Advertisment

୨୦୨୫ରେ ଅଧିକ ତାତିବ ସୂର୍ଯ୍ୟ, ସୌର ଝଡ଼କୁ ସମ୍ମୁଖୀନ ହୋଇପାରିବ ତ ଇଣ୍ଟରନେଟ ସେବା ?

ଆସନ୍ତା ୨ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫ ବେଳକୁ ସୌର ଝଡ କାରଣରୁ ବନ୍ଦ ହୋଇଯିବ ଇଣ୍ଟରନେଟ ସେବା! ‘ଇଣ୍ଟରନେଟ୍ ଆପୋକ୍ଲିପ୍ସ’(ଇଣ୍ଟରନେଟ ସେବା ନଷ୍ଟ)କୁ ନେଇ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ।

author-image
Niranjan Mishra
ଅଦ୍ୟତନ ହୋଇଛି
The frequency of solar flares has increased as the Sun is in its most active phase.

The frequency of solar flares has increased as the Sun is in its most active phase.

ଆସନ୍ତା ୨ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୫ ବେଳକୁ ସୌର ଝଡ କାରଣରୁ ବନ୍ଦ ହୋଇଯିବ ଇଣ୍ଟରନେଟ ସେବା! ‘ଇଣ୍ଟରନେଟ୍ ଆପୋକ୍ଲିପ୍ସ’(ଇଣ୍ଟରନେଟ ସେବା ନଷ୍ଟ)କୁ ନେଇ ବର୍ତ୍ତମାନ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଯଦି ସୌର ଝଡ ହୁଏ ତେବେ ସଂଚାର ଯୋଗାଯୋଗା ବାଧାପ୍ରାପ୍ତ ହେବ, ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ବଞ୍ଚୁଥିବା ପ୍ରାଣୀ କ’ଣ କରିବ ତାକୁ ନେଇ ଖୁବ୍ ଆଲୋଚନା ହେଉଛି ।

Advertisment

ଏନେଇ ୱାସିଂଟନ୍‌ ପୋଷ୍ଟରେ ଏକ ଖବର ପ୍ରକାଶ ପରେ ଏହି ଆଲୋଚନା ଆହୁରି ବଢ଼ିଛି। ରିପୋର୍ଟ ମୁତାବକ, ୨୦୨୫ରେ ସୂର୍ଯ୍ୟ ତାହାର ସୋଲାର ମ୍ୟାକ୍ସିମମ ଅର୍ଥାତ୍ ବିଶେଷ ସକ୍ରିୟ ଅବଧି ସ୍ଥିତିରେ ଆସିଯିବ। ଯାହାକୁ ସାମ୍ନା କରିବାକୁ ଆଜିକାର ଡିଜିଟାଲ ଦୁନିଆ ପ୍ରସ୍ତୁତ ନୁହେଁ। ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦକୁ ନେଇ ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ଭିତରେ ମଧ୍ୟ ବିଭିନ୍ନ ଆଶଙ୍କା ଓ ଚର୍ଚ୍ଚା ହେଉଛି। ଏବାବଦରେ ନାସାର ନାମ ମଧ୍ୟ ଅଯଥାରେ ବହୁଳ ମାତ୍ରାରେ ନିଆଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆମେରିକା ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାଶା ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୌର ଝଡ଼ ଯୋଗୁ ଇଣ୍ଟରନେଟ ବ୍ୟବସ୍ଥା ନଷ୍ଟ ହୋଇଯିବା ନେଇ ଆଶଙ୍କା କିମ୍ବା ସୂଚନା ପ୍ରକାଶ ପାଇନି। ମାତ୍ର ଲୋକେ ଏବାବଦରେ ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଏପରି ହେବ ତେବେ ସବୁବେଳେ ଅନ୍‌ଲାଇନ୍‌ରେ କାମ କରୁଥିବା ଲୋକେ କ’ଣ କରିବେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି। ବାସ୍ତବରେ ଏ ବାବଦରେ କେବଳ କ’ଣ ବଢ଼ାଇ ଚଢ଼ାଇ ଆଲୋଚନା କରାଯାଉଛି କି ? ଯାହା ରିପୋର୍ଟରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି।

