କ ପାଇଁ ଏହି ବ୍ରତ ରଖିବ ବୋଲି ଚିଠିରେ କହିଛି। କେବଳ ସେତିକି ନୁହେଁ ସେ ଜ୍ୟାକ୍‌ଲିନ୍‌ଙ୍କୁ ବେବି ବୋମ୍ମା କହିବା ସେ ବଲିଉଡର ଜଗତର ସବୁଠାରୁ ସୁନ୍ଦରୀ ସ୍ତ୍ରୀ ବୋଲି କହିଛି। ଏଥିସହ ସହ ପ୍ରଥମ କରି ସେ ଜ୍ୟାକ୍‌ଲିନ୍‌ଙ୍କ ପାଇଁ ୯ ଦିନର ଉପବାସ କରିବାକୁ ଯାଉଥିବା ଚିଠିରେ କହିଛି ସୁକେଶ।

ସେ ଆହୁରି କହିଛି, 'ମୁଁ ମାତା ବୈଷ୍ଣୋ ଦେବୀ ମନ୍ଦିର ଏବଂ ମହାକଲେଶ୍ୱର ମନ୍ଦିରରେ ମୁଁ ମୋ ବାଘୁଣୀ ଜ୍ୟାକ୍‌ଲିନ୍‌ ଏବଂ ମୋ ପାଇଁ ଏକ ସ୍ୱତନ୍ତ୍ର ପୂଜା ଆଳତୀ ଆୟୋଜନ କରୁଛି। ଆମେ ଦୁହେଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପରସ୍ପର ସହିତ ରହିବା। ସମାଲୋଚକମାନଙ୍କୁ ଦେଖାଇଦେବା ଯେ ସେମାନେ ସମସ୍ତେ ଭୁଲ୍ ଥିଲେ।'

Advertisment

ସୁକେଶ ନିଜ ଓକିଲ ଜରିଆରେ ଏହି ଚିଠିକୁ ଜାରି କରିଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେରକୁ ଗିରଫ କରି ପ୍ରଥମେ ଦିଲ୍ଲୀ ତିହାର ଜେଲ୍‌ରେ ରଖାଯାଇଥିଲା। ଏହାପରେ ତାକୁ ଏବେ ଦିଲ୍ଲୀର ମଣ୍ଡୋଲା ଜେଲରେ ରଖାଯାଇଛି। ଏହି ଠକେଇ ମାମଲାର ସୁକେଶର ସ୍ତ୍ରୀକୁ ମଧ୍ୟ କରି ସେହି ଜେଲ୍‌ରେ ରଖାଯାଇଛି।

Sukesh Chandrasekhar Jacqueline Fernandes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe