Advertisment

ଆପ୍‌ ସାଂସଦଙ୍କ ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ, ରାଜ୍ୟସଭା ସଚିବାଳୟକୁ ଜବାବ ତଲବ

ଏବେ ମାମଲାର ପରବର୍ତ୍ତୀ ଶୁଶାଣି ଅକ୍ଟୋବର ୩୦ରେ କରାଯିବ।

AAP

AAP

Advertisment

ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟସଭାରୁ ତାଙ୍କୁ ନକଲି ଦସ୍ତଖତ ମାମଲାରେ ନିଲମ୍ବିତ କରାଯାଇଥିବାରୁ ରାଘବ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Advertisment

ଏବେ ସର୍ବୋଚ୍ଚ ଅଦାଲତ ଏହାକୁ ଗ୍ରହଣ କରି ରାଜ୍ୟସଭା ସଚିବାଳୟକୁ ଜବାବ ମାଗିଛନ୍ତି। ଏଥିସହ ଆଟର୍ଣ୍ଣି ଜେନେରାଲଙ୍କୁ ପୂରା ମାମଲାରେ ସହଯୋଗ କରିବାକୁ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଶାଣି ଅକ୍ଟୋବର ୩୦ରେ କରାଯିବ।

ଆଜି ମାମଲାର ଶୁଣାଣି କରିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଜଣେ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲୁଥିବା ବେଳେ ତାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇ ପାରିବ କି ନାହିଁ, ସେକଥା କୋର୍ଟ ଜାଣିବାକୁ ଚାହୁଁଛନ୍ତି।

Advertisment

ଅଗଷ୍ଟ ମାସରେ ରାଘବଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ସେ ରାଜ୍ୟସଭାର ୪ ଜଣ ସାଂସଦଙ୍କ ବିନା ଅନୁମତିରେ ହାଉସ ପ୍ୟାନେଲ ପାଇଁ ସେମାନଙ୍କ ନାଁ ଦେଇଥିଲେ। ଏଥିସହ ପ୍ରସ୍ତାବ ଉପରେ ଉପରେ ଉକ୍ତ ସାଂସଦମାନଙ୍କ ନକଲି ଦସ୍ତଖତ ମଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଦିଲ୍ଲୀ ପାଇଁ ଆସିଥିବା ସ୍ୱତନ୍ତ୍ର ଆଇନକୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ରାଘବ ଚାହୁଁଥିଲେ। ଏଥିପାଇଁ ସେ ଏମିତି କରିଥିଲେ।

ରାଜ୍ୟସଭା ପକ୍ଷରୁ ଜାରି ଗୋଟିଏ ବୁଲେଟିନରେ କୁହାଯାଇଥିଲା ଯେ ରାଘବଙ୍କ ତଥାକଥିତ ନକଲି ଦସ୍ତଖତ ସମ୍ପର୍କରେ ବିଜେଡିର ସସ୍ମିତ ପାତ୍ର, ବିଜେପିର ଏସ୍‌ ଫଗନ କୋନୟାକ, ଏଆଇଏଡିଏମକେର ଏମ ଥାମବିଦୁରାଏ ଓ ବିଜେପିର ନରହରି ଅମୀନ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ନିକଟରେ ଅଭିଯୋଗ କରିଥିଲେ।

ରାଜ୍ୟସଭାରେ ଏପରି ଜାଲ ଦସ୍ତଖତ କରାଇ ରାଘବ ଗୃହର ମର୍ଯ୍ୟାଦାହାନୀ କରିଥିବାରୁ ତାଙ୍କୁ ନିଲମ୍ବିତ କରିବାକୁ ବିଜେପି ସାସଦ ପୀୟୂଷ ଗୋଏଲ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ଏହି ପ୍ରସ୍ତବାକୁ ଗ୍ରହଣ କରି ନିଆଯାଇଥିଲା।

Supreme Court Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe