Advertisment

ଜ୍ଞାନବ୍ୟାପୀ ମାମଲା: ଏଏସଆଇ ସାଇଣ୍ଟିଫିକ ସର୍ଭେକୁ ସୁପ୍ରିମକୋର୍ଟଙ୍କ ଅନୁମତି

ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ୍ ସର୍ଭେ ସ୍ଥଗିତ ରଖିବାକୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି କରିଥିବା ଆବେଦନ ଖାରଜ। ସର୍ଭେକୁ ଅନୁମତି ଦେଲେ ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
Gyanvapi Mosque

Gyanvapi Mosque

ଉତ୍ତର ପ୍ରଦେଶ ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ବୈଜ୍ଞାନିକ ସର୍ଭେ ସ୍ଥଗିତ ରଖିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମସଜିଦରେ ପ୍ରତ୍ନତାତ୍ତ୍ୱିକ ବିଭାଗ ସାଇଣ୍ଟିଫିକ୍ ସର୍ଭେ କରିପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ମନ୍ଦିର ଉପରେ ମସଜିଦ ନିର୍ମାଣ ହୋଇଛି କି ନାହିଁ ସ୍ପଷ୍ଟୀକରଣ ପାଇଁ ଏଏସଆଇ ବୈଜ୍ଞାନିକ ସର୍ଭେ କରିବା ଉଚିତ୍। 

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଏସଆଇର ସମ୍ପୂର୍ଣ୍ଣ କାର୍ଯ୍ୟ “ପ୍ରଭାବ ବିହୀନ ପଦ୍ଧତି” ମାଧ୍ୟମରେ କରାଯିବ। ଉକ୍ତ ସ୍ଥାନରେ କୌଣସି ଖନନ କରାଯିବ ନାହିଁ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିଛନ୍ତି। ଏହି ପର୍ଯ୍ୟାୟରେ କୋର୍ଟ କାହିଁକି ହସ୍ତକ୍ଷେପ କରିବା ଉଚିତ ବୋଲି ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି କୋର୍ଟ।

ମସଜିଦ କମିଟି ପକ୍ଷର ବରିଷ୍ଠ ଓକିଲ ହୁଜେଫା ଅହମ୍ମଦ ଶୁଣାଣି ସମୟରେ ଯୁକ୍ତି ବାଢ଼ିଥିଲେ ଯେ, ପ୍ରତ୍ନତାତ୍ତ୍ୱିକ ବିଭାଗ ଇତିହାସକୁ ଖୋଳିବାକୁ ଚାହୁଁଛି, ପୂଜା-ପାଠ ସ୍ଥାନରେ ଥିବା ନିୟମକୁ ଉଲ୍ଲଂଘନ କରୁଛି। ଏହା ସହ ଭ୍ରାତୃଭାବ ଏବଂ ଧର୍ମନିରପେକ୍ଷତା ଉପରେ ପ୍ରଭାବ ପକାଉଛି। ପୂଜା ସ୍ଥାନ (ସ୍ୱତନ୍ତ୍ର ବ୍ୟବସ୍ଥା) ଅଧିନିୟମ, ୧୯୯୧ ଧାର୍ମିକ ସ୍ଥାନଗୁଡ଼ିକର ଚରିତ୍ର ପରିବର୍ତ୍ତନକୁ ନିଷିଦ୍ଧ କରିଥିଲା। କିନ୍ତୁ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହାର ଉଲ୍ଲଙ୍ଘନ କରୁଛି। 

Advertisment

ଜ୍ଞାନବ୍ୟାପୀ ମସଜିଦ୍ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛି ହିନ୍ଦୁ ପକ୍ଷ। ଏନେଇ ମାମଲା ଦାଖଲ କରାଯାଇଥିଲା। ବାରଣାସୀ କୋର୍ଟ ଏହାର ଶୁଣାଣି କରି ତଦନ୍ତର ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତର ପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି। ସୁପ୍ରିମକୋର୍ଟ ଆଜି ସମସ୍ତ ପକ୍ଷ ଶୁଣିବା ପରେ ବାସ୍ତବତାକୁ ଜାଣିବା ପାଇଁ ଏଏସଆଇର ସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲି କହିଛନ୍ତି। ସର୍ଭେ ସ୍ଥଗିତ ରଖିବାକୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଯେଉଁ ଆବେଦନ କରିଥିଲା ତାକୁ ଖାରଜ କରିଦେଇଛନ୍ତି। ଏଥିସହ ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ଭେ ନିର୍ଦ୍ଦେଶ ଦେଇଛନ୍ତି। 

Supreme Court Gyanvapi Mosque Gyanvapi Mosque Case In SC Varanasi Gyanvapi Mosque