Advertisment

Sunetra Pawar: ସୁନେତ୍ରା ପାୱାରଙ୍କୁ ମିଳିଲା ଅବକାରୀ ଓ କ୍ରୀଡ଼ା, ଫଡ଼ନାଭିସ ରଖିଲେ ଅର୍ଥ ଓ ଯୋଜନା

ସୁନେତ୍ରା ପାୱାରଙ୍କୁ ମହାରାଷ୍ଟ୍ରର ଅବକାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର, ସଂଖ୍ୟାଲଘୁ ବିକାଶ ଓ ଔକାଫ ବିଭାଗ ମିଳିଛି। ମହାରାଷ୍ଟ୍ରର ପ୍ରମୁଖ ରାଜସ୍ୱ ଆଦାୟ କେନ୍ଦ୍ର ହେଉଛି ଅବକାରୀ ବିଭାଗ। ସୁନେତ୍ରା ଏବେ ସେହି ଦାୟିତ୍ୱରେ ରହିବେ।

author-image
Hemant Lenka
sunetra

ସୁନେତ୍ରା ପାୱାର (ଫାଇଲ ଫଟୋ)

ଅପରାହ୍ନ ୫ଟାରେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସୁନେତ୍ରା ପାୱାରଙ୍କୁ ମିଳିଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଭାଗ। ଦିବଂଗତ ଅଜିତ ପାୱାରଙ୍କ ପତ୍ନୀ ହେଉଛନ୍ତି ସୁନେତ୍ରା। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ଅଜିତ ପାୱାର ବୁଧବାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହାର ୩ ଦିନ ପରେ ତାଙ୍କ ପତ୍ନୀ ଆଜି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଅଜିତ ପାୱାରଙ୍କ ପାଖରେ ଥିବା ବିଭାଗ ଗୁଡ଼ିକ ମଧ୍ୟରୁ କିଛି ଆଜି ସୁନେତ୍ରାଙ୍କୁ ମିଳିଛି।

Advertisment

ସୁନେତ୍ରା ପାୱାରଙ୍କୁ ମହାରାଷ୍ଟ୍ରର ଅବକାରୀ, କ୍ରୀଡ଼ା ଓ ଯୁବ ବ୍ୟାପାର, ସଂଖ୍ୟାଲଘୁ ବିକାଶ ଓ ଔକାଫ ବିଭାଗ ମିଳିଛି। ମହାରାଷ୍ଟ୍ରର ପ୍ରମୁଖ ରାଜସ୍ୱ ଆଦାୟ କେନ୍ଦ୍ର ହେଉଛି ଅବକାରୀ ବିଭାଗ। ସୁନେତ୍ରା ଏବେ ସେହି ଦାୟିତ୍ୱରେ ରହିବେ। ତେବେ ଅଜିତ ପାୱାରଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ ଅର୍ଥ ବିଭାଗ ସୁନେତ୍ରାଙ୍କୁ ବର୍ତ୍ତମାନ ଦିଆଯାଇ ନାହିଁ।

ଏହି ଦୁଇ ବିଭାଗ ମୁଖ୍ୟମନ୍ତ୍ରୀ(Maharashtra) ଦେବେନ୍ଦ୍ର ଫଡନାଭିସ ନିଜ ପାଖରେ ରଖିଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟ ବଜେଟ ରହିଥିବାରୁ ସୁନେତ୍ରାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇ ନାହିଁ। କିନ୍ତୁ ଏହା ପରେ ସମ୍ଭବତଃ ଫଡନାଭିସ ଏନସିପିକୁ ଏହି ବିଭାଗର ଦାୟିତ୍ୱ ହସ୍ତାନ୍ତର କରିବେ। ବଜେଟ ଉପସ୍ଥାପନ ଯାଏ ଏହି ବିଭାଗର ଦାୟିତ୍ୱରେ ନିଜେ ଫଡନାଭିସ ରହିବେ ବୋଲି ଜଣାପଡ଼ିଛି। ଏନେଇ ମହାୟୁତିରେ ଥିବା ଏନସିପି-ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟରେ ସହମତି ହୋଇଛି। 

Advertisment

ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ରାଜ୍ୟସଭାରୁ ଇସ୍ତଫା ଦେବେ। ଏହାପରେ ସେ ବାରାମତୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ।

କାରଣ ଦିବଂଗତ ଅଜିତ ପାୱାର ୧୯୯୧ରୁ ବାରାମତୀ ଆସନରୁ ହିଁ କ୍ରମାଗତ ଜିତି ବିଧାନସଭାକୁ ଯାଉଥିଲେ। ଏବେ ସ୍ୱାମୀଙ୍କ ସ୍ଥାନରେ ସୁନେତ୍ରା ବିଧାନସଭା ନିର୍ବାଚନ ଲଢ଼ିବେ। ଏହା ପାୱାର ପରିବାରର ଗଡ଼ ଭାବେ ପରିଚିତ। ଏଠାରେ ସୁନେତ୍ରା ବିଜୟ ହେବା ଏକ ପ୍ରକାରର ନିଶ୍ଚିତ।  

Maharashtra