Advertisment

Sukhoi jet crashes: ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

Dead pilots
Advertisment

ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଗତକାଲି  ଭାରତୀୟ ବାୟୁସେନାର ଏକ ସୁଖୋଇ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

Advertisment

ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ମୃତ ପାଇଲଟ ଦ୍ଵୟ ହେଉଛନ୍ତି ସ୍କ୍ବାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକର ।

ଗତକାଲି ସନ୍ଧ୍ୟାରେ ଏହି ବିମାନ ନିୟମିତ ତାଲିମ ମିଶରରେ ବାହାରି ଥିଲା। ଜୋରହାଟରୁ ଉଡାଣ ଭରିବାର କିଛି ସମୟ ପରେ ଏହି ରାଡାର୍ ବାହାରକୁ ଚାଲି ଯାଇଥିଲା।

Advertisment

ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ବିମାନଟି ଜୋରହାଟ ଏୟାର ବେସରୁ ପ୍ରାୟ ୬୦ କିମି ଦୂରରେ ଏକ ପାହାଡ଼ିଆ ଅଞ୍ଚଳରେ ପଡ଼ିଥିଲା।

୨୦୦୦ ମସିହାରେ Sukhoi Su-30 MKIକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହା ହେଉଛି ଏକ ଆଗ ଧାଡ଼ିର କମ୍ବାକ୍ଟ ଏୟାରକ୍ରାଫ୍ଟ ।

ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ 200 ରୁ ଅଧିକ ସୁଖୋଇ ଜେଟ୍ ଅଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe