Advertisment

ଜିମ୍ କର୍ବେଟ ମୁଖ୍ୟ ଅଞ୍ଚଳରେ ବାଘ ସଫାରି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଉତ୍ତରାଖଣ୍ଡର ଜିମ କର୍ବେଟ ନ୍ୟାସନାଲ ପାର୍କର ମୁଖ୍ୟ ଅଞ୍ଚଳରେ ଟାଇଗର ସଫାରି ଉପରେ ଲାଗିଲା ବ୍ୟାନ୍।

Tiger

Tiger

Advertisment

ଉତ୍ତରାଖଣ୍ଡର ଜିମ କର୍ବେଟ ନ୍ୟାସନାଲ ପାର୍କର ମୁଖ୍ୟ ଅଞ୍ଚଳରେ ଟାଇଗର ସଫାରି ଉପରେ ଲାଗିଲା ବ୍ୟାନ୍। ଆଜି ସୁପ୍ରିମକୋର୍ଟ ଏ ଉପରେ ଏକ ମାମଲା ବିଚାର କରି ବାଘ ସଫାରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଉଦ୍ୟାନର ମୁଖ୍ୟ ଅଞ୍ଚଳ ପରିବର୍ତ୍ତେ ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Advertisment

ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ବଫର୍ ଅଞ୍ଚଳରେ ଟାଇଗର ସଫାରି ସ୍ଥାପନ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବଫର ଜୋନରେ ଟାଇଗର ସଫାରି ପ୍ରତିଷ୍ଠା ପାଇଁ କୋର୍ଟ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ସିବିଆଇକୁ ତିନିମାସ ମଧ୍ୟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ଆଜି ଏହି ମାମଲା ଉପରେ ଜଷ୍ଟିସ୍ ବି.ଆର ଗାଭାଇଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରିଥିଲେ। ଶୁଣାଣି ସମୟରେ ଅଦାଲତ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ଗଛ କାଟିବାକୁ ଅନୁମତି ଦେଇଥିବାରୁ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ପୂର୍ବତନ ବିଭାଗୀୟ ବନ ଅଧିକାରୀଙ୍କୁ ଭର୍ସନା କରିଛନ୍ତି।

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟ ପ୍ରଶାସନ ଏବଂ ରାଜନେତାମାନେ ଜନସାଧାରଣଙ୍କ ବିଶ୍ୱାସର ନୀତିକୁ ଅଳିଆଗଦାକୁ ଫିଙ୍ଗି ଦେଇଛନ୍ତି। ବାଘ ବିନା ଜଙ୍ଗଲ ନଷ୍ଟ, ତେଣୁ ଜଙ୍ଗଲ ସମସ୍ତ ବାଘକୁ ସୁରକ୍ଷା ଦେବା ଉଚିତ। ଆମେ ଟାଇଗର ସଫାରି ପ୍ରତିଷ୍ଠା ପାଇଁ ଅନୁମତି ଦେଉଛୁ, କିନ୍ତୁ ଏହା ମୁଖ୍ୟ ଅଞ୍ଚଳରେ ହୋଇପାରିବ ନାହିଁ। ନିୟମ ଅନୁପାଳନ କରି ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରାଯାଉ। 

Jim Corbett National Park Uttarakhand National Park Tiger Safari Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe