Advertisment

ପବନ ଖେଡ଼ାଙ୍କ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଗତ ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୁଲିସ ଗିରଫ କରିଥିଲା

author-image
Tapas Behera
Congress's Pawan Khera

Congresss Pawan Khera

ଗିରଫଦାରୀରୁ ବର୍ତ୍ତିବା ପାଇଁ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି। ଗତ ଫେବୃଆରୀ ୨୩ରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଆସାମ ପୁଲିସ ଗିରଫ କରିଥିଲା ସେହିଦିନ ସର୍ବୋଚ୍ଚ ନ୍ୟାଳୟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ସେହିପରି ସୁପ୍ରିମକୋର୍ଟ ଏହି ମାମଲାରେ ଆସାମ ସରକାର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଏହାର ଜବାବ ତଲବ କରିଛନ୍ତି। ଆସନ୍ତା ଶୁକ୍ରବାର ଏହାର ଶୁଣାଣି ରହିଛି । କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ରାୟପୁରରେ ୮୫ତମ ଅଧିବେଶନରେ ଯୋଗଦେବା ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ବିମାନବନ୍ଦର ଭିତରୁ ପୁଲିସ ତାଙ୍କୁ ଉଠାଇ ନେବା ବେଳେ ଅନ୍ୟ କଂଗ୍ରେସ ନେତାମାନେ ଯୋରଦାର ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ସେ ଦେଇଥିବା ମନ୍ତବ୍ୟ ଉପରେ ପୁଲିସ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଦଫାରେ ମାମଲା ରୁଜୁ କରିଛି। ଏ ସମ୍ପର୍କରେ ଆଇଜିପି ଆଇନ ଓ ନିର୍ଦ୍ଦେଶ ପ୍ରସନ୍ନ କୁମାର ଭୁୟାନ ସୂଚନା ଦେଛନ୍ତି।

ନିକଟରେ ଶ୍ରୀ ଖେଡା ଗୋଟିଏ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?” ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ।

Advertisment
India