Advertisment

ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଦଣ୍ଡ; ସଫା କରିବେ ପାଇଖାନା

ଡେରା ମୁଖ୍ୟ ଗୁରମିତ ରାମ ରହୀମଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ କ୍ଷମା କରିଦେଇଥିଲେ ଅକାଳୀ ଦଳ ସରକାର। ଏବେ ମିଳିଲା ଶୌଚାଳୟ ସଫା କରିବା ଦଣ୍ଡ।

ଅଦ୍ୟତନ ହୋଇଛି
Akal Takht (File Photo)

Akal Takht (File Photo)

Advertisment

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଧାର୍ମିକ ଅପବିତ୍ରୀକରଣ ମାମଲାରେ ବଡ଼ ଦଣ୍ଡ ମିଳିଛି। ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହୀମଙ୍କୁ କ୍ଷମା ଦେବାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଦୁଇମାସ ପୂର୍ବେ ସୁଖବୀର ସିଂହ ବାଦଲଙ୍କୁ ଅକାଲ ତଖ୍ତଙ୍କ ଦ୍ୱାରା 'ତନଖୈୟା' (ଧାର୍ମିକ ଅପବିତ୍ରୀକରଣରେ ଦୋଷୀ) ଘୋଷିତ କରାଯାଇଥିଲା।

Advertisment

ସୁଖବୀର ବାଦଲ ଏବଂ ୨୦୧୫ ଅକାଳୀ ସରକାରର ଅନ୍ୟ କ୍ୟାବିନେଟ ସଦସ୍ୟମାନଙ୍କୁ ପଞ୍ଜାବ ସ୍ଵର୍ଣ୍ଣ ମନ୍ଦିର ସମେତ ଅନ୍ୟ କେତେକ ଗୁରୁଦ୍ଵାରରେ ଶୌଚାଳୟ ଏବଂ ବାସନ ସଫା କରିବା ସହିତ ଅନ୍ୟ କେତେକ ଧାର୍ମିକ ଦଣ୍ଡ ଦିଆଯାଇଛି। ତିନି ଦିନ ମଧ୍ୟରେ ସୁଖବୀର ବାଦଲଙ୍କ ଇସ୍ତଫା ଗ୍ରହଣ କରି ଅକାଲ ତଖ୍ତ ସାହିବଙ୍କୁ ରିପୋର୍ଟ କରିବାକୁ ଶିରୋମଣି ଅକାଳୀ ଦଳର କାର୍ଯ୍ୟକାରିଣୀ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଅକାଲ ତଖ୍ତର ଜାଠେଦାର ଜିଆନି ରଘୁବୀର ସିଂହ। ଶୀଘ୍ର ସଦସ୍ୟତା ଅଭିଯାନ ଆରମ୍ଭ କରି ଛଅ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଶିରୋମଣି ଅକାଳୀ ଦଳର ୱାର୍କିଂ କମିଟିକୁ ଅକାଲ ତଖ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅକାଲ ତଖ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁଖବୀର ବାଦଲଙ୍କ ବାପା ପ୍ରକାଶ ସିଂହ ବାଦଲଙ୍କୁ ଦିଆଯାଇଥିବା 'ଫକର-ଏ-କୌମ' ଉପାଧି ପ୍ରତ୍ୟାହାର କରିନେଇଛନ୍ତି। 

କ'ଣ ଥିଲା ମାମଲା?

ବାସ୍ତବରେ, ୨୦୦୭ରେ ସାଲାବତପୁରାରେ, ଗୁରୁ ଗୋବିନ୍ଦ ସିଂହଙ୍କ ପରମ୍ପରାକୁ ଅନୁସରଣ କରି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହୀମ ତାଙ୍କ ପରି ବେଶଭୂଷା ପରିଧାନ କରି ଅମୃତ ଛିଞ୍ଚିବାର ଅଭିନୟ କରିଥିଲେ। ଏ ସମ୍ପର୍କରେ ଗୁରମିତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରାଯାଇଥିଲା। କିନ୍ତୁ ଗୁରମିତଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଅକାଳୀ ସରକାର ତାଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରି ନେଇଥିଲେ।

Advertisment

ସେତେବେଳେ ଅକାଲ ତଖ୍ତ ସାହିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୁରମିତଙ୍କୁ ଶିଖ ଧର୍ମରୁ ବହିଷ୍କାର କରିଥିଲେ। ସୁଖବୀର ବାଦଲ ନିଜ କ୍ଷମତାର ଅପବ୍ୟବହାର କରି ଗୁରମିତଙ୍କୁ ଦଣ୍ଡ ଦେବା ବଦଳରେ କ୍ଷମା କରିଦେଇଥିଲେ ବୋଲି କୁହାଯାଇଥିଲା। ଏହାପରେ ଅକାଳୀ ଦଳ ଏବଂ ଶିରୋମଣି କମିଟିକୁ ଶିଖ ସମ୍ପ୍ରଦାୟର କ୍ରୋଧ ଏବଂ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଥିଲା। ଶେଷରେ ଗୁରମିତଙ୍କୁ କ୍ଷମା ଦେବା ନିଷ୍ପତ୍ତି ଅକାଲ ତଖ୍ତ ସାହିବ ପ୍ରତ୍ୟାହାର କରିଥିଲେ ଏବଂ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟର ଅନ୍ୟ ସଦସ୍ୟଙ୍କୁ ଏହାର ଉତ୍ତରଦାୟୀ କରିଥିଲେ।

ସୁଖବୀର ବାଦଲ ଅକାଳୀ ସରକାର ସମୟରେ ଅକାଲ ତଖ୍ତ ସାହିବଙ୍କ ଆଗରେ ନିଜ ଭୁଲ ସ୍ଵୀକାର କରିଥିଲେ। ସେ କହିଥିଲେ ଯେ ଆମେ ଅନେକ ଭୁଲ କରିଛୁ। ଆମ ସରକାର ସମୟରେ ଏଭଳି ଖରାପ ଘଟଣା ଘଟିଥିଲା। ଆମେ ଅପରାଧୀଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଥିଲୁ। ଏହି ରାୟ ପ୍ରଦାନ କରିବା ସମୟରେ ଅକାଲ ତଖ୍ତର ଜାଠେଦାର ଜିଆନି ରଘୁବୀର ସିଂହ କହିଛନ୍ତି ଯେ ଅକାଳୀ ଦଳର ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ଥିବାବେଳେ ସୁଖବୀର କିଛି ନିଷ୍ପତ୍ତି ନେଇଥିଲେ ଯାହା ଶିଖ ଧର୍ମର ଭାବମୂର୍ତ୍ତିକୁ ନଷ୍ଟ କରି ଦେଇଥିଲା।

Punjab Golden Temple Sukhbir Singh Badal Akal Takht Shikhism
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe