Advertisment

‘ସୁପରଟେକ୍‌’ ମାଲିକଙ୍କୁ ବାନ୍ଧିଲା ଇଡି, ଆସିଲା ସାଂଘାତିକ ଅଭିଯୋଗ

ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍‌ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍‌ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି।

RK Arora

RK Arora

Advertisment

ଦେଶର ଆଗ ଧାଡ଼ିର ରିୟଲ ଇଷ୍ଟେଟ କମ୍ପାନୀ ସୁପରଟେକ୍‌ (Supertech) ପାଇଁ ବଢ଼ିଲା ଅସୁବିଧା। ସୁପରଟେକ୍‌ ମାଲିକ ଆରକେ ଅରୋଡ଼ାଙ୍କୁ ବାନ୍ଧିଛି ଇଡି। ମନି ଲଣ୍ଡରିଂ ମାମଲାରେ ଇଡି ଆରକେ ଅରୋଡ଼ାଙ୍କୁ ଦୀର୍ଘ ସମୟ ଘାଣ୍ଟିବା ପରେ ଗିରଫ କରିଛି।

Advertisment

ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟରେ ଆରକେ ଅରୋଡ଼ାଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। ଫ୍ଲାଟ କିଣାବିକା ନେଇ ଘୋଟାଲ ହୋଇଥିବା ଅଭିଯୋଗ ଆଧାରରେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି। ।

ଅଭିଯୋଗକାରୀ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେମାନେ ଫ୍ଲାଟ କିଣିବା ପାଇଁ ପ୍ରଥମେ ଆଡଭାନ୍ସ ଆକାରରେ ମୋଟା ଅଙ୍କର ଅର୍ଥ ଦେଇଥିବା ବେଳେ କମ୍ପାନୀର ଡାଇରେକ୍ଟର ସେମାନଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି। ଟଙ୍କା ଦେବା ସତ୍ତ୍ୱେ କମ୍ପାନୀ ସେମାନଙ୍କୁ ଫ୍ଲାଟ ଦେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ଏହି ଅଭିଯୋଗର ତଦନ୍ତ କରି ଇଡି ଗତ ମଙ୍ଗଳବାର ଆରକେ ଅରୋଡାଙ୍କୁ ପଚରାଉଚରା କରିଥିବା ବେଳେ ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲା। ଏଥିସହ ସେ ଯାଞ୍ଚରେ ସହଯୋଗ କରୁ ନ ଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ।

ଇଡି ଆରୋପ ଲଗାଇଛି ଯେ, ସୁପରଟେକ୍‌ ଲିମିଟେଡ ଫ୍ଲାଟର ଲୋଭ ଦେଖାଇ ସାଧାରଣ ଲୋକଙ୍କଠାରୁ ଅର୍ଥ ହଡ଼ପ କରିଛି। ଏହାପରେ ପ୍ରୋଜେକ୍ଟ ପାଇଁ ବ୍ୟାଙ୍କଠୁ ଟର୍ମ ଲୋନ୍‌ ହାସଲ କରିଛି। କିନ୍ତୁ ଲୋକଙ୍କ ଟଙ୍କାକୁ ଅଲଗା କମ୍ପାନୀ ନାଁରେ ଜମି କିଣିବାରେ ବ୍ୟବହାର କରିଦେଇଛି। ଏହାପରେ ପୁଣି ଥରେ ଉକ୍ତ ଜମିକୁ ବନ୍ଧା ରଖି ବ୍ୟାଙ୍କଠୁ ଲୋନ୍‌ ହାସଲ କରିଛି। ଏପ୍ରିଲ ମାସରେ ମନି ଲଣ୍ଡରିଂ ମାମଲାରେ ସୁପରଟେକ୍‌ କମ୍ପାନୀର ୪୦ କୋଟିରୁ ଅଧିକ ସମ୍ପତ୍ତିକୁ ସିଜ୍‌ କରି ଦିଆଯାଇଥିବା ଇଡି କହିଛି।

ଦେଶର ପ୍ରମୁଖ ବିଲଡର ସଙ୍ଗଠନ ‘ନେରଡକୋ’ର ଚେୟାରମ୍ୟାନ ଭାବେ ଆରକେ ଅରୋଡା ଦାୟିତ୍ୱ ତୁଲାଇ ସାରିଥିବା ବେଳେ ତାଙ୍କ ଗିରଫଦାରୀ ଯୋଗୁ ରିୟଲ ଇଷ୍ଟେଟ ଜଗତରେ ଚହଲ ପଡ଼ିଯାଇଛି ।

ED Raid Money Laundering Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe