Sunaina Kejriwal
କମଳନୟନ ବଜାଜ ହଲ ଓ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ସୁନୟନା କେଜ୍ରିୱାଲ ଆଉ ନାହାନ୍ତି। ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୩ ବର୍ଷ ହେଲା କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ।
ସୁନୟନା ହେଉଛନ୍ତି ଶିଳ୍ପପତି ରାହୁଲ ବଜାଜଙ୍କ ଝିଅ। ତାଙ୍କ ସ୍ୱାମୀ ମନୀଷ କେଜ୍ରିୱାଲ ହେଉଛନ୍ତି କେଦାର କ୍ୟାପିଟାଲର ପ୍ରତିଷ୍ଠାତା ଓ ମ୍ୟାନେଜିଂ ପାର୍ଟନର। ତାଙ୍କର ଦୁଇ ପୁଅ ଆର୍ଯ୍ୟନ ଓ ନିର୍ବାଣ ପାଠ ପଢ଼ଛନ୍ତି।
ଆର୍ଯ୍ୟମାନ କଲୋମ୍ବିଆ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଓ ଅର୍ଥନୀତି ବିଭାଗର ଛାତ୍ର। ସାନ ପୁଅ ନିର୍ବାଣ ବମ୍ବେ ଇଣ୍ଟରନ୍ୟାଶନାଲ ସ୍କୁଲର ୭ମ ଶ୍ରେଣୀର ଛାତ୍ର।
କଳା ପ୍ରତି ସୁନୟନାଙ୍କର ବେଶ ଆଗ୍ରହ ରହିଥିଲା। ସେ ପୋଏଟ୍ରୀ, ଥିଏଟର ଓ ଟ୍ରାଭେଲ ପ୍ରତି ବେଶ ଧ୍ୟାନ ଦେଉଥିଲେ। ପୁଣେର ଏସଏନଡିଟି କଲେଜରୁ ଗ୍ରାଜ୍ୟୁଏଟ ହୋଇଥିବା ସୁନୟନା ବୟନଶିଳ୍ପରେ ଦକ୍ଷତା ହାସଲ କରିଥିଲେ। ମୁମ୍ବାଇରେ ଥିବା ସୋଫିଆ କଲେଜରେ ସେ ସ୍ଲିକ ସ୍କ୍ରିନ ପ୍ରିଣ୍ଟିଂରେ ବର୍ଷକ ପାଇଁ କୋର୍ସ କରିଥିଲେ।
କମଳନୟନ ବଜାଜ ହଲ ଓ ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ବ୍ୟତୀତ ସେ ୱାଇପିଓ ଓ ଇଓ ପ୍ଲାଣ୍ଟିନମର ସକ୍ରିୟ ସଦସ୍ୟ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1728300513.jpg)