Advertisment

ସୁପ୍ରିୟା ସୁଲେ କିମ୍ବା ଜୟନ୍ତ ପାଟିଲ ଏନସିପିର ନେତୃତ୍ୱ ନେଇପାରିବେ: ପାୱାରଙ୍କ ଭଉଣୀ

ବର୍ତ୍ତମାନ କୋଲହାପୁରରେ ରହୁଥିବା ସରୋଜ କହିଛନ୍ତି ଯେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କିମ୍ବା ଜୟନ୍ତ ପାଟିଲଙ୍କ ମଧ୍ୟରୁ ଜଣେ ଏନସିପିର ନେତୃତ୍ୱ ନେଇପାରିବେ ବୋଲି ସେ କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Sharad Pawar

Sharad Pawar

ଏନସିପିର ସଭାପତି ପଦରୁ ଶରଦ ପାୱାର ହଠାତ୍‌ ଇସ୍ତଫା ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଛନ୍ତି। ଦଳୀୟ ନେତା ଓ ସମର୍ଥକମାନେ ତାଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ କହୁଥିବା ବେଳେ ସେ ୨ରୁ ୩ ଦିନ ସମୟ ମାଗିଛନ୍ତି। ତେବେ ଶରଦ ପାୱାରଙ୍କ ଏପରି ନିଷ୍ପତ୍ତରେ ସ୍ତବ୍ଧ ହୋଇଯାଇଥିବା ତାଙ୍କ ଭଉଣୀ ସରୋଜ ପାଟିଲ ଆଜି ବଡ଼ କଥା କହିଛନ୍ତି।

Advertisment

ବର୍ତ୍ତମାନ କୋଲହାପୁରରେ ରହୁଥିବା ସରୋଜ କହିଛନ୍ତି ଯେ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କିମ୍ବା ଜୟନ୍ତ ପାଟିଲଙ୍କ ମଧ୍ୟରୁ ଜଣେ ଏନସିପିର ନେତୃତ୍ୱ ନେଇପାରିବେ ବୋଲି ସେ କହିଛନ୍ତି।

ଗୋଟିଏ ଗଣମାଧ୍ୟମକୁ ସରୋଜ ପାଟିଲ କହିଛନ୍ତ, “ଅଜିତ ପାୱାରଙ୍କୁ ନେଇ ଚାଲିଥିବା ଆକଳନ ଅତ୍ୟନ୍ତ ବ୍ୟଥିତ କରୁଥିଲା। ଏବେ ଶରଦ ପାୱାରଙ୍କ ଇସ୍ତଫା ଘୋଷଣା ଚକିତ କରିଛି। ମୁଁ ଏକଥା ଶୁଣି ପୂରା ସ୍ତବ୍ଧ। ମୁଁ ବହିନି(ଶରଦ ପାୱାରଙ୍କ ପତ୍ନୀଙ୍କୁ ଫୋନ କରିଥିଲେ। ଦଳକୁ ଆଗକୁ ନେବା ଓ ନିର୍ବାଚନ ଜିତି ପାଇଁ ଏବେ ଠାରୁ ଦକ୍ଷ ନେତା ବାହାରିବା ଲକ୍ଷ୍ୟ ରଖି ଶରଦ ପାୱାର ଏପରି ନିଷ୍ପତ୍ତି ନେଥିବା ବହିନି କହିଛନ୍ତି। ସେ ମଧ୍ୟ ଠିକ କହିଛନ୍ତି। କିଛି ନିର୍ଦ୍ଦିଷ୍ଟ ସମୟ ପରେ ନେତାମାନେ ପରବର୍ତ୍ତୀ ପିଢ଼ି ପାଇଁ ନିଜର ପଦ ଛାଡ଼ିବା ଉଚିତ।”

Advertisment

ଏନସିପିର ଭବିଷ୍ୟତ ନେତୃତ୍ୱ ସମ୍ପର୍କରେ ସରୋଜ ପାଟିଲ କହିଛନ୍ତି, “ମୁଁ ମୋ ଭାଇ ଓ ସେ କରୁଥିବା ରାଜନୀତି ବିଷୟରେ ଭଲ ଭାବେ ଜାଣିଛି। ଯଦି ସେ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ତା’ହେଲେ ସୁପ୍ରିୟା ସୁଲେ କିମ୍ବା ଜୟନ୍ତ ପାଟିଲଙ୍କୁ ଉତ୍ତରାଧିକାରୀ ଭାବେ ନଜରରେ ରଖିଛନ୍ତି। ସମସ୍ତଙ୍କୁ ଏକାଠି ନେଇ ଯିବାର ଦକ୍ଷତା ଜୟନ୍ତ ପାଟିଲଙ୍କର ରହିଛି।

ସୁପ୍ରିୟା ସୁଲେ ନିଜକୁ ଜାତୀୟ ସ୍ତରର ନେତା ଭାବେ ଗଢ଼ି ତୋଳିଛନ୍ତି। ଉଭୟ ଏହି ପଦବୀ ପାଇଁ ଯୋଗ୍ୟ। ମୁଁ ନିଶ୍ଚିତ ଯେ ମୋ ଭାଇ ଉପଯୁକ୍ତ ନିଷ୍ପତ୍ତି ନେବେ।”

୮୦ ବର୍ଷରେ ପାଦ ରଖି ସାରିଥିବା ସରୋଜ ପାଟିଲ ହେଉଛନ୍ତି ଶରଦ ପାୱାରଙ୍କ ଏକମାତ୍ର ଭଉଣୀ। ସରୋଜ ବରିଷ୍ଠ ସ୍ୱେଚ୍ଛାସେବୀ ଏନଡି ପାଟିଲଙ୍କୁ ବିବାହ କରିଥିଲେ। ବର୍ଷକ ତଳେ ଏନଡି ପାଟିଲଙ୍କ ଦେହାନ୍ତ ହୋଇଥିଲା।

Sharad Pawar NCP