Advertisment

Sukhoi: ମଝି ଆକାଶରୁ ସୁଖୋଇ ବିମାନ ନିଖୋଜ

ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ସୂଚନା ଅନୁସାରେ, ଏସ୍‌-୩୦ ଏମକେଆଇ ହେଉଛି ୪.୫ ପିଢ଼ିର ବିମାନ। ସନ୍ଧ୍ୟା ୭ଟାରେ ହଠାତ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ବିମାନଟି ଉଡ଼ୁଥିବା ବେଳେ ହଠାତ ରାଡାର ବାହାରକୁ ଚାଲି ଯାଇଥିଲା।

su

ସୁଖୋଇ

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତର ଆସମରୁ ବଡ଼ ଖବର ଆସିଛି। ଭାରତୀୟ ବାୟୁସେନାର ସୁଖୋଇ ଏସ୍‌ୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ହଠାତ ରାଡାରରୁ ନିଖୋଜ ହୋଇଯାଇଯାଇଛି। ଗୁହାଟୀ ଡିଫେନ୍ସ ପିଆରଓ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୁଖୋଇ ବିମାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲେ ହେଁ ଏଯାଏ ପାଇଲଟରଙ୍କ ମଧ୍ୟ ସୂଚନା ମିଳିନି। 

Advertisment

ପ୍ରାଥମିକ ପର୍ଯ୍ୟାୟରେ ମିଳିଥିବା ସୂଚନା ଅନୁସାରେ, ଏସ୍‌-୩୦ ଏମକେଆଇ ହେଉଛି ୪.୫ ପିଢ଼ିର ବିମାନ। ସନ୍ଧ୍ୟା ୭ଟାରେ ହଠାତ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ବିମାନଟି ଉଡ଼ୁଥିବା ବେଳେ ହଠାତ ରାଡାର ବାହାରକୁ ଚାଲି ଯାଇଥିଲା। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ସ୍ଥାନୀୟ ଲୋକମାନେ ବଡ଼ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିଛନ୍ତି। କିନ୍ତୁ ଏଯାଏ ଭାରତୀୟ ବାୟୁସେନା କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ଦାବିକୁ ନିଶ୍ଚିତ କରି ନାହାନ୍ତି। ଏବେ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। 

ଏହାପୂର୍ବରୁ ଜୁନ ୨୦୨୪ରେ ମହାରାଷ୍ଟ୍ରର ନାଶିକ ଜିଲ୍ଲାରେ ମଧ୍ୟ ଗୋଟିଏ ସୁଖୋଇ ଏସ୍‌ୟୁ-୩୦ ନିଖୋଜ ହୋଇଥିଲା। ବିମାନଟି ଶିରାସଗାଓଁ ନିକଟରେ କ୍ରାଶ ହୋଇଯାଇଥିଲେ ହେଁ ଏହା ମଧ୍ୟରେ ଥିବା ପାଇଲଟ ଓ କୋ ପାଇଲଟ ସୁରକ୍ଷିତ ଭାବେ ଏହା ମଧ୍ୟରୁ ବାହାରି ଯାଇଥିଲେ।

Advertisment

ପାଇଲଟ(ୱିଙ୍ଗ କମାଣ୍ଡର ବୋକିଲ) ଏଥିରେ ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ ହାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ସେ ଡିସଚାର୍ଜ ହୋଇଥିଲେ। ବୈଷୟିକ ତ୍ରୁଟି କାରଣରୁ ବିମାନଟି କ୍ରାଶ ହୋଇଥିବା ବାୟୁସେନା କହିଥିଲା। ତଥାପି ଏହାର ତଦନ୍ତ ଚାଲିଥିବା ଜଣାପଡ଼ିଛି। 

ଏସବୁ ଭିତରେ ପୁଣି ବାୟୁସେନାର ଆଉ ଗୋଟିଏ ବିମାନ ନିଖୋଜ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe