Advertisment

ଫାଇଲ ପଢ଼ିବାକୁ ସମୟ ପାଇଲେନି ବିଚାରପତି, ମହୁଆଙ୍କ ଆବେଦନ ଜାନୁଆରୀ ୩କୁ ଘୁଞ୍ଚିଲା

ଆବେଦନର ଶୁଣାଣି ସ୍ଥଗିତ ରହିବାର ଅର୍ଥ ସଂସଦର ଶୀତ ଅଧିବେଶନରେ ଆଉ ମହୁଆ ଲୋକସଭାକୁ ଯାଇ ପାରିବେ ନାହିଁ। କାରଣ ଡିସେମ୍ବର ୨୨ରେ ଅଧିବେଶ ଶେଷ ହୋଇଯିବ।

Mahua

Mahua

Advertisment

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ନେତ୍ରୀ ମହୁଆ ମଇତ୍ରଙ୍କ ଆବେଦନ ଆସନ୍ତା ଜାନୁଆରୀ ୩ ତାରିଖରେ ହେବ। ଏଥିକ୍ସ କମିଟିର ସୁପାରିସ ଆଧାରରେ ବାଚସ୍ପତି ଓମ ବିର୍ଲା ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Advertisment

ଆଜି ଏହାର ଶୁଣାଣି ହେବାର ଥିଲା। କିନ୍ତୁ ଶୁଣାଣି କରିବାକୁ ଥିବା ଖଣ୍ଡପୀଠର ନେତୃତ୍ୱ ନେଉଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ସେ ମହୁଆଙ୍କ ଫାଇଲ ପଢ଼ିବାକୁ ସମୟ ପାଇନାହାନ୍ତି। ତେଣୁ ଏହାର ଶୁଣାଣି ଜାନୁଆରୀ ୩ରେ ହେବ ବୋଲି ଜଷ୍ଟିସ ଖାନ୍ନା ଦିନ ଧାର୍ଯ୍ୟ କରିଛନ୍ତି।

ଆବେଦନର ଶୁଣାଣି ସ୍ଥଗିତ ରହିବାର ଅର୍ଥ ସଂସଦର ଶୀତ ଅଧିବେଶନରେ ଆଉ ମହୁଆ ଲୋକସଭାକୁ ଯାଇ ପାରିବେ ନାହିଁ। କାରଣ ଡିସେମ୍ବର ୨୨ରେ ଅଧିବେଶ ଶେଷ ହୋଇଯିବ।

Advertisment

ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା। ବ୍ୟବସାୟୀ ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେଇଥିଲେ। ଏହା ବଦଳରେ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଦାମୀ ଗିଫ୍ଟ ଆଣିଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ପରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। ମହୁଆ ଜେରା ପାଇଁ ଏଥିକ୍ସ କମିଟିରେ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ଏହି ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା। ଏହାପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବାକୁ ସୁପାରିସ କରିଥିଲେ।

ଶେଷରେ ଡିସେମ୍ବର ୮ରେ ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ ଓ ଅନୈତିକ ଦର୍ଶାଇ ସଂସଦରୁ ବହିଷ୍କୃତ କରାଯାଇଥିଲା, ଯାହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Supreme Court Mahua Moitra Mahua Moitra Expelled
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe