Advertisment

NCERT ବହିକୁ ବ୍ୟାନ କଲେ ସୁପ୍ରିମକୋର୍ଟ, କେନ୍ଦ୍ର କହିଲା- ସରି

ସୁପ୍ରିମକୋର୍ଟଙ୍କ ନାଲି ଆଖି ପରେ ଆଜି କେନ୍ଦ୍ର ସରକାର ବିବାଦୀୟ ବିଷୟବସ୍ତୁ ପାଇଁ ସୁପ୍ରିମକୋର୍ଟରେ କ୍ଷମା ମାଗିଛନ୍ତି। ଏଥିସହ ଏପରି ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

SC

ସୁପ୍ରିମକୋର୍ଟ

Advertisment

୮ମ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ ଏନସିଇଆରଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାମାଜିକ ବିଜ୍ଞାନ ବହିର ପ୍ରଚାର ଓ ପ୍ରକାଶନକୁ ବ୍ୟାନ କରିଛନ୍ତି ସୁପ୍ରିମକୋର୍ଟ। ଏନସିଇଆରଟି ପ୍ରସ୍ତୁତ କରିଥିବା ବହିରେ ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ଉଲ୍ଲେଖ କରାଯାଇଥିବାରୁ ଏହାକୁ ନେଇ ବେଶ ବିବାଦ ଦେଖାଯାଇଥିଲା। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ନେଇ କ୍ଷୁବ୍ଧ ହୋଇଥିବା ବେଳେ ଶିକ୍ଷା ପରିଷଦ ମୁଖ୍ୟଙ୍କ ବିରୋଧରେ ଅଦାଲତ ଅବମାନାନା ମାମଲାର ଚେତାବନୀ ଦେଇଥିଲେ।

Advertisment

ସୁପ୍ରିମକୋର୍ଟ(Supreme Court)ଙ୍କ ନାଲି ଆଖି ପରେ ଆଜି କେନ୍ଦ୍ର ସରକାର ବିବାଦୀୟ ବିଷୟବସ୍ତୁ ପାଇଁ ସୁପ୍ରିମକୋର୍ଟରେ କ୍ଷମା ମାଗିଛନ୍ତି। ଏଥିସହ ଏପରି ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ରର କ୍ଷମା ଆବେଦନରେ ମଧ୍ୟ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇନାହାନ୍ତି। କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହି ବହିର ପ୍ରଚାର ଓ ପ୍ରକାଶନ ଉପରେ ରୋକ ଲଗାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ୮ମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି-Exploring Society: India and Beyond, Vol II ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇ ଦେଇଛନ୍ତି।

Advertisment

ଏହି ବହିର ଆଉ ପ୍ରକାଶନ କିମ୍ବା ଡିଜିଟାଲ ପ୍ରଚାର ହୋଇପାରିବ ନାହିଁ। ଖଣ୍ଡପୀଠ କହିଛନ୍ତି, “ଆଦେଶକୁ ବାଇପାସ କରିବା ପାଇଁ ଯେକୌଣସି ଉଦ୍ୟମକୁ ଆଦୌ ସହ୍ୟ କରାଯିବ ନାହିଁ। ଆଦେଶକୁ ଅଣଦେଖା କରିବା ପାଇଁ ଯଦି ଡିଜିଟାଲ ବିତରଣ କିମ୍ବା ଶୀର୍ଷକକୁ ବଦଳାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ମଧ୍ୟ ଏହାକୁ ଅଦାଲତନ ଅବମାନନା ଭାବେ ବିବେଚନା କରାଯିବ।”

ବୁଧବାର ଏନସିଇଆରଟିର ନ୍ୟାୟପାଳିକା ବିଷୟବସ୍ତୁକୁ ନେଇ ବିବାଦ ତୀବ୍ର ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଚାପଟର ୪ରେ ଥିବା ଆମ ସମାଜରେ ନ୍ୟାୟପାଳିକା ଭୂମିକାର ବିଷୟ ବସ୍ତୁକୁ ସମାଲୋଚନା କରିଥିଲେ। ଏହା ଏକ ସାଂଘାତିକ ଘଟଣା ଓ ସୁପ୍ରିମକୋର୍ଟ କେବେ ହେଲେ ବି ନ୍ୟାୟପାଳିକାକୁ ଅସମ୍ମାନ କରିବାକୁ ଅନୁମତି ଦେଇ ପାରିବେ ନାହିଁ ବୋଲି କହିଥିଲେ। 

ଆଜି ଏହି ପ୍ରସଙ୍ଗର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ ଯେ “ନ୍ୟାପାଳିକାର ମୁଖିଆ ହିସାବରେ ଉତ୍ତରଦାୟୀ ନିଶ୍ଚିତ କରିବା ମୋର କର୍ତ୍ତବ୍ୟ। ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ। ଯେଉଁ ପର୍ଯ୍ୟନ୍ତ ଘଟଣା ପାଇଁ କାହାକୁ ଦାୟୀ କରାଯାଇ ନାହିଁ ସେଯାଏ ମାମଲା ବନ୍ଦ କରିବି ନାହିଁ। ଆମେ ଜାଣିବାକୁ ଚାହୁଁଛୁ ଯେ ଏହା ପଛରେ କେଉଁମାନେ ରହିଛନ୍ତି।” 

