Advertisment

ଯୁକ୍ତିତର୍କ ପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସୁପ୍ରିମକୋର୍ଟରୁ ବିଦା ହେଲେ ଆଇନଜୀବୀ

ସ୍ଥିତି ଏପରି ହୋଇଥିଲା ଯେ ଆବେଦନକାରୀଙ୍କୁ କୋର୍ଟ ରୁମରୁ ବାହାର କରିବା ପାଇଁ ଖଣ୍ଡପୀଠ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଡାକିଥିଲେ। ଆବେଦନକାରୀ ନିଜେ ହିଁ ଜଣେ ଓକିଲ।

SC

SC

Advertisment

ସୁପ୍ରିମକୋର୍ଟ ଭିତରେ ଆବେଦନକାରୀ ଓ ବିଚାରପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆବେଦନକାରୀ ବାରମ୍ବାର ତଦନ୍ତ ଦାବି କରିବାକୁ ଅପ୍ରୀତିକର ପରସ୍ଥିତି ଦେଖିବାକୁ ମିଳିଛି।

Advertisment

ସ୍ଥିତି ଏପରି ହୋଇଥିଲା ଯେ ଆବେଦନକାରୀଙ୍କୁ କୋର୍ଟ ରୁମରୁ ବାହାର କରିବା ପାଇଁ ଖଣ୍ଡପୀଠ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଡାକିଥିଲେ। ଆବେଦନକାରୀ ନିଜେ ହିଁ ଜଣେ ଓକିଲ।

ଆବେଦନକାରୀ ତଥା ଆଇନଜୀବୀ ଅରୁଣ ରାମଚନ୍ଦ୍ର ହୁବିଲକରଙ୍କ ଆବେଦନକୁ ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଖାରଜ କରିବା ପରେ ପୂରା ବିବାଦ ସୃଷ୍ଟି ହୋଇଥିଲା।

Advertisment

ଅରୁଣ ବାରମ୍ବାର ସମାନ ଆବେଦନ କରୁଥିବାରୁ ଖଣ୍ଡପୀଠ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଜଷ୍ଟିସ ତ୍ରିବେଦୀ କହିଥିଲେ, “ଏସବୁରେ ଆମେ ପୂରା ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚାହୁଁଛୁ। ଅନେକ ଆବେଦନ ଗୋଟିଏ ପରେ ଗୋଟିଏ ଆସୁଛି।”

ନିଜର ଆବେଦନରେ ଅରୁଣ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଇନ ହାଉସ ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ ପୂର୍ବତନ ସିଜେଆଇ ତାଙ୍କ ବରଖାସ୍ତ ସହ ଜଡ଼ିତ ଏକ ମାମଲାରେ ହସ୍ତକ୍ଷେପ କରିଥିଲେ। ଜଷ୍ଟିସ ଗୋଗୋଇଙ୍କ ଯୋଗୁ ତାଙ୍କ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସେ ଆବେଦନରେ ଉଲ୍ଲେଖ କରିଥିଲେ।

ତେବେ ଏପରି ଆବେଦନକୁ ଗ୍ରହଣ କରିବାକୁ ଅରାଜି ହୋଇଥିଲେ। ଖଣ୍ଡପୀଠ କହିଥିଲେ, “ଆମେ ଜୋରିମାନା ଲାଗୁ କରିବାକୁ ଯାଉଛି। କୌଣସି ବିଚାରପତିଙ୍କ ନାଁ ନିଅନ୍ତୁ ନାହିଁ। ଆପଣଙ୍କ କେସ୍‌ରେ କିଛି ବି ନାହିଁ।”

ଏହାକୁ ବିରୋଧରେ କରି ଅରୁଣ କହିଥିଲେ, “ମୋ ମୃତ୍ୟୁ ପୂର୍ବରୁ ଅତି କମରେ ମୁଁ ନ୍ୟାୟ ପାଇବା ଦରକାର।” ହେଲେ ଖଣ୍ଡପୀଠ କିଛି ବି ଶୁଣି ନଥିଲେ। ଖଣ୍ଡପୀଠ କହିଥିଲେ, “ସରି, ଆମେ ଆଦୌ ହସ୍ତକ୍ଷେପ କରିପାରିବୁ ନାହିଁ। ଆପଣଙ୍କ ଆବେଦନକୁ ଖାରଜ କରାଯାଉଛି।”

ଏହାକୁ ନେଇ ତିକ୍ତତା ବଢ଼ିବାରୁ ଜଷ୍ଟିସ ତ୍ରିବେଦୀ ତୁରନ୍ତ ସୁରକ୍ଷାକର୍ମୀଙ୍କୁ ଡାକି ଅରୁଣଙ୍କୁ କୋର୍ଟରୁ ରୁମରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକାଧିକ ଥର ଚେତାବନୀ ସତ୍ତ୍ୱେ ଅରୁଣ ଯୁକ୍ତି ଜାରି ରଖିଥିଲେ। ଏଥିସହ ଆବେଦନ ଖାରଜକୁ ନେଇ ପ୍ରଶ୍ନ ଉଠାଇଥିଲେ। ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ନେବା ପୂର୍ବରୁ ସେ କହିଥିଲେ ଯେ “ମାଡାମ, ଆପଣ ମୋ ବିରୋଧରେ ଅନ୍ୟାୟ କରୁଛନ୍ତି।”

ଏହାପୂର୍ବରୁ ମଧ୍ୟ ସେପ୍ଟେମ୍ବର ୩୦ରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହ ମଧ୍ୟ ଆଇନଜୀବୀ ଅରୁଣଙ୍କ ଯୁକ୍ତିତର୍କ ହୋଇଥିଲା।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe