Advertisment

୩୦ ସପ୍ତାହର ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ଗର୍ଭପାତ ଅନୁମତି

ଏହି ପୀଡିତାଙ୍କୁ ବମ୍ବେ ହାଇକୋର୍ଟ ଗର୍ଭପାତ କରିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ ୪ ଏପ୍ରିଲ ୨୦୨୪ରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୀଡିତାଙ୍କ ମା' ସୁପ୍ରିକୋର୍ଟରେ ଏନେଇ ଆବେଦନ କରିଥିଲେ।

ଅଦ୍ୟତନ ହୋଇଛି
Sc on abortion

Sc on abortion

Advertisment

ନାବାଳିକା ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ଗର୍ଭପାତ ଅନୁମତି। ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷୀୟ ନାବାଳିକାଙ୍କୁ ତାଙ୍କର ୩୦ ସପ୍ତାହର ଭୃଣକୁ ଗର୍ଭପାତ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ଏଥିସହ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ଏହା ଏକ ଦୁଷ୍କର୍ମ ମାମଲା। ଏଥିସହ ପୀଡିତାଙ୍କ ବୟସ ମାତ୍ର ୧୪ ବର୍ଷ। ଏଭଳି ଅସାଧାରଣ ମାମଲାକୁ ଦେଖି ତାଙ୍କୁ ତାଙ୍କର ଗର୍ଭପାତ କରିବାକୁ ଅନୁମତି ଦିଆଯାଉଛି ବୋଲି ପ୍ରଧାନ ବିଚାରପ୍ରତି ଡି ଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ମେଡିକାଲ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ମୁମ୍ବାଇ ହସ୍ପିଟାଲର ରିପୋର୍ଟରେ କୁହାଯାଇଥିଲା ଯେ ନାବାଳିକାଙ୍କ ଗର୍ଭପାତ କରାଇବା ଉଚିତ୍। ତେବେ ପୀଡିତାଙ୍କ ଗର୍ଭପାତ କରାଇବାରେ ଯେତିକି ବିପଦ ରହିଛି, ପ୍ରସବ ବେଳେ ମଧ୍ୟ ଜୀବନ ପ୍ରତି ସେତିକି ବିପଦ ଥିବା ମେଡିକାଲ ବୋର୍ଡ ମତ ଦେଇଛି।

Advertisment

ଏହି ଦୁଷ୍କର୍ମ ପୀଡିତାଙ୍କୁ ବମ୍ବେ ହାଇକୋର୍ଟ ଗର୍ଭପାତ କରିବା ପାଇଁ ଅନୁମତି ଦେଇନଥିଲେ। ଏହାପରେ ୪ ଏପ୍ରିଲ ୨୦୨୪ରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ପୀଡିତାଙ୍କ ମା' ସୁପ୍ରିକୋର୍ଟରେ ଏନେଇ ଆବେଦନ କରିଥିଲେ।

ଏପ୍ରିଲ ୧୯ ଶୁକ୍ରବାର ଦିନ ଅପରାହ୍ନ ସାଢ଼େ ୪ଟାରେ ସୁପ୍ରିମକୋର୍ଟରେ ଏହି ମାମଲାର ଜରୁରୀ ଶୁଣାଣି ହୋଇଥିଲା। ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗର୍ଭପାତ ହେବା ଦ୍ୱାରା ନାବାଳିକାର ଶାରୀରିକ ତଥା ମାନସିକ ସ୍ତରରେ କି ପ୍ରଭାବ ପକାଇବ ତାହା ଜାଣିବା ପାଇଁ ପୀଡିତାଙ୍କୁ ମେଡିକାଲ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବମ୍ବେ ହାଇକୋର୍ଟ ଯେଉଁ ମେଡିକାଲ ରିପୋର୍ଟ ଉପରେ ଭରସା କରିଥିଲେ, ତାହା ନାବାଳିକା ପୀଡିତାଙ୍କ ଶାରୀରିକ ଓ ମାନସିକ ସ୍ଥିତିକୁ ଆକଳନ କରିବାରେ ବିଫଳ ହୋଇଛି। କୋର୍ଟରେ ଉପସ୍ଥାପିତ ହୋଇଥିବା ରେକର୍ଡରୁ ଏହା ସାମ୍ନାକୁ ଆସିଛି ବୋଲି ଖଣ୍ଡପୀଠ କହିଥିଲେ। ଏଥିସହ ଆବେଦନକାରୀ ଏବଂ ତାଙ୍କ ନାବାଳିକା ଝିଅକୁ ସୁରକ୍ଷିତ ସହ ଡାକ୍ତରଖାନାକୁ ପଠାଇବାକୁ ମହାରାଷ୍ଟ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Supreme Court Pregnancy Abortion Of Rape Victim
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe