Advertisment

କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ? ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଦଳକୁ କେତେ ଚାନ୍ଦା ମଳିଛି। କିଏ କେତେ ଟଙ୍କା ଆଦାୟ କରିଛନ୍ତି। ସେ ସବୁର ରିପୋର୍ଟ ନିର୍ବାଚନ କମିଶନ ଦିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

author-image
Madhupriya Mistry
Supreme Court

Supreme Court

ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କେତେ ଚାନ୍ଦା ଆଦାୟ କରିଛନ୍ତି ରାଜନୈତିକ ଦଳ। ନିର୍ବାଚନ କମିଶନ ଏହାର ସମସ୍ତ ତଥ୍ୟ ଦିଅନ୍ତୁ। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାର ଶୁଣାଣି କରି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡରୁ ରାଜନୈତିକ ଚାନ୍ଦାକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ମାଗିଛନ୍ତି।

Advertisment

୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଦଳକୁ କେତେ ଚାନ୍ଦା ମଳିଛି। କିଏ କେତେ ଟଙ୍କା ଆଦାୟ କରିଛନ୍ତି। ସେ ସବୁର ରିପୋର୍ଟ ନିର୍ବାଚନ କମିଶନ ଦିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ଆବଶ୍ୟକ ପଡେ ଡାଟା ସଂଗ୍ରହ କରିବା ପାଇଁ ଆପଣ ଷ୍ଟେଟ୍‌ ବ୍ୟାଙ୍କଠାରୁ ତଥ୍ୟ ନେଇପାରିବେ ବୋଲି ସିଜେଆଇ କହିଛନ୍ତି।

୨୦୧୯ରେ ଏକ ନିର୍ଦ୍ଦେଶ ପାରିତ ହୋଇଥିଲା। ନିର୍ବାଚନ ବଣ୍ଡ ମାଧ୍ୟମରେ ଫଣ୍ଡ ନେଉଥିବା ସମସ୍ତ ରାଜନୈତିକ ଦଳଙ୍କର ପୂରା ତଥ୍ୟ ନିର୍ବାଚନ କମିଶନକଙ୍କୁ ଦେବାକୁ କୁହାଯାଇଥିଲା। ତେବେ ନିର୍ଦ୍ଦେଶ ମିଳିବା ସତ୍ତ୍ୱେ ବି ୨୦୧୯ ପରଠାରୁ ଏ ବାବଦରେ କୌଣସି ଡାଟା କାହିଁକି ଦିଆଯାଇନାହିଁ ବୋଲି ଇସିଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି। ଆପଣଙ୍କ ପାଖରେ ୨୦୨୩ ଯାଏଁ ସମସ୍ତ ଡାଟା ରହିବା ଆବଶ୍ୟକ ବୋଲି ଜଷ୍ଟିସ ସଞ୍ଜିବ ଖନ୍ନା କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର୍‌ ଗଓ୍ୱଇ, ଜଷ୍ଟିସ ଜେବି ପାରଦିବାଲା ଓ ଜଷ୍ଟିସ ମୋନଜ ମିଶ୍ରାଙ୍କ ଖଣ୍ଡପୀଠ ଆଜି ଏହି ମାମଲର ଶୁଣାଣି କରିଛନ୍ତି। ଇଲେକ୍ଟୋରାଲ ବଣ୍ଡ ସ୍କିମ ମାମଲାରେ ୪ଟି ଆବେଦନ ଦାଖଲ ହୋଇଛି। ଏଥିରେ କଂଗ୍ରେସ ନେତା ଜୟା ଠାକୁର ଓ ସିପିଏମ୍‌ର ପିଟିସନଗୁଡିକ ମଧ୍ୟ ସାମିଲ ଅଛି।

ଇଲେକ୍ଟୋରାଲ ବଣ୍ଡ ସ୍କିମ କ'ଣ?

୨୦୧୭ ବଜେଟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଇଲେକ୍ଟୋରାଲ ବଣ୍ଡ ସ୍କିମ୍‌ ପ୍ରଣୟନ କରିଥିଲେ। ୨୯ଜାନୁୟାରୀ ୨୦୧୮ରେ କେନ୍ଦ୍ର ସରକାର ଏହାର ବିଜ୍ଞାପ୍ତି ଜାରି କରିଥିଲେ। ଏହା ଏକ ପ୍ରକାର ପ୍ରୋମିସରୀ ନୋଟ୍, ଯାହାକୁ ବ୍ୟାଙ୍କ ନୋଟ୍ ମଧ୍ୟ କୁହାଯାଏ। ଯେକୌଣସି ଭାରତୀୟ ନାଗରିକ କିମ୍ବା କମ୍ପାନୀ ଏହାକୁ କିଣି ପାରିବେ। ଯଦି ଆପଣ ଏହାକୁ କିଣିବାକୁ ଚାହାଁନ୍ତି, ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନୋନୀତ ଶାଖାରୁ ଆପଣ ଏହାକୁ ପାଇପାରିବେ। କ୍ରେତା ଏହି ବଣ୍ଡକୁ ନିଜ ପସନ୍ଦର ରାଜନୈତିକ ଦଳକୁ ଦାନ କରିପାରିବେ।

Supreme Court Electoral Bonds Case