Advertisment

ବଢ଼ିଲା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଅବଧି

ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ।

satyendar jain

satyendar jain

Advertisment

ବଢ଼ିଲା ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି। ସୁପ୍ରିମକୋର୍ଟ ସତ୍ୟେନ୍ଦ୍ର ଜୈeଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ନଭେମ୍ବର ୬ ଯାଏ ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାଙ୍କ ମେଡିକାଲ ରିପୋର୍ଟକୁ ଆଧାର କରି ଏହି ଜାମିନ ଅବଧିକୁ ବଢ଼ାଇଛନ୍ତି ସର୍ବୋଚ୍ଚ ଅଦାଲତ। ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଆସନ୍ତା ନଭେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Advertisment

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ମେ' ୨୬ରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ଆପେଲୋ ହସ୍ପିଟାଲରେ ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡ ଅପରେସନ୍ କରାଯାଇଥିଲା। ସେବେଠାରୁ ସେ ଲଗାତର ଜାମିନରେ ଅଛନ୍ତି।

ମନି ଲଣ୍ଡରିଂ ଅଭିଯୋଗରେ ଗତ ବର୍ଷ ମେ' ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଗିରଫ କରିଥିଲା। ୨୦୧୭ ଅଗଷ୍ଟ ୨୪ରେ, ଦୁର୍ନୀତି ନିବାରଣ ଆଇନ ୧୯୮୮ର ବିଭିନ୍ନ ବିଭାଗ ଅଧୀନରେ ସତ୍ୟେନ୍ଦ୍ର ଜୈନ, ପୁନମ ଜୈନ, ଅଜିତ ପ୍ରସାଦ ଜୈନ, ସୁନୀଲ କୁମାର ଜୈନ, ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ବିରୋଧରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା। ଏହି ଏଫ୍ଆଇଆର୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସତ୍ୟେନ୍ଦ୍ରଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଆରମ୍ଭ କରିଥିଲା।

Advertisment
Supreme Court AAP Satyendra Jain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe