Sukma Ram Temple
ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ମାଓ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲାଯିବା ସହ ସେଠାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ବାସିନ୍ଦଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ।
୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ଶହୀଦ ହୋଇଥିଲେ। ୨୦୧୧ରେ ମଧ୍ୟ ଉକ୍ତ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ୨୨ ଜଣ ଯବାନ ଶହୀଦ ହୋଇଥିଲେ। ଏଠାରେ ମାଓବାଦୀଙ୍କ ଚେତାବନୀ କାରଣରୁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ। ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା।
ତଥାପି ଜଣେ ଗ୍ରାମବାସୀ ସବୁଦିନ ଲୁଚିଛପି ଯାଇ ମନ୍ଦିର ବାହାରେ ଦୀପଟିଏ ଜାଳୁଥିଲେ। ଦିନେ ନା ଦିନେ ମନ୍ଦିର ଖୋଲିବ ଏହା ତାଙ୍କର ବିଶ୍ୱାସ ଥିଲା। ଶଷରେ ସେହି ବିଶ୍ୱାସ ଜିତିଛି। ଦେବଦୂତ ଭଳି କମ୍ବିଂ ଅପରେସନ ପରେ ମନ୍ଦିରରେ ପହଞ୍ଚି ଦ୍ୱାର ଖୋଲିବା ସହ ପୂଜାର୍ଚ୍ଚନା କରିଛନ୍ତି CRPF ଯବାନ।
ଏହାସହ ପ୍ରତିଦିନ ପୂଜା କରିବାକୁ ଲୋକଙ୍କୁ ମନ୍ଦିର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ମା ସୀତା ଓ ଲକ୍ଷ୍ମଣ ପୂଜା ପାଉଛନ୍ତି। ମାଓ ହିଂସାରେ ଜର୍ଜରିତ ସୁକମାର ଏହି ଗାଁରେ ଭୟ ଓ ଆତଙ୍କରେ ବନ୍ଦ ଥିବା ଶ୍ରୀରାମ ମନ୍ଦିରର ଖୋଲିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ସିଆରପିଏଫ ଯବାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us