Advertisment

ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି

ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନର ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଅଦ୍ୟତନ ହୋଇଛି
Baba Ramdev

Baba Ramdev

Advertisment

ଯୋଗଗୁରୁ ବାବ ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମିଳିଳା ଆଶ୍ୱସ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବ ଓ ବାଳକୃଷ୍ଣଙ୍କୁ ବ୍ୟକ୍ତିଗତ ରୂପେ ହାଜର ହେବା ଉପରେ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। ତେବେ ଗୋଟିଏ ପଟେ ବାବା ରାମଦେବକୁ ଆଶ୍ୱସ୍ତି ମିଳିଥିବା ବେଳେ ଅନ୍ୟପଟେ କୋର୍ଟ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ଉପରେ ବର୍ଷିଛନ୍ତି।

Advertisment

ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି। କେବଳ ଏତିକି ନୁହେଁ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନକୁ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଶୁଣାଣି ବେଳେ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ ଯେଉଁ ଔଷଧଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବାକୁ ରାମଦେବଙ୍କୁ କହିଛନ୍ତି। ତିନି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ଜବାବ ଦେବାକୁ ପତଞ୍ଜଳିକୁ କୋର୍ଟ ସମୟ ଦେଇଛନ୍ତି।

Advertisment

ପତଞ୍ଜଳି ମାମଲାର ଶୁଣାଣି ସମୟରେ ଉଭୟ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ କୋର୍ଟରେ ହାଜର ହୋଇଥିଲେ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମର ଲକ୍ଷ୍ୟ କେବଳ ଲୋକମାନଙ୍କୁ ସଜାଗ କରିବା। ଲୋକମାନେ ବାବା ରାମଦେବଙ୍କ ଉପରେ ବିଶ୍ୱାସ କରନ୍ତି। ଯୋଗର ପ୍ରଚାର ପ୍ରସାରରେ ବାବା ରାମଦେବ ମଧ୍ୟ ସହଯୋଗ କରିଛନ୍ତି। ଏହା ପରେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ବେଞ୍ଚକୁ ଧନ୍ୟବାଦ ଜଣାଇବା ସହ ଅଭିବାଦନ ଜଣାଇଛନ୍ତି।

ସେପଟେ ଜଷ୍ଟିସ୍‌ ହିମା କୋହଲି ଓ ଜଷ୍ଟିସ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଆଇଏମ୍‌ଏ ଉପରେ ବର୍ଷିଛନ୍ତି। ଆଇଏମ୍‌ଏ ଅଧ୍ୟକ୍ଷ ଆର୍‌ ବି ଅଶୋକାନ୍‌ଙ୍କ ପ୍ରେସ୍‌ମିଟ୍‌କୁ ନେଇ ସେ ଖୁସି ନାହାନ୍ତି। ଆପଣ ଏଭଳି କିପରି କରିପାରନ୍ତି। ମାମଲା ବିଚାରାଧିନ ଥିବା ବେଳେ ଏବିଷୟରେ ପ୍ରେସ୍‌ମିଟ୍‌ରେ କିଭଳି ଆଲୋଚନା କରିଲେ ବୋଲି ହିମା କୋହଲି ପ୍ରଶ୍ନ କରିଛନ୍ତି।

ଅପଣ ଜଣେ ଅନୁଭବି ଲୋକ। ଆପଣଙ୍କଠାରୁ ଏହା ଆଶା କରାଯାଉନଥିଲା। ଆପଣଙ୍କ କ୍ଷମାକୁ ଆମେ ଗ୍ରହଣ କରିବୁ ନାହିଁ । ଅନ୍ୟକୁ ଆଙ୍ଗୁଠି ଦେଖାଇ ନିଜେ କିଭଳି ସେହି ଭୁଲ୍‌ କଲେ। ସେମାନେ ଯାହା କରିଥିଲେ, ଆପଣ ତାହା କରିଛନ୍ତି। ଆପଣଙ୍କୁ ଏତେ ସହଜରେ ଆମେ କ୍ଷମା କରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Baba Ramdev Patanjali Ads Case Supreme Court IMA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe