Advertisment

ବସ୍‌ରେ ଡିବେଟ ଦେଖୁଥିଲେ ଯାତ୍ରୀ, ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ହେଲା ନୋଟିସ୍‌

ସରକାରୀ ବସ୍‌ରେ ଚାଲିଥିବା ଏକ ଡିବେଟ କାର୍ଯ୍ୟକ୍ରମରେ ଜଣେ ଯାତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଶୁଣୁଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ତମ୍ବିତୋଫାନ୍‌ । ଏନେଇ ଉଭୟ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନୋଟିସ୍‌ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Bus & Himachal CM

Bus & Himachal CM

ପ୍ଲେଟରୁ ସିଙ୍ଗଡ଼ା ଗାଏବ ହେବା ଘଟଣାର ସିଆଇଡି ଦ୍ୱାରା ଯାଞ୍ଚ କରି ଚର୍ଚ୍ଚା ପରିସରକୁ ଆସିଥିବା ହିମାଚଳପ୍ରଦେଶ ସରକାର ପୁଣି ଥରେ ବିବାଦରେ ଫସିଛନ୍ତି। ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପୁଣି ଏକ କାରନାମା ସାମନାକୁ ଆସିଛି।  

Advertisment

ସରକାରୀ ବସ୍‌ରେ ଚାଲିଥିବା ଏକ ଡିବେଟ କାର୍ଯ୍ୟକ୍ରମରେ ଜଣେ ଯାତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଶୁଣୁଥିବା ବେଳେ ତାହାକୁ ନେଇ ଆରମ୍ଭ ହୋଇଛି ତମ୍ବିତୋଫାନ୍‌ । ଏନେଇ ଉଭୟ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନୋଟିସ୍‌ ହୋଇଛି। ଏହାକୁ ନେଇ ପୁଣି ଥରେ ହିମାଚଳପ୍ରଦେଶରେ ତେଜିଛି ରାଜନୀତି।

ଏହି ପୂରା ମାମଲା ଗତ ୧ ତାରିଖର ହୋଇଥିବା ବେଳେ ତାହା ଏବେ ଲୋକଲୋଚନକୁ ଆସିଛି। ଗତ ୧ ତାରିଖରେ ଏକ HRTC ବସ୍‌ ସିମଲାରୁ ସଞ୍ଜୌଲି ଯାଉଥିଲା। ବସ୍‌ରେ ଯାତ୍ରୀଙ୍କ ଭିଡ଼ ଥିଲା। ଉକ୍ତ ସମୟରେ ଜଣେ ଯାତ୍ରୀ ନିଜ ଫୋନ୍‌ ଯୋଗେ ଏକ ଡିବେଟ କାର୍ଯ୍ୟକ୍ରମ ଦେଖୁଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ବିପକ୍ଷ ନେତାଙ୍କ ବିରୋଧରେ ଟିପ୍ପଣୀ ଦିଆଯାଉଥିଲା।

Advertisment

ଏନେଇ ଉଭୟ ଡ୍ରାଇଭର ଓ କଣ୍ଡକ୍ଟର କାହିଁକି ତାଙ୍କୁ ଅଟକାଇଲେନି ବୋଲି ତାଙ୍କୁ ନୋଟିସ୍‌ ହୋଇଛି। HRTCର ଉପମଣ୍ଡଳ ପ୍ରବନ୍ଧକ ଏନେଇ ଉଭୟଙ୍କୁ ନୋଟିସ୍‌ ଜାରି କରି ୩ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି।

ଏହି ପୂରା ଘଟଣାକୁ ନେଇ ସୁଖୁ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯାଇଛି। ବିଜେପି ବିଧାୟକ ସୁଧିର ଶର୍ମା କହିଛନ୍ତି,ସୁଖୁ ସରକାର ସବୁବେଳେ ଏପରି କାମ କରୁଛନ୍ତି ଯାହାକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରୁଛି। ବସ୍‌ରେ ଜଣେ ଡ୍ରାଇଭରଙ୍କ କାମ ହେଉଛି ଗାଡ଼ି ଚଳାଇବା ଓ କଣ୍ଟକ୍ଟରଙ୍କ କାମ ହେଉଛି ଟିକେଟ କାଟିବ । ଉଭୟ ନିଜ କାମ କରୁଥିଲେ। ଏହା ମଧ୍ୟରେ ଯଦି ଜଣେ ଯାତ୍ରୀ ନିଜ ଫୋନ୍‌ରେ ଡିବେଟ ଶୁଣୁଛନ୍ତି, ତାଙ୍କୁ ଉଭୟ କିପରି ରୋକି ପାରିବେ?

ତେଣୁ ସରକାରଙ୍କୁ ଯଦି ଏତେ ଚିନ୍ତା ତେବେ ବସ୍‌ରେ ମାର୍ଶଲମାନଙ୍କୁ ନିଯୁକ୍ତି ଦେବା ଉଚିତ। ଯିଏ କି ଯାତ୍ରୀମାନଙ୍କ ଫୋନ୍‌ରେ କ’ଣ ଚାଲିଛି ତାହା ଯାଞ୍ଚ କରିବେ। ଏବେ କଂଗ୍ରେସ ସରକାର ହେତୁ ହିମାଚଳ ପ୍ରଦେଶରେ ସ୍ଥିତି ବହୁତ ଖରାପ ହୋଇପଡ଼ିଥିବା କହିଛନ୍ତି ସୁଧୀର ଶର୍ମା।

Congress Himachal Pradesh