Advertisment

Mohammed Shami: ମାସକୁ ୪ ଲକ୍ଷ ପାଉନି କହିଲେ ଶାମିଙ୍କ ପତ୍ନୀ, ଦ୍ରୁତ ବୋଲରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଶାମି ଓ ବେଙ୍ଗଲ ସରକାରଙ୍କୁ ନୋଟିସ ପଠାଇଛନ୍ତି। କ୍ୟାଲକାଟା ହାଇକୋର୍ଟ ନିକଟରେ ହସିନା ଜାହାନଙ୍କ ଆବେଦନକୁ ଗ୍ରହଣ କରି ଶାମିଙ୍କୁ ଭରଣପୋଷଣ ବାବଦରେ ମାସିକ ୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ।

author-image
Hemant Lenka
Shami

ଶାମି ଓ ହସିନା (ଫାଇଲ ଫଟୋ)

ଭାରତୀୟ କ୍ରିକେଟର ଟିମର ଦ୍ରୁତ ବୋଲର ମହମ୍ମଦ ଶାମି(Mohammed Shami) ଓ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ଶାମିଙ୍କ ଠାରୁ ଅଲଗା ରହୁଥିବା ପତ୍ନୀ ହସିନା ଜାହାନଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ଏପରି ନୋଟିସ କରିଛନ୍ତି। ଭରଣ ପୋଷଣ ବାବଦରେ ଶାମିଙ୍କ ଠାରୁ ମାସିକ ୪ ଲକ୍ଷ ଟଙ୍କା ହସିନା ପାଉଛନ୍ତି। ଏହି ଟଙ୍କା ତାଙ୍କୁ ଓ ତାଙ୍କ ଝିଅଙ୍କୁ ପାଉନାହିଁ। ଭରଣପୋଷଣ ଅର୍ଥକୁ ବୃଦ୍ଧି କରିବା ପାଇଁ ସେ ସୁପ୍ରିମକୋର୍ଟ(Supreme Court)ରେ ପହଞ୍ଚିଛନ୍ତି।

Advertisment

ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଶାମି ଓ ବେଙ୍ଗଲ ସରକାରଙ୍କୁ ନୋଟିସ ପଠାଇଛନ୍ତି। କ୍ୟାଲକାଟା ହାଇକୋର୍ଟ ନିକଟରେ ହସିନା ଜାହାନଙ୍କ ଆବେଦନକୁ ଗ୍ରହଣ କରି ଶାମିଙ୍କୁ ଭରଣପୋଷଣ ବାବଦରେ ମାସିକ ୪ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ହସିନାଙ୍କ ପାଇଁ ୧.୫ ଲକ୍ଷ ଓ ଝିଅ ପାଇଁ ଶାମି ମାସିକ ୨.୫ ଲକ୍ଷ ଟଙ୍କା କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଉଛନ୍ତି।

ହେଲେ କ୍ୟାଲକାଟା ହାଇକୋର୍ଟରେ ଅଧିକ ଅର୍ଥ ପାଇଁ ଆବେଦନ କରି ବିଫଳ ହେବା ପରେ ହସିନା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଶାମିଙ୍କ ରୋଜଗାର ଓ ଜୀବନ ଶୈଳୀ ତୁଳନାରେ ୪ ଲକ୍ଷ ଟଙ୍କା କିଛି ନୁହେଁ। ଏହାକୁ ବୃଦ୍ଧି କରାଯିବାର ଆବଶ୍ୟକତା ଥିବା ଥିବା ସେ କହିଛନ୍ତି। 

Advertisment

ଆଜି ସମ୍ୟକ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ “ମାସିକ ୪ ଲକ୍ଷ ଟଙ୍କା କ’ଣ ଅଧିକ ନୁହେଁ?” ଏକଥା କହିବା ସତ୍ତ୍ୱେ ସର୍ବୋଚ୍ଚ ଅଦାଲତ ଶାମି ଓ ବେଙ୍ଗଲ ସରକାରଙ୍କୁ ନୋଟିସ ପଠାଇ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ଶେଷ ଆଡ଼କୁ ହେବ।

ଶୁଣାଣି ବେଳେ ହସିନା ଜାହାନଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଭାରତୀୟ କ୍ରିକେଟର ଶାମିଙ୍କ ଆୟ ଓ ସମ୍ପତ୍ତି ତୁଳନାରେ ବର୍ତ୍ତମାନର ଭରଣପୋଷଣ ଖର୍ଚ୍ଚ ବହୁତ କମ। ଶାମି ବିପୁଳ ଟଙ୍କା ଆୟ କରୁଛନ୍ତି। ତାଙ୍କ ପାଖରେ ଶହଶହ କୋଟିର ସମ୍ପତ୍ତି, ଦାମୀ କାର ରହିଛି।