Advertisment

ୱାସିଂଟନ୍ ପୋଷ୍ଟ କହିବା ମୁତାବକ ଏହା ପୂରାପୂରି କାଳ୍ପନିକ ନୁହେଁ। ଈରଭାଇନ୍(Irvine) କାଲିଫୋର୍ନିୟା ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ସଂଗୀତା ଅବ୍‌ଦୁ ଜ୍ୟୋତି ୱାସିଂଟନ୍‌ ପୋଷ୍ଟକୁ କହିଛନ୍ତି, ଏକ ଜୋର୍ ସୋଲାର ଝଡ଼ ପୃଥିବୀ ସହ ମାଡ଼ ହୋଇପାରେ। ଯାହା କେବେ ହୋଇନି। ତେଣୁ ଇଣ୍ଟରନେଟ୍‌ ବ୍ୟବସ୍ଥା ବ୍ୟାପକ ନଷ୍ଟ ହୋଇପାରେ। ୧୮୫୯ରେ କୋରିଙ୍ଗଟନ ଘଟଣାକୁ ଉଲ୍ଲେଖ କରି ସେ ଆହୁରି କହିଛନ୍ତି ଯେ, ଏହି ସମୟରେ ଟେଲିଗ୍ରାଫ ଲାଇନ୍‌ରେ ସ୍ପାର୍କିଂ ହୋଇଯାଇଥିଲା ଓ ଅପରେଟରମାନଙ୍କୁ କରେଣ୍ଟର ଝଟକା ଲାଗିଥିଲା। ୧୯୮୯ରେ ସୌର ଝଡ଼ ଯୋଗୁ କ୍ୟୁବେକ୍ ପାୱାର ଗ୍ରୀଡ୍ ଘଣ୍ଟାଏ ଧରି ବନ୍ଦ କରିଦେଇଥିଲା। ତେବେ ଏଭଳି ଘଟଣା ସହ କେବେବି ବାସ୍ତବରେ ଅନୁଭବ ନାହିଁ। ଏହା ମଧ୍ୟ କହି ହେବନି ଯେ ସୌର ଝଡ଼କୁ ପ୍ରତିହତ କରି ଆମ ଭିତ୍ତିଭୂମି ତିଷ୍ଠି ରହିବା ପାଇଁ କିପରି ସଂଘର୍ଷ କରିପାରିବ। ଆମର ବିଫଳତା ପରୀକ୍ଷଣରେ ଏଭଳି ସ୍ଥିତି ସାମିଲ ହୋଇନି।

ଇଣ୍ଟରନେଟ୍ ଆପୋକ୍ଲିପ୍ସ ଭଳି ଶବ୍ଦ ଲୋକପ୍ରିୟତା ବଢ଼ିବା ନେଇ ପ୍ରଫେସର ସଂଗୀତାଙ୍କ ରିସର୍ଚ୍ଚ ପେପର ସୋଲାର ସୁପର ଷ୍ଟ୍ରମ୍‌ସ: ପ୍ଲାନିଂ ଫର୍‌ ଏନ୍ ଇଣ୍ଟରନେଟ୍ ଆପୋକ୍ଲିପ୍ସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଏଥିରେ କହିଛନ୍ତି, ଏକ ଭୀଷଣ ସୌର ଝଡ଼ରେ ଇଣ୍ଟରନେଟ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ଯେପରିକି ସମୁଦ୍ର ତଳ ଦେଇ ଯାଇଥିବା ସଂଚାର କେବୁଲ। ଏହା ନଷ୍ଟ ହେଲେ ବହୁଦୂର ପର୍ଯ୍ୟନ୍ତ ଯୋଗାଯୋଗରେ ବାଧା ଦେଖା ଦେଇପାରେ।

ସେପଟେ ନ୍ୟାସନାଲ ଓସେନ୍ ଆଣ୍ଡ ଆଟମୋସ୍ପିୟର ଆଡମିନଷ୍ଟେସନ(ଏନ୍‌ଓଏଏ) ଭବିଷ୍ୟ ବାଣି କରିଛି ଯେ, ୨୦୨୫ରେ ସୌର ଉତ୍ତାପ ବଢ଼ିପାରେ। ହେଲେ କୌଣସି କ୍ଷତି ଘଟିବା ଭଳି ପୂର୍ବ ସୂଚନା ଏନ୍‌ଓଏଏ ପାଖରେ ନାହିଁ।

କାଲିଫର୍ନିଆର ଲକହିଡ୍ ମାର୍ଟିନ୍ ସୋଲାର ଆଣ୍ଡ୍ ଆଷ୍ଟ୍ରୋଫିଜିକ୍ସ ଲାବୋରେଟୋରୀର ସୌର ପଦାର୍ଥବିଜ୍ଞାନୀ ବିଶାଲ ଉପେନ୍ଦ୍ରନ୍ Space.com.ସହ ବାର୍ତ୍ତାଳପ ସମୟରେ ସୌରଝଡ଼ କ୍ଷୟକ୍ଷତି ନେଇ କୌଣସି ପ୍ରମାଣ ନ ଥିଲେ ହେଁ, ଏହାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି।

Solar Eclipse Solar Storm