Advertisment

ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ

ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି।

author-image
Tapas Behera
Supreme Court

Supreme Court

ଆଜି ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି। ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି ବିଚାରପତି ଆସନ ରହିଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍‌ କ‌ୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।

Advertisment

ସୁପ୍ରିମକୋର୍ଟକୁ ପଦୋନ୍ନତି ହେବା ପୂର୍ବରୁ ବିନ୍ଦଲ୍‌ ଆହଲ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିବା ବେଳେ ଅରବିନ୍ଦ କୁମାର ଗୁଜରାଟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ। ୯ ମାସର ବ୍ୟବଧାନ ପରେ ସୁପ୍ରିମକୋର୍ଟରେ ଧାର୍ଯ୍ୟ ବିଚାରପତିଙ୍କ ସଂଖ୍ୟ ପୂର୍ଣ୍ଣ ହୋଇଛି।

ପୂର୍ବରୁ ଫେବୃଆରୀ ୬ ତାରରିଖରେ ସୁପ୍ରିକୋର୍ଟରେ ୫ ଜଣ ବିଚାରପତି ନିଯୁକ୍ତ ହୋଇଥିଲେ। ଏହି ୫ ଜଣ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ ଗ୍ରହଣ କରାଇଥିଲେ। ସେମାନେ ହେଉଛନ୍ତି ବିଚାରପତି ପଙ୍କଜ ମିତଲ୍‌, ସଞ୍ଜୟ କାରୋଲ୍‌, ପି. ଭି. ସଞ୍ଜୟ କୁମାର, ଅଶାନୁଦ୍ଦୀନ ଅମନୁଲ୍ଲା ଏବଂ ମନୋଜ ମିଶ୍ରା।

Advertisment
Supreme Court