Advertisment

'ନେତାଙ୍କ ବିରୋଧରେ ଥିବା ମାମଲାର ଶୁଣାଣି ଶୀଘ୍ର ଶେଷ କର'

ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

undefined

Supreme Court

Advertisment

ଆଗକୁ ବିଧାନସଭା ନିର୍ବାଚନ। ଏହାରି ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ରାୟ ଶୁଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ରାଜ୍ୟର ହାଇକୋର୍ଟଙ୍କୁ କୁହାଯାଇଛି। ଏହା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

Advertisment

ଏହାସହ ଟ୍ରାଏଲ କୋର୍ଟ ପାଇଁ ସମାନ ଗାଇଡ଼ଲାଇନ ଗଠନ କରିବା କଷ୍ଟକର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏପରି ମାମଲାରେ ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ତ୍ୱରିତ ଶୁଣାଣି କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଶେଷ କରି ଆଜୀବନ କାରାଦଣ୍ଡ ଓ ଫଶୀ ଦଣ୍ଡାଦେଶ ଥିବା ମାମଲାଗୁଡିକୁ ଅଧିକ ପ୍ରାଥମିକତା ଦିଆଯାଉ। କୋର୍ଟ ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ମଧ୍ୟ ଗଠନ କରିପାରିବେ। ଯଦି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଆଜୀବନ କାରାଦଣ୍ଡ ଠାରୁ ହତ୍ୟା ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଭଳି ମାମଲାରେ ଟାଇମ୍‌ଲାଇନ୍‌କୁ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୁଦଙ୍କ ବେଞ୍ଚ କହିଛନ୍ତି।

ଆବଶ୍ୟକ ପଡିଲେ ସ୍ୱତନ୍ତ୍ର ବେଞ୍ଚ ସମୟ ସମୟରେ ମାମଲାଗୁଡିକର ତାଲିକାଭୁକ୍ତ କରିପାରିବେ। ଯେଉଁମାନଙ୍କ ଶୁଣାଣି ଅଟକି ରହିଛି ସେଗୁଡିକର ଲିଷ୍ଟିଂ କରାଯିବା ଉଚିତ। ଏଭଳି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବେଞ୍ଚର ନେତୃତ୍ୱ ନିଜେ ହାଇକୋର୍ଟର ମୁଖ୍ୟ ବିଚାରପତି ନେବା ଉଚିତ। ଯଦି ସୀମିତ ସଂଖ୍ୟକ ମାମଲାରେ ମୃତ୍ୟୁ ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ, ତେବେ ସେଗୁଡିକର ଆଗୁଆ ପ୍ରାଥମିକତା ଭିତ୍ତିରେ ଶୁଣାଣି କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ବର୍ତ୍ତମାନ ତଥା ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୫୧୭୫ଟି ମାମଲା ବିଚାରାଧୀନ ଅଛି। ନିକଟରେ ଏହି ସବୁ ମାମଲାର ଶୀଘ୍ର ଶୁଣାଣି କରିବାକୁ ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

High Court MLA Supreme Court MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe