Advertisment

ଆରଏସ୍‌ଏସ୍‌ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି, ତାମିଲନାଡୁର ଆବେଦନ ଖାରଜ

ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଆଜି ଆରଏସଏସ୍‌କୁ ରାଲି ପାଇଁ ଅନୁମତି ମିଳିଛି। ସର୍ବୋଚ୍ଚ ଅଦାଲତ ଡିଏମକେ ସରକାରଙ୍କ ଆବେଦନ ଖାରଜ କରି ଦେଇଛନ୍ତି।

RSS

RSS

Advertisment

ତାମିଲନାଡୁରେ ଶୋଭାଯାତ୍ରା କରିବାକୁ ଆରଏସଏସ୍‌କୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଆରଏସଏସ୍‌ ପକ୍ଷରୁ ତାମିଲନାଡୁରେ ବିଶାଳ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷମତାସୀନ ଡିଏମକେ ସରକାର ଏହାକୁ ବିରୋଧ କରିଥିଲେ। ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ଆଜି ଆରଏସଏସ୍‌କୁ ରାଲି ପାଇଁ ଅନୁମତି ମିଳିଛି। ସର୍ବୋଚ୍ଚ ଅଦାଲତ ଡିଏମକେ ସରକାରଙ୍କ ଆବେଦନ ଖାରଜ କରି ଦେଇଛନ୍ତି।

Advertisment

ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ମଧ୍ୟ ଆରଏସଏସକୁ ରାଲି ପାଇଁ ଅନୁମତି ଦେଇଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ କୌଣସି ସୁଫଳ ପାଇ ନାହାନ୍ତି।

ଆରଏସ୍‌ଏସ୍‌ ପକ୍ଷରୁ ଅକ୍ଟବୋର ମାସରେ ତାଲିମନାଡୁ ସରକାରଙ୍କୁ ଶୋଭାଯାତ୍ରା ପାଇଁ ଅନୁମତି ମଗାଯାଇଥିଲା। ସ୍ୱାଧୀନତାର ଅମୃତ ମହତ୍ସୋବ ଓ ଗାନ୍ଧି ଜୟନ୍ତୀରେ ରାଲି କରିବାକୁ ଆରଏସଏସ ଚାହୁଁଥିବା ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ ଏଥିପାଇଁ ତାମିଲନାଡୁ ସରକାର ଅନୁମତି ଦେଇ ନଥିଲେ।

Advertisment

ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଆରଏସଏସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ନଭେମ୍ବର ମାସରେ ହାଇକୋର୍ଟର ସିଙ୍ଗଲ ବେଞ୍ଚ ଜଜ ଆରଏସଏସକୁ ବନ୍ଦ ସ୍ଥାନ ବା ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରାଲି ପାଇଁ ଅନୁମତି ଦେଇଥିଲେ। ତେବେ ଫେବୃଆରୀ ମାସରେ ହାଇକୋର୍ଟର ଡିଭିଜନାଲ ବେଞ୍ଚ ସୁସ୍ଥ ଗଣତନ୍ତ୍ରର ଦ୍ୱାହି ଦେଇ କଟକଣାକୁ ଉଠାଇ ଦେଇଥିଲେ। ଏହାର ଅର୍ଥ ଆରଏସଏସ୍‌ ଖୋଲା ସ୍ଥାନରେ ବିଶାଳ ରାଲି କରିବାକୁ ଅନୁମତି ପାଇଥିଲା।

ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସର୍ବୋଚ୍ଚ ଅଦାଲତ ଆବେଦନକୁ ଅଗ୍ରାହ୍ୟ କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

Tamilnadu Supreme Court Rss
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe