SC
ଘୃଣା ସୃଷ୍ଟିକାରୀ ବୟାନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ବାକ ସ୍ୱାଧୀନତାର ପବିତ୍ରତାକୁ ଉଲ୍ଲଙ୍ଘନ ନ କରି ଘୃଣା ସୃଷ୍ଟିକାରୀ ବୟାନକୁ ନିୟନ୍ତ୍ରିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ଶର୍ମିଷ୍ଠା ପାନୋଲିଙ୍କ ଅଭିଯୋଗକାରୀ ୱାଜହତ ଖାନଙ୍କ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଲୋକମାନେ ବାକ ସ୍ୱାଧୀନତାର ମୂଲ୍ୟବୋଧକୁ ବୁଝିବା ଦରକାର। କାରଣ କେହି ଚାହାନ୍ତି ଯେ ସରକାର ଏହାକୁ ନିୟନ୍ତ୍ରିତ କରିବାକୁ ଆଗେଇ ଆସନ୍ତୁ।
ଖଣ୍ଡପୀଠ କହିଛନ୍ତି, “କାହିଁକି ଲୋକମାନେ ଏପରି ବୟାନକୁ ବିବାଦୀୟକ ଓ ଅଶୋଭନୀୟ ବୋଲି ଭାବୁ ନାହାନ୍ତି? ବିଷୟବସ୍ତୁକୁ ନିୟନ୍ତ୍ରିତ କରିବା ପାଇଁ କିଛି ନିୟମ ରହିବା ଦରକାର। ସେହିପରି ସାଧାରଣ ଲୋକମାନେ ମଧ୍ୟ ଘୃଣା ସୃଷ୍ଟିକାରୀ ବୟାନର ପ୍ରଚାର ପ୍ରସାର ମଧ୍ୟ ବନ୍ଦ କରିବା ଦରକାର।”
ବାକ ସ୍ୱାଧୀନତାରେ ବୁଝାମଣା ନ କରି କେମିତି ଘୃଣା ସୃଷ୍ଟିକାରୀ ବୟାନକୁ ନିୟନ୍ତ୍ରିତ କରାଯାଇ ପାରିବ, ସେବିଷୟରେ ପରାମର୍ଶ ଦେବାକୁ ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜ୍ୟ, କେନ୍ଦ୍ର ଓ ୱାଜହତ ଖାନଙ୍କ ଓକିଲଙ୍କୁ କହିଛନ୍ତି।
ସୋଶାଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବା ଅଭିଯୋଗରେ ୱାଜହତ ଖାନଙ୍କ ବିରୋଧରେ ଏକାଧିକ ଏଫଆଇଆର ବିଭିନ୍ନ ରାଜ୍ୟରେ କରାଯାଇଛି। ପଶ୍ଚିମବଙ୍ଗରେ ହୋଇଥିବା ଏଫଆଇଆର ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଜୁଲାଇ ୩ରେ କୋଲାକାତାର ଗୋଟିଏ କୋର୍ଟ ଜାମିନ ଦେଇଛନ୍ତି। ଜାମିନ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ୱାଜହତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ରାଜ୍ୟର ପୁଲିସ୍ କରୁଥିବା ଯୋଜନା ଉପରେ ରୋକ ଲଗାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SC_1752493749.jpg)