ଶପଥ ନେଲେ ସୁନେତ୍ରା
ବୁଧବାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହାରାଷ୍ଟ୍ର(Maharashtra)ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit Pawar)ଙ୍କ ସ୍ଥାନ ଶନିବାର ନେଇଛନ୍ତି ତାଙ୍କ ପତ୍ନୀ ସୁନେତ୍ରା ପାୱାର। ସ୍ୱାମୀଙ୍କ ଦେହାନ୍ତର ୩ ଦିନ ପରେ ସୁନେତ୍ରା ଆଜି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଲୋକଭନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନେତ୍ରାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ। ଶପଥ ନେବା ପରେ ସେ ବନି ଯାଇଛନ୍ତି ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ। ତାଙ୍କ ପୂର୍ବରୁ ମହାରାଷ୍ଟ୍ର କେବେ ହେଲେ ମହିଳା ଉପ ମୁଖ୍ୟମନ୍ତ୍ରୀ ଦେଖି ନଥିଲା।
ଆଜି ଲୋକଭବନରେ ସୁନେତ୍ରା ପହଞ୍ଚିବା ପୂର୍ବରୁ ଏନସିପି(NCP)ର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସୁନେତ୍ରା ବିଧାୟକ ଦଳ ନେତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିମନ୍ତ୍ରଣ କରିଥିଲେ।
ଅପରାହ୍ନ ୫ଟାରେ ଶପଥ ପାଠ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏହାର ଠିକ ପୂର୍ବରୁ ସୁନେତ୍ରା ଲୋକଭବନରେ ପହଞ୍ଚି ପ୍ରଥମେ ଅଜିତ ପାୱାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଅଜିତ ପାୱାର ଅମର ରହେ ନାରା ମଧ୍ୟରେ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଫଡନାଭିସ ଓ ଉପ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ ଅନେକ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ରହିଥିଲେ।
ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ସେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ରାଜ୍ୟସଭାରୁ ଇସ୍ତଫା ଦେବେ। ଏହାପରେ ସେ ବାରାମତୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। କାରଣ ଦିବଂଗତ ଅଜିତ ପାୱାର ୧୯୯୧ରୁ ବାରାମତୀ ଆସନରୁ ହିଁ କ୍ରମାଗତ ଜିତି ବିଧାନସଭାକୁ ଯାଉଥିଲେ। ଏବେ ସ୍ୱାମୀଙ୍କ ସ୍ଥାନରେ ସୁନେତ୍ରା ବିଧାନସଭା ନିର୍ବାଚନ ଲଢ଼ିବେ। ଏହା ପାୱାର ପରିବାରର ଗଡ଼ ଭାବେ ପରିଚିତ। ଏଠାରେ ସୁନେତ୍ରା ବିଜୟ ହେବା ଏକ ପ୍ରକାରର ନିଶ୍ଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/31/sunetra-2026-01-31-17-21-45.jpg)