Advertisment

ଦିଲ୍ଲୀ ସେବା ଆଇନର ପରୀକ୍ଷା କରିବେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ

ଏବେ ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ମୂଳ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି।

author-image
Hemant Lenka
undefined

Supreme Court

ଦେଶର ରାଜଧାନୀ ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଦିଲ୍ଲୀ ସର୍ଭିସ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ। ନିକଟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଏହା ଆଇନରେ ପରିଣତ ହୋଇଛି।

Advertisment

ଏବେ ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ମୂଳ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ସଂଶୋଧିତ ଆବେଦନ ଉପରେ ଜବାବ ରଖିବାକୁ କହିଛନ୍ତି।

ପ୍ରଥମେ ଦିଲ୍ଲୀ ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶରେ ଥିବା ବ୍ୟବସ୍ଥାଗୁଡ଼ିକୁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଶୁଣାଣି କରୁଛନ୍ତି।

Advertisment

ଏସବୁ ଭିତରେ କେନ୍ଦ୍ର ସରକାର ଅଧ୍ୟାଦେଶ ବଦଳରେ ବିଲ୍‌ ସଂସଦରେ ପାରିତ କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଆଇନରେ କିଛି ନୂଆ ବ୍ୟବସ୍ଥା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ସିଙ୍ଘଭୀ ମୂଳ ଆବେଦନରେ ସଂଶୋଧନ କରିବା ପାଇଁ ଅନୁମତି ମାଗିଥିଲେ।

ଏହାକୁ ଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ସଂଶୋଧନ ଆବେଦନ ଉପରେ କେନ୍ଦ୍ର ସରକାର ମଧ୍ୟ କୌଣସି ପ୍ରକାରର ଆପତ୍ତି ଉଠାଇ ନଥିଲେ। ସୁପ୍ରିମକୋର୍ଟ ଏଥିସହ କେନ୍ଦ୍ର ସରକାରଙ୍କୁ ସଂଶୋଧିତ ଆବେଦନ ଉପରେ ଜବାବ ରଖିବାକୁ ୪ ସପ୍ତାହ ସମୟ ମଧ୍ୟ ଦେଇଛନ୍ତି।

ନିକଟରେ ସଂସଦରେ କେନ୍ଦ୍ର ସରକାର ଆଣିଥିବା Government of National Capital Territory of Delhi (Amendment) Bill 2023 ପାରିତ ହୋଇଥିଲା। ଏହା ଦିଲ୍ଲୀ ସର୍ଭିସ ବିଲ୍‌ ନାଁରେ ପରିଚିତ।

Delhi Supreme Court