Advertisment

ହୃଦଘାତରେ ସଞ୍ଜୟ କପୁରଙ୍କ ପରଲୋକ

ଅହମଦାବାଦ ବିମାନ ଦୁର୍ଘଟଣାର ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ ସୋଶାଲ ମିଡିଆ ଯୋଗେ ସମବେଦନା ଜଣାଇଥିବା ସଞ୍ଜୟ ନିଜେ ଚାଲିଗଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sunjay Kapoor

Sunjay Kapoor

ବ୍ୟବସାୟୀ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଗୁରୁବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା।

Advertisment

ଇଂଲଣ୍ଡରେ ଗାର୍ଡସ ପୋଲୋ କ୍ଲବରେ ଏକ ମ୍ୟାଚ୍ ଖେଳୁଥିବା ବେଳେ ସଞ୍ଜୟ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ସେ ଖେଳ ବନ୍ଦ କରିବାକୁ ଅନୁରୋଧ କରିଥିଲେ ଓ ପଡ଼ିଆ ଛାଡ଼ି ଥିଲେ। ତା’ପରେ ତାଙ୍କର ହୃଦଘାତ ହୋଇଥିଲା ଓ ସେ ପ୍ରାଣ ହରାଇଥିଲେ।

ସଞ୍ଜୟଙ୍କ ଶେଷକୃତ୍ୟ ଭାରତରେ ସଂପନ୍ନ ହେବ। ତାଙ୍କ ଶ୍ୱଶୁର ଅଶୋକ ସଚଦେବ କହିଛନ୍ତି ଯେ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏହା ସହିତ ଆବଶ୍ୟକ ସମସ୍ତ କାଗଜପତ୍ର କାମ କରାଯିବ। ତା’ପରେ ମୃତଦେହକୁ ଦିଲ୍ଲୀ ଅଣାଯିବ। ଦିଲ୍ଲୀରେ ହିଁ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସଞ୍ଜୟ ପୋଲୋ ଖେଳୁଥିବା ବେଳେ ଏକ ମହୁମାଛି ତାଙ୍କ ପାଟିରେ ପଶି ଯାଇଥିଲା ଓ ତାଙ୍କ ତଣ୍ଟିରେ ଲାଗି ରହି ଯାଇଥିଲା। ସେଥିଯୋଗୁ ତାଙ୍କର ହୃଦଘାତ ହୋଇଥିଲା। ତେବେ ଏହାକୁ ନେଇ କିଛି ସ୍ପଷ୍ଟତା ଆସିପାରି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ତାଙ୍କର କିଛି ନିକଟ ସଂପର୍କୀୟ କହିଛନ୍ତି।  

କରିସ୍ମା କପୁରଙ୍କ ସହିତ ଛାଡ଼ପତ୍ର ହେବା ପରେ ପ୍ରିୟା ସଚଦେବଙ୍କୁ ବାହା ହୋଇଥିଲେ ସଞ୍ଜୟ। ସେମାନଙ୍କର ଜଣେ ପୁତ୍ର ଅଛନ୍ତି। ସେହିଭଳି ଅଭିନେତ୍ରୀ କରିସ୍ମା କପୁରଙ୍କ ଝିଅ ସମାଇରା ଓ ପୁଅ କିଆନଙ୍କ ବାପା ହେଉଛନ୍ତି ସଞ୍ଜୟ। ନନ୍ଦିତା ମହତାନିଙ୍କ ସହିତ ବିବାହ ବିଚ୍ଛେଦ ହେବାର ୩ ବର୍ଷ ପରେ ୨୦୦୩ରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ ସଞ୍ଜୟ। ୨୦୧୬ରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ୨୦୧୭ରେ ପ୍ରିୟା ସଚଦେବଙ୍କୁ ସେ ବିବାହ କରିଥିଲେ।

ସଞ୍ଜୟଙ୍କର ଏକ ପୋଲୋ ଟିମ୍ ଅଛି। ସେ ଏହି ଟିମ୍‌ର ପୃଷ୍ଠପୋଷକ ଥିଲେ। ଗତକାଲି ମୃତ୍ୟୁ ପୂର୍ବରୁ ସଞ୍ଜୟ କପୁର ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୋଶାଲ ମିଡିଆରେ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। କିନ୍ତୁ ତା’ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସଞ୍ଜୟ Sona Comstar କମ୍ପାନୀର ଚେୟାରମ୍ୟାନ ଥିଲେ। ଏହି କମ୍ପାନୀ ବୈଦ୍ୟୁତିକ ଯାନର ବିଭିନ୍ନ ପାର୍ଟ ତିଆରି କରେ।