ସୁପ୍ରିମକୋର୍ଟ ଏପରି ବିଷୟବସ୍ତୁର ପ୍ରଭାବକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସିଜେଆଇ କହିଛନ୍ତି, “ଯଦି ଆପଣ ପୂରା ଶିକ୍ଷକ ସଂପ୍ରଦାୟକ ଓ ଶିକ୍ଷାର୍ଥୀମାନଙ୍କୁ ନ୍ୟାୟପାଳିକା ଦୁର୍ନୀତିଗ୍ରସ୍ତ ବୋଲି ଶିଖାଇବେ, ତା’ହେଲେ କେଉଁ ପ୍ରକାରର ବାର୍ତ୍ତା ଯିବ? ଶିକ୍ଷକମାନେ ଏହାକୁ ଶିଖିବେ ଓ ପରିବାର ଲୋକ ଏହାକୁ ଶିଖିବେ।”

ସିଜେଆଇ ଆହୁରି କହିଛନ୍ତି ଯେ ପ୍ରକାଶନକୁ ପ୍ରତ୍ୟାହାର କରି ନିଆଯାଇଥିବା ସରକାର ଦାବି କରୁଥିଲେ ହେଁ ଏହାର ପ୍ରଚାର ଦ୍ରୁତଗତିରେ ଚାଲିଛି। ପ୍ରକାଶନ ବନ୍ଦ ହୋଇଥିଲେ ହେୱ ସବୁ କିଛି ମାର୍କେଟରେ ରହିଛି। ସବୁ କିଛି ସୋଶାଲ ମିଡିଆରେ ରହିଛି। ବହିର ଗୋଟିଏ କପି ମୋ ପାଖରେ ବି ଅଛି। ଆଜି ନ୍ୟାୟପାଳିକା କ୍ଷତାକ୍ତ ହୋଇଛି। ତୁରନ୍ତ ଉକ୍ତ ବିଷୟବସ୍ତୁ ଥିବା ସମସ୍ତ ବହିକୁ ସିଜ କରିବାକୁ ସିଜେଆଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। 

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେବା ସହ ଆପତ୍ତିଜନକ ଦସ୍ତାବିଜକୁ ପ୍ରତ୍ୟାହାର କରିଛନ୍ତି। ଏହି ବିଷୟ ସହ ଜଡ଼ିତ ଦୁଇ ଜଣ ଲୋକ କେବେ ହେଲେ ବି ଏହି ମନ୍ତ୍ରଣାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟର କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ। ପୂରା ଘଟଣା ପାଇଁ ସରକାର ଦୁଃଖିତ ବୋଲି ସେ କୋର୍ଟଙ୍କୁ କହିଛନ୍ତି।

ଏହି ପ୍ରସଙ୍ଗ ପ୍ରଥମେ ଉଠାଇଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲଙ୍କ କହିବା କଥା ଯେ ପ୍ରକୃତ ବହି ଅପେକ୍ଷା ବିଷୟବସ୍ତୁର ପିଡିଏଫ ଅଧିକମାତ୍ରାରେ ଏବେ ମାର୍କେଟରେ ରହିଛି। ଜଷ୍ଟିସ ଜୟମଳୟ ବାଗଚି କହିଛନ୍ତି ଯେ ବିଷୟବସ୍ତୁର ଅନଲାଇନ କପି ଏବେ ସୋଶାଲ ମିଡିଆରେ ରହିଛି। ଏହା ବିରୋଧରେ ପଦକ୍ଷେପ ନେବାକୁ ସେ ସରକାରଙ୍କୁ କହିଛନ୍ତି। 

କ୍ଷମା ମାଗିଲା ଏନସିଇଆରଟି 

ବିବାଦ ତୀବ୍ର ହେଉଥିବାରୁ ଏନସିଇଆରଟି ମଧ୍ୟ କ୍ଷମା ମାଗିଛି। ସଂସ୍ଥା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ତ୍ରୁଟି ସଂପୂର୍ଣ୍ଣ ଭାବେ ଅଜାଣତରେ ହୋଇଛି। ବହିରେ ସାମିଲ କରାଯାଇଥିବା ଆପତ୍ତିଜନ ବିଷୟବସ୍ତୁ ପାଇଁ ଏନସିଇଆରଟି ଅନୁତପ୍ତ। ଆମେ ଏଠାରେ ପୁଣି କହୁଛି ଯେ ପାଠ୍ୟପୁସ୍ତକର ଉଦ୍ଦେଶ୍ୟ ହେଉଛି ଶିକ୍ଷାର୍ଥୀଙ୍କ ମଧ୍ୟରେ ସାମ୍ବିଧାନିକ ସାକ୍ଷରତା, ସଂସ୍ଥାଗତ ସମ୍ମାନ ଓ ଲୋକତାନ୍ତ୍ରିକ ଭାଗିଦାରୀ ସମ୍ପର୍କରେ ଶିକ୍ଷା ଦେଇ ଏହାକୁ ମଜବୁତ କରିବା। ନ୍ୟାୟପାଳିକା ହେଉଛନ୍ତି ସମ୍ବିଧାନର ଅଭିଭାବକ ଓ ମୌଳିକ ଅଧିକାରର ରକ୍ଷାକର୍ତ୍ତା। ଏକଥା ସବୁବେଳେ ଏନସିଇଆରଟି ଧ୍ୟାନରେ ରଖିଛି।”

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe