Advertisment

୪ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ

ଆର ଶକ୍ତିଭେଲ, ପି ଧାନବଲ, ଚିନ୍ନାସାମୀ କୁମପାରପ୍ପନ ଓ କେ ରାଜଶେଖରଙ୍କୁ ପ୍ରମୋସନ ଦେବାକୁ କଲେଜିୟମ କହିଛନ୍ତି।

undefined

Supreme Court

Advertisment

ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆଜି କଲେଜିୟମ ବଡ଼ ସୁପାରିସ କରିଛନ୍ତି। ୪ ଜଣ ଜିଲ୍ଲା ଜଜଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଆର ଶକ୍ତିଭେଲ, ପି ଧାନବଲ, ଚିନ୍ନାସାମୀ କୁମପାରପ୍ପନ ଓ କେ ରାଜଶେଖରଙ୍କୁ ପ୍ରମୋସନ ଦେବାକୁ କଲେଜିୟମ କହିଛନ୍ତି।

Advertisment

ଏଥିସହ ‌ଆର ଜନ ସତ୍ୟାନ ଓ ରାମାସ୍ୱାମୀ ନୀଲକନ୍ଦନଙ୍କୁ ପ୍ରମୋସନ ଦେବାକୁ ପୂର୍ବରୁ କରାଯାଇଥିବା ସୁପାରିସ ଉପରେ ମଧ୍ୟ ମୋହର ମାରିବାକୁ କଲେଜିୟମ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ କଲେଜିୟମ ଏହି ଦୁଇ ଜଣଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ।

ସୁପ୍ରିମକୋର୍ଟ କଲେଜିୟମ କହିଛନ୍ତି, ଯେଉଁମାନଙ୍କ ନାଁ ସୁପାରିସ କରାଯାଇଛି ଓ ପୁଣିଥରେ ଯେଉଁମାନଙ୍କୁ ପଦୋନ୍ନତି ଦେବାକୁ କୁହାଯାଇଛି, ବିଳମ୍ବ କିମ୍ବା ଏହାକୁ ନ ଫେରାଇ ତୁରନ୍ତ ମଞ୍ଜୁରି ଦିଆଯାଉ। ନଚେତ ବରିଷ୍ଠତା କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ।

Advertisment

ଆର ଜନ ସତ୍ୟାନ ଓ ରାମାସ୍ୱାମୀଙ୍କ ନାଁ ଜାନୁଆରୀ ମାସରୁ ସୁପାରିସ କରାଯାଇଥିଲେ ହେଁ କେନ୍ଦ୍ର ସରକାର ଏଯାଏ ଏହା ଉପରେ ମୋହର ମାରି ନାହାନ୍ତି। ଏହି ସୁପାରିସ ଫାଇଲକୁ ପୁନଃବିଚାର କରିବାକୁ ମଧ୍ୟ କଲେଜିୟମ ପାଖକୁ ପଠାଇ ନାହାନ୍ତି। କେବଳ ସୁପାରିସ ଅନୁସାରେ କାର୍ଯ୍ୟକାରୀ କରିବାରେ ବିଳମ୍ବ କରି ଚାଲିଛନ୍ତି।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe