Advertisment

ମାଗଣା ଯୋଜନା ପାଇଁ ଲୋକ କାମ କରିବାକୁ ଇଚ୍ଛା କରୁନାହାନ୍ତି: କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

ଲୋକମାନେ ମଗାଣାରେ ରାସନ ଓ ଟଙ୍କା ପାଇଯାଉଥିବାରୁ କାମ କରିବାକୁ ଇଚ୍ଛା କରୁନାହାନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି।

author-image
Hemant Lenka
 freebies culture

freebies culture

ପ୍ରତି ନିର୍ବାଚନ ପୂର୍ବରୁ ଦେଶରେ ରାବଡି ପ୍ରଥା ବା ମାଗଣା ଯୋଜନାର ବର୍ଷା ହେଉଛି। ସବୁ ରାଜନୀତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ମାଗଣା ସେବାର ଲୋଭ ଦେଖାଉଛନ୍ତି। ନିର୍ବାଚନ ଆସିଲେ ସବୁ ନେତା ଓ ମନ୍ତ୍ରୀ ପୁଳା ପୁଳା ମାଗଣା ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ସାଧାରଣ ଭାଷାରେ 'ରାବଡି ପ୍ରଥା' କୁହାଯାଏ। ହେଲେ ଏହାକୁ ନେଇ ପୁଣିଥରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଲୋକମାନେ ମଗାଣାରେ ରାସନ ଓ ଟଙ୍କା ପାଇଯାଉଥିବାରୁ କାମ କରିବାକୁ ଇଚ୍ଛା କରୁନାହାନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି।

Advertisment

ସହରାଞ୍ଚଳରେ ରହୁଥିବା ବାସହୀନଙ୍କୁ ରହିବା ପାଇଁ ଘର ଯୋଗାଇ ଦେବା ପ୍ରସଙ୍ଗରେ ଶୁଣାଣି ଚାଲିଥିବା ବେଳେ ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସି ମାଗଣା ଯୋଜନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଜଷ୍ଟିସ ଗବାଇ କହିଛନ୍ତି, “ଦୁର୍ଭାଗ୍ୟବଶତଃ, ମାଗଣା ଯୋଜନା ପାଇଁ ଲୋକମାନେ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ସେମାନେ ମାଗଣାରେ ରାସନ ପାଉଛନ୍ତି। କିଛି କାମ ନ କରି ଟଙ୍କା ପାଇ ଯାଉଛନ୍ତି। ଆମେ ସେମାନଙ୍କ ପ୍ରତି ଆପଣଙ୍କ ପ୍ରକାଶ କରୁଥିବା ଚିନ୍ତାକୁ ସ୍ୱାଗତ କରୁଛୁ। କିନ୍ତୁ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତର ଅଂଶବିଶେଷ କରିବା କ’ଣ ଭଲ ହେବନି? ଦେଶର ବିକାଶରେ ସେମାନେ ମଧ୍ୟ ଯୋଗାଦାନ କରିବାକୁ ଅନୁମତି ପାଇବା ଉଚିତ।”

Advertisment

ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଖଣ୍ଡପୀଠଙ୍କୁ କହିଛନ୍ତି ଯେ ସହରାଞ୍ଚଳ ଗରିବ ମୁକ୍ତ ମିଶନ ପାଇଁ ସରକାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ବାସହୀନଙ୍କୁ ଘର ଯୋଗାଇ ଦିଆଯିବାର ପ୍ରାବଧାନ ମଧ୍ୟ ରହିବ। ଏକଥା ଶୁଣିବା ପରେ ସହରାଞ୍ଚଳ ଗରିବ ମୁକ୍ତ ମିଶନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ କେତେ ସମୟ ଲାଗିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ କରିବେ।

ଆଜି ପ୍ରଥମଥର ପାଇଁ ଯେ ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଦେଉଥିବା ମାଗଣା ପ୍ରତିଶ୍ରୁତିକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରି ନାହାନ୍ତି, ବରଂ ଏହାପୂର୍ବରୁ ଅନେକ ଥର ଏପରି ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଏହାପୂର୍ବରୁ ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନ ଓ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ପ୍ରସଙ୍ଗରେ କମିଶନ ଓ ସରକାର ହାତ ଝାଡ଼ି ପାରିବେ ନାହିଁ। ସେମାନେ କିଛି କରିପାରିବେ ନାହିଁ ବୋଲି ମଧ୍ୟ କହିପାରିବେ ନାହିଁ। ସରକାର ଓ ନିର୍ବାଚନ ଆୟୋଗ ମିଶି ଏହି ମାଗଣା ଯୋଜନା ଉପରେ ରୋକ ଲଗାଇବା ପାଇଁ ବିଚାର କରନ୍ତୁ। ଏଥିପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଥିଲେ।

Supreme Court Free Ration Scheme Freebies