ସେ ସବୁବେଳେ ବିଦେଶ ଭ୍ରମଣ କରୁଛନ୍ତି ଓ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେହି ଅନୁସାରେ ହସିନା ଓ ତାଙ୍କ ଝିଅ ମଧ୍ୟ ଭରଣପୋଷଣ ଅର୍ଥ ପାଇବା ଦରକାର ବୋଲି ଓକିଲ ଜଣଙ୍କ କହିଛନ୍ତି। 

ଆବେଦନରେ ଆହୁରି ଅଭିଯୋଗ କରାଯାଇଛି ଯେ ପାରିବାରିକ ଅଦାଲତ ଓ କ୍ୟାଲକାଟା ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଶାମି ମାସିକ ଭରଣପୋଷଣ ଖର୍ଚ୍ଚ ଠିକଣା ସମୟରେ ଦେଉ ନାହାନ୍ତି। ଯଦିଓ ହିସନା ତାଙ୍କ ସ୍ୱାମୀଙ୍କ ଆୟ ଉପରେ ଅଧିକାର ଜାହିରି କରୁନାହାନ୍ତି, କିନ୍ତୁ ଏହା ଉପରେ ସେମାନଙ୍କ ଝିଅର ଅଧିକାର ରହିଛି। ବାପାଙ୍କ ଭଳି ଝିଅର ବିଳାସପୂର୍ଣ୍ଣ ଜୀବନ ବିତାଇବାର ଅଧିକାର ରହିଛି। କୋର୍ଟ ଏକଥା ଶୁଣିବା ପରେ ଶାମିଙ୍କୁ ଜବାବ ମାଗିଛନ୍ତି।

ନିକଟରେ କ୍ୟାଲକାଟା ହାଇକୋର୍ଟ ଶାମିଙ୍କୁ ବଡ଼ ଝଟକା ଦେଇଥିଲେ। ପତ୍ନୀ ହସିନା ଜାହାନଙ୍କ ଠାରୁ ଛାଡ଼ ପତ୍ର ଚାହୁଁଥିବା ଶାମିଙ୍କୁ କୋର୍ଟ ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଶାମି ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଦେବେ।

ଏହା ମଧ୍ୟରୁ ୧.୫ ଲକ୍ଷ ହସିନା ଓ ବାକି ୨.୫୦ ଲକ୍ଷ ଟଙ୍କା ଝିଅ ପାଇଁ ଖର୍ଚ୍ଚ ହେବ। ଏହି ଭରଣପୋଷଣ ଅର୍ଥ ପିଛିଲା ଭାବେ ୭ ବର୍ଷ ତଳୁ ଲାଗୁ ହେବ। ହାଇକୋର୍ଟ ତଳ କୋର୍ଟଙ୍କୁ ୬ ମାସ ମଧ୍ୟରେ ମାମଲାର ରଫାଦଫା କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। 

ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଦତ୍ତ ଆଇନ ଅନୁସାରେ ହସିନା ଏପରି ମାମଲା କରିଥିଲେ। ଶାମିଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଭରଣପୋଷଣ ପାଇଁ ହସିନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ପାଇଁ ୭ ଲକ୍ଷ ଓ ଝିଅ ପାଇଁ ୩ ଲକ୍ଷ ଟଙ୍କା ଶାମିଙ୍କ ଠାରୁ ଆଣିବାକୁ ଚାହୁଁଥିଲେ।

କିନ୍ତୁ ତଳ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। କିନ୍ତୁ ହାଇକୋର୍ଟ ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ଉଭୟ ମା’ ଓ ଝିଅଙ୍କୁ ଦେବାକୁ କହିଥିଲେ। ଶାମି ୪ ଲକ୍ଷ ଟଙ୍କାର ଭରଣପୋଷଣ ଖର୍ଚ୍ଚ ଦେବାକୁ ସକ୍ଷମ। ସେହିପରି ହସିନା ମଧ୍ୟ ଦ୍ୱିତୀୟ ବିବାହ କରି ନଥିବାର, ସେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ବୋଲି କହି କୋର୍ଟ ନିଜ ରାୟରେ କହିଥିଲେ। 

Supreme Court Mohammed Shami