Advertisment

ଜମ୍ମୁ ଏବଂ କଶ୍ମୀର ନିର୍ବାଚନୀମଣ୍ଡଳୀର ପୁନଃନିର୍ଦ୍ଧାରଣ ବାତିଲ ଆବେଦନ ଖାରଜ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଜମ୍ମୁ ଏବଂ କଶ୍ମୀରର ବିଧାନସଭା ଏବଂ ଲୋକସଭା ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ପାଇଁ ଏକ କମିଶନ ଗଠନ କରିଥିଲେ।

undefined

Supreme Court

Advertisment

ଜମ୍ମୁ ଏବଂ କଶ୍ମୀର ନିର୍ବାଚନୀ ମଣ୍ଡଳର ପୁନଃନିର୍ଦ୍ଧାରଣ ପାଇଁ କେନ୍ଦ୍ରସରକାର ଗଠନ କରିଥିବା କମିଶନକୁ ରଦ୍ଦ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଜମ୍ମୁ ଏବଂ କଶ୍ମୀରର ବିଧାନସଭା ଏବଂ ଲୋକସଭା ନିର୍ବାଚନମଣ୍ଡଳୀର ପୁନଃନିର୍ଦ୍ଧାରଣ ପାଇଁ ଏକ କମିଶନ ଗଠନ କରିଥିଲେ। ଏହି ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Advertisment

୨୦୧୯ରେ ସମ୍ବିଧାନର ଧାରା ୩୭୦ ଅନୁସାରେ ଥିବା ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରେ ସେଠାକାର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକୁ ପୁନଃ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ଡିଲିମିଟେସନ୍‌ କମିସନ୍‌ ଗଠନ କରିଥିଲେ। ଶ୍ରୀନଗରବାସୀ ହାଜି ଅବ୍ଦୁଲ୍‌ ଗନି ଖାଁ ଏବଂ ମହମ୍ମଦ ଆୟୁବ ମାତ୍ତୋ ୨୦୨୬ ପୂର୍ବରୁ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରାଯିବା କ୍ଷେତ୍ରରେ ପ୍ରତିବନ୍ଧକ ଥିବା କଥା କହି ଡିଲିମିଟେସନ୍‌ର ସାମ୍ବିଧାନିକ ବୈଧ୍ୟତାକୁ ଚାଲେଞ୍ଜ୍‌ କରିଥିଲେ। ସେମାନେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଥିଲେ ଯେ, ୧୯୭୧ ମସିହା ଜନଗଣନା ଅନୁସାରେ ସମଗ୍ର ଭାରତରେ ନିର୍ବାଚନ ମଣ୍ଡଳୀଗୁଡ଼ିକୁ ଧାର୍ଯ୍ୟ କରାଯାଇଛି। ତେଣୁ, ୨୦୨୬ର ପ୍ରଥମ ଜନଗଣନା ପର୍ଯ୍ୟନ୍ତ ସେଗୁଡ଼ିକ ଅପରିବର୍ତ୍ତିତ ରଖାଯିବା ଉଚିତ।

ତେବେ କେନ୍ଦ୍ର ସରକାର ସରକାର ଯୁକ୍ତି ଦର୍ଶାଇଛନ୍ତି ଯେ,କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ୨୦୧୯ରେ ସଂସଦରେ ଗୃହୀତ ହୋଇଥିବା ଜମ୍ମୁ ଓ କଶ୍ମୀର ରିଅର୍ଗାନାଇଜେସନ୍‌ ଆକ୍ଟର ଅଂଶବିଶେଷ ହେଉଛି ଡିଲିମିଟେସନ୍‌ କମିସନ୍। ଗତବର୍ଷ ମେ ମାସରେ ଡିଲିମିଟେସନ୍‌ ପାନେଲ୍‌ ସମ୍ପୂର୍ଣ୍ଣ ହୋଇଥିଲା। ଜମ୍ମୁ ଓ କଶ୍ମୀର ରିଅର୍ଗାନାଇଜେସନ୍‌ ଆକ୍ଟ ଅନୁଯାୟୀ ୯୦ଟି ବିଧାନସଭା ଓ ୫ଟି ସଂସଦୀୟ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରାଯାଇଛି